ETV Bharat / state

ଆଜି ଶ୍ରୀଜିଉଙ୍କ କୃଷ୍ଣ ବଳରାମ ବେଶ, ଚଳଚଞ୍ଚଳ ଶ୍ରୀମନ୍ଦିର

ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ କୃଷ୍ଣ ବଳରାମ ବେଶ । ଏହି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 12, 2023, 1:27 PM IST

Updated : Sep 12, 2023, 4:52 PM IST

Krishna Balaram Besha of Lord Jagannath
Krishna Balaram Besha of Lord Jagannath
Krishna Balaram Besha of Lord Jagannath
ଆଜି ଶ୍ରୀଜିଉଙ୍କ କୃଷ୍ଣ ବଳରାମ ବେଶ, ଚଳଚଞ୍ଚଳ ଶ୍ରୀମନ୍ଦିର

ପୁରୀ: ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ କୃଷ୍ଣ ବଳରାମ ବେଶ । ମଧ୍ୟାହ୍ନ ଧୂପ ବଢ଼ିଲା ପରେ ବଳଭଦ୍ରଙ୍କୁ ବଳରାମ ରୂପରେ, ଜଗନ୍ନାଥଙ୍କୁ ଶ୍ରୀକୃଷ୍ଣ ରୂପରେ ଓ ଦେବୀ ସୁଭଦ୍ରାଙ୍କୁ ଯୋଗମାୟା ବେଶରେ ସୁସଜ୍ଜିତ କରାଯିବ । ଶ୍ରୀକୃଷ୍ଣଙ୍କର ବାଲ୍ୟ କାଳରେ ଗୋ ବତ୍ସା ଚାରଣର ବାତାବରଣ ସ୍ପଷ୍ଟ ପ୍ରତୀୟମାନ ହୁଏ ଏହି ବେଶରେ । କୃଷ୍ଣ ବଳରାମ ବେଶରେ ଜଗନ୍ନାଥ ଓ ବଳଭଦ୍ର ଦୁଇ ହସ୍ତ ଓ ସୁଭଦ୍ରାଙ୍କ ୪ହସ୍ତ ହୋଇଥାଏ । ଦେବୀ ସୁଭଦ୍ରା ରତ୍ନସିଂହାସନ ଉପରେ ଖଞ୍ଜାଯାଇଥିବା ଏକ କାଷ୍ଠ ସିଂହାସନ ଉପରେ ଉପବେଶନ ଭଙ୍ଗୀରେ ବସିଥାଆନ୍ତି । ସେହିପରି ଛନ୍ଦ ପୟର ଭଙ୍ଗୀରେ ଦଣ୍ଡାୟମାନ ହୋଇଥାନ୍ତି ଦୁଇ ଭାଇ ।

ଏହା ମଧ୍ୟ ପଢନ୍ତୁ-ବନକଲାଗି ନୀତି ବିବାଦ: ଦ୍ବିତୀୟ ଥର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ସ୍ଥଗିତ

ସେହିପରି ବାଙ୍କ ଚୂଳ କିରୀଟ ସୁଶୋଭିତ ଜଗନ୍ନାଥଙ୍କ ହସ୍ତରେ ବଂଶୀ ଓ ପଦ୍ମ , ବଳଭଦ୍ରଙ୍କ ଡାହାଣ ହସ୍ତରେ ଶିଂଘା ଓ ବାମ ହସ୍ତରେ ପଦ୍ମ ସହ କିରୀଟି ଉପରେ ସପ୍ତଫେଣୀ ନାଗ ଶୋଭା ପାଇଥାଏ। । ବାଙ୍କ ଚୂଳ କିରୀଟି ଉପରେ ପତ୍ର ଲଗା କଦମ୍ବ ଫୁଲ , ଦେଢ଼ି, ମଲ୍ଲ କଢି, ଚନ୍ଦ୍ର, ଚିତା, ନାକଚଣା, ହାତ ଫେର, ଖଡ଼ୁ, ଶ୍ରୀପୟରରେ ପାଉଞ୍ଜି, ବାଙ୍କି, ପାହୁଡ଼, ଗୋଡ଼ମୁଦି ଇତ୍ୟାଦି ସଜ୍ଜିତ କରାଯାଇଥାଏ । ଦେବୀ ସୁଭଦ୍ରା ଏହି ବେଶରେ ୪ ହସ୍ତ ଅଭୟ ବରଦ, ପାଶ, ଅଙ୍କୁଶ ଧାରଣ କରିଥାଆନ୍ତି ।

ଏହା ମଧ୍ୟ ପଢନ୍ତୁ-ଜଗା ବଳିଆ ପିନ୍ଧିଲେ କୁନି ଭଉଣୀଙ୍କ ରାକ୍ଷୀ, ପାଉଣା ଦେଲା ଶ୍ରୀମନ୍ଦିର ପ୍ରଶାସନ

ରତ୍ନ ସିଂହାସନରେ ବିରାଜିତ ଜଗନ୍ନାଥ ଓ ବଳଭଦ୍ରଙ୍କ ଦୁଇ ପାଖରେନନ୍ଦ, ଯଶୋଦା, ବସୁଦେବ, ଦେବକୀ, ଗୋପାଳ ବାଳକ, ଗୋପୀ, ବ୍ରହ୍ମା, ଇନ୍ଦ୍ର, ନାରଦ ରୋହିଣୀ ଆଦି ଦଣ୍ଡାୟମାନ ଭଙ୍ଗୀରେ ରହିଥାଆନ୍ତି । ଏହି ବେଶ ଥାଇ ଶ୍ରୀଜୀଉମାନଙ୍କ ସାନ୍ଧ୍ୟ ଧୂପ ଅନୁଷ୍ଠିତ ହୋଇଥାଏ। ଏହା ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଚାଲିବ । କୃଷ୍ଣ ବଳରାମ ବେଶ ଦର୍ଶନ ପାଇଁ ଆଜି ଶ୍ରୀ ମନ୍ଦିରକୁ ହଜାରହଜାର ଭକ୍ତଙ୍କ ସମାଗମ ହୋଇଛି । ମହାପ୍ରଭୁଙ୍କ ସେହି ବେଶ ଦେଖିବାକୁ ଅପେକ୍ଷା କରିଛନ୍ତି ଭକ୍ତ ।

ଏହା ମଧ୍ୟ ପଢନ୍ତୁ-ଆଜି ଶ୍ରୀଜୀଉଙ୍କ ବନକଲାଗି ନୀତି; ସନ୍ଧ୍ୟା ୬ଟାରୁ ସାଧାରଣ ଦର୍ଶନ ବନ୍ଦ

ଇଟିଭି ଭାରତ, ପୁରୀ

Last Updated : Sep 12, 2023, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.