ETV Bharat / state

ପୁରୀରେ ବିଭିନ୍ନ ଅନୁଷ୍ଠାନ ପାଳିଲା ରକ୍ଷା ବନ୍ଧନ, କାଲି ରାକ୍ଷୀ ବାନ୍ଧିବେ ବଡ଼ ଠାକୁର

ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପବିତ୍ର ଉତ୍ସବ ହେଉଛି ରକ୍ଷା ବନ୍ଧନ । ଆଜି ପୁରୀରେ ବିଭିନ୍ନ ଅନୁଷ୍ଠାନରେ ରକ୍ଷା ବନ୍ଧନ ଉତ୍ସବ ପାଳନ ହୋଇଥିବାବେଳେ ଉତ୍କଳ ବାଳାଶ୍ରମରେ ଅସହାୟ ପିଲାଙ୍କ ସହ ରକ୍ଷା ବନ୍ଧନ ପାଳନ କରିଛି ରୋଟାରୀ କ୍ଲବ୍ ଅଫ୍‌ ପୁରୀ ସାଗର । ସେପଟେ ଆସନ୍ତାକାଲି ଶ୍ରୀମନ୍ଦିରରେ ବଡ଼ ଠାକୁର ବଳଭଦ୍ରଙ୍କ ଜନ୍ମ ଓ ରକ୍ଷା ବନ୍ଧନ ନୀତି ଅନୁଷ୍ଠିତ ହେବ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Aug 30, 2023, 8:04 PM IST

ପୁରୀରେ ରକ୍ଷା ବନ୍ଧନ ଉତ୍ସବ
ପୁରୀରେ ରକ୍ଷା ବନ୍ଧନ ଉତ୍ସବ
ପୁରୀରେ ରକ୍ଷା ବନ୍ଧନ ଉତ୍ସବ

ପୁରୀ: ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପବିତ୍ର ଡୋରିଟିଏ ହେଉଛି ରାକ୍ଷୀଟିଏ । ସ୍ନେହ ପ୍ରେମର ବନ୍ଧନକୁ ଆହୁରି ମଜଭୁତ କରିବା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧିଦିଏ ଭଉଣୀ । ରେଶମୀ ଡୋରି ବାନ୍ଧି ଭାଇକୁ ମାଗିଥାଏ ରକ୍ଷା କରିବାର ପ୍ରତିଶ୍ରୁତି । ନଥାଏ ଅଭିମାନ ନଥାଏ ଆଶା ବା କିଛି ପାଇବାର ଇଚ୍ଛା । ଆଜି ଆସିଛି ସେହି ପବିତ୍ର ଦିନ । ରକ୍ଷା ବନ୍ଧନ ଉତ୍ସବକୁ ନେଇ ସାରାଦେଶ ବେଶ ଚଳଚଞ୍ଚଳ । ସେପଟେ ପୁରୀ ନରେନ୍ଦ୍ର କୋଣସ୍ଥିତ ଉତ୍କଳ ବାଳାଶ୍ରମରେ ବେଶ୍ ଉତ୍ସାହର ସହ ରାକ୍ଷୀ ବନ୍ଧନ ଉତ୍ସବ ପାଳନ ହୋଇଛି । ଅସହାୟ ପିଲାମାନେ ଯେଭଳି ନିଜର ଭାଇ କି ଭଉଣୀ ନଥିବା ଅନୁଭବ ନକରନ୍ତୁ, ସେଥିପାଇଁ ପ୍ରତିବର୍ଷ ଏଠାରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରିଥାଏ ସ୍ବେଛାସେବୀ ସଙ୍ଗଠନ ରୋଟାରୀ କ୍ଲବ୍ ଅଫ ପୁରୀ ସାଗର । ଅନ୍ୟପଟେ ଶ୍ରୀମନ୍ଦିରରେ ଆସନ୍ତାକାଲି (ଗୁରୁବାର) ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ଜନ୍ମୋତ୍ସବ ଓ ରକ୍ଷା ବନ୍ଧନ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ଚୂନରା ସେବକ ଶରତ ମହାନ୍ତି ।

ଅସହାୟ ପିଲାଙ୍କ ସହ ରକ୍ଷା ବନ୍ଧନ ପାଳନ କଲା ରୋଟାରୀ କ୍ଲବ୍: ରକ୍ଷା ବନ୍ଧନ ଉତ୍ସବକୁ ନେଇ ସାରା ଦେଶ ଚଳଚଞ୍ଚଳ । ପୁରୀରେ ମଧ୍ୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ବେଶ ଆନନ୍ଦ ଉଲ୍ଲାସରେ ପାଳନ କରାଯାଇଛି । ପୁରୀର ନରେନ୍ଦ୍ର କୋଣସ୍ଥିତ ଉତ୍କଳ ବାଳାଶ୍ରମରେ ବେଶ୍ ଉତ୍ସାହର ସହ ରକ୍ଷା ବନ୍ଧନ ଉତ୍ସବ ପାଳନ କରାଯାଇଛି । ଉତ୍କଳ ବାଳାଶ୍ରମରେ ଅସହାୟ ପିଲାମାନେ ରହୁଥିବାବେଳେ ସେମାନେ ଯେଭଳି ନିଜର ଭାଇ କି ଭଉଣୀ ନଥିବା ଅନୁଭବ ନକରନ୍ତୁ, ସେହି ଉଦ୍ଦେଶ୍ୟ ନେଇ ଏଠାରେ ପ୍ରତିବର୍ଷ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଥାଏ । ସ୍ବେଚ୍ଛାସେବୀ ସଙ୍ଗଠନ ରୋଟାରୀ କ୍ଲବ୍ ଅଫ୍‌ ପୁରୀ ସାଗର ପକ୍ଷରୁ ପିଲାମାନଙ୍କୁ ରାକ୍ଷୀ ଓ ମିଠା ଯୋଗାଇ ଦିଆଯାଇଥିଲା । ଅସହାୟ ପିଲାଙ୍କ ଓଠରେ ଟିକିଏ ହସ ଫୁଟାଇବା ପାଇଁ ରୋଟାରୀ କ୍ଲବ୍ ଅଫ୍‌ ପୁରୀ ସାଗର ପକ୍ଷରୁ ଗତ ୧୦ ବର୍ଷ ହେବ ଉତ୍କଳ ବାଳାଶ୍ରମରେ ପିଲାମାନଙ୍କୁ ନେଇ ରକ୍ଷା ବନ୍ଧନ ଉତ୍ସବ ଖୁବ ଧୁମଧାମରେ ପାଳନ କରାଯାଉଛି । ରାକ୍ଷୀ ବନ୍ଧାଯିବା ପରେ ମିଠା ଖୁଆଇ ବାଳାଶ୍ରମର ଅନ୍ତେବାସୀ ରକ୍ଷା ବନ୍ଧନ ଉତ୍ସବକୁ ବେଶ ଆନନ୍ଦରେ ପାଳନ କରିଥଲେ । ଏନେଇ ରୋଟାରିଆନ ଯୁଧିଷ୍ଠିର ଲେଙ୍କା କହିଛନ୍ତି, "ବାହାରେ ତ ଅନେକ ଖୁସି ମିଳୁଛି, ହେଲେ ଏହି ପିଲାମାନଙ୍କ ମୁହଁରେ ଟିକିଏ ହସ ଦେଖିବାର ଖୁସି ସବୁଠାରୁ ନିଆରା । ଯେଉଁଥିପାଇଁ ଆମେ ଗତ ୧୦ ବର୍ଷ ଧରି ଏହି ପିଲାଙ୍କ ସାଙ୍ଗରେ ରକ୍ଷା ବନ୍ଧନ ଉତ୍ସବ ପାଳନ କରୁଛୁ ।"

ଏହା ମଧ୍ୟ ପଢ଼ନ୍ତୁ...ରାକ୍ଷୀ ପୂର୍ଣ୍ଣିମା ପାଳନ କଲେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଷ୍ଟିଲ୍‌ ସିଟି ଉତ୍ସବମୁଖର

ଗୁରୁବାର ରାକ୍ଷୀ ବାନ୍ଧିବେ ବଡ଼ ଠାକୁର: ଜଗନ୍ନାଥ ଶାସ୍ତ୍ରୀୟ ମତ ଅନୁଯାୟୀ ଆସନ୍ତାକାଲି (ଗୁରୁବାର) ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରକ୍ଷା ବନ୍ଧନ ଉତ୍ସବ ଅନୁଷ୍ଠିତ ହେବ । ବଡ ଠାକୁରଙ୍କ ଶ୍ରୀବଳଭଦ୍ର ଜନ୍ମ ନୀତି ମଧ୍ୟ ଆସନ୍ତାକାଲି ଶ୍ରାମନ୍ଦିରରେ ଅନୁଷ୍ଠିତ ହେବ । ଏଥିପାଇଁ ସବୁ ପ୍ରସ୍ତୁତି ସରିଥିବାବେଳେ ଶ୍ରୀମନ୍ଦିର ମଧ୍ୟ ବେଶ ଚଳଚଞ୍ଚଳ ହୋଇଉଠିଛି । ଅଲିଅଳି ଭଉଣୀ ସୁଭଦ୍ରା ଦୁଇଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହାତରେ ବାନ୍ଧିବେ ରାକ୍ଷୀ । ଏଥିପାଇଁ ପାଟରା ବିଷୋୟୀ ସେବାୟତ ବେଶ ନିଷ୍ଠା ଓ ଭକ୍ତିର ସହ ରାକ୍ଷୀ ପ୍ରସ୍ତୁତ କରୁଛନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପାଟରା ବିଷୋୟୀ ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଦୁଇଟି ଲେଖାଏଁ ରାକ୍ଷୀ ସହ ଚାରିଗୋଟି ଗୁଆମାଳ ମଧ୍ୟ ପ୍ରସ୍ତୁତ କରିଛନ୍ତି । ସେପଟେ ଚୂନରା ସେବକ ଶରତ ମହାନ୍ତି କହିଛନ୍ତି, "ଯେହେତୁ ଏହା ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ପବିତ୍ର ଉତ୍ସବ, ଏହା ବର୍ଷର ଯେକୌଣସି ଦିନ ପାଳନ କରାଯାଇପାରେ । ହେଲେ ଜଗନ୍ନାଥ ସଂସ୍କୃତି ଅନୁସାରେ ଆସନ୍ତାକାଲି ଅର୍ଥାତ, ଯେଉଁଦିନ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି ଅନୁଷ୍ଠିତ ହୋଇଥାଏ ତଥା ଯେଉଁଦିନ ବଡ଼ ଠାକୁର ରାକ୍ଷୀ ବାନ୍ଧିବେ, ସେହିଦିନ ହିଁ ଆମେ ରାକ୍ଷୀ ବାନ୍ଧିବା ଉଚିତ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.