ETV Bharat / state

ଚେଇଁଲା ଶ୍ରୀମନ୍ଦିର ପ୍ରଶାସନ: ଆନନ୍ଦ ବଜାରରୁ ତଡା ଖାଇବେ ଅଣସୁପକାର, ଗଠନ ହେଲା ସ୍ବତନ୍ତ୍ର କମିଟି

ଆନନ୍ଦ ବଜାର ବିଶୃଙ୍ଖଳା ରୋକିବାକୁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ଗଠନ ହୋଇଛି ସ୍ବତନ୍ତ୍ର କମିଟି । ଏନେଇ ଗତକାଲି(ଶୁକ୍ରବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆନନ୍ଦ ବଜାରରେ ବିଶୃଙ୍ଖଳା ରୋକିବାକୁ ପଦକ୍ଷେପ ନିଆଯାଇଛି ।

author img

By

Published : Jul 15, 2023, 11:29 AM IST

Updated : Jul 15, 2023, 12:17 PM IST

SJTA
SJTA
ଆନନ୍ଦ ବଜାରରୁ ତଡା ଖାଇବେ ଅଣସୁପକାର

ପୁରୀ: ବାରମ୍ବାର ଅଭିଯୋଗ ପରେ ଭାଙ୍ଗିଲା ଶ୍ରୀମନ୍ଦିର ପ୍ରଶାସନର ନିଦ । ଆନନ୍ଦ ବଜାର ବିଶୃଙ୍ଖଳା ରୋକିବାକୁ ଅଣ୍ଟା ଭିଡିଛି ଶ୍ରୀମନ୍ଦିର ପ୍ରଶାସନ । ଏଥିପାଇଁ ଆରମ୍ଭ ହୋଇଛି ପଦକ୍ଷେପ । ଏଣିକି ଆନନ୍ଦ ବଜାରରେ ଆଉ ଅଣସୁପକାର ମାନେ ମହାପ୍ରସାଦ ବିକ୍ରି କରିପାରିବେ ନାହିଁ । କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ । ଏନେଇ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

ଆନନ୍ଦ ବଜାରରେ କିପରି ଶୃଙ୍ଖଳା ଅଣାଯିବ ସେ ନେଇ ଗତକାଲି(ଶୁକ୍ରବାର) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଆନନ୍ଦବଜାର ସମ୍ପର୍କିତ ପ୍ରାୟ ୨୦ଟି ପ୍ରସଙ୍ଗରେ ଏହି ବୈଠକରେ ବିଧିବଦ୍ଧ ଆଲୋଚନା ସହ ଆବଶ୍ୟକ ନିଷ୍ପତ୍ତି ନିଆଯାଇଛି । ତେବେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିବା ପୂର୍ବରୁ ଆବଶ୍ୟକ ବିଚାରବିମର୍ଶ ଓ ସୁପାରିସ ପାଇଁ ଏକ ସବ୍‌କମିଟି ଗଠନ କରାଯାଇଛି । ଏହି କମିଟି ୭ରୁ ୧୦ ଦିନ ଭିତରେ ଆବଶ୍ୟକ ସୁପାରିସ ଶ୍ରୀମନ୍ଦିର ପ୍ରଶାସନକୁ ଲିଖିତ ଆକାରରେ ପ୍ରଦାନ କରିବା ପରେ ଏହି ଆଧାରରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଆନନ୍ଦବଜାରରେ ବଢ଼ୁଛି ଅଣସେବାୟତଙ୍କ ଦୌରାତ୍ମ୍ୟ, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ସୁଆର ମହାସୁଆର ନିଯୋଗ

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ସୁରକ୍ଷା ପ୍ରଶାସକ ଭି ଏସ୍‌ ଚନ୍ଦ୍ରଶେଖର ରାଓ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ଜଗନ୍ନାଥ କର ଓ ମାଧବ ମହାପାତ୍ର, ସୁଆର ମହାସୁଆର ନିଯୋଗ ସଭାପତି ଓ ସଂପାଦକ, ନିଯୋଗର ବରିଷ୍ଠ ସଦସ୍ୟମାନେ ଥିଲେ । ବୈଠକରେ ଆନନ୍ଦବଜାରର ବିଭିନ୍ନ ବିଶୃଙ୍ଖଳା ଉପରେ ବିସ୍ତୃତ ଆଲୋଚନା ପରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ହିମାଚଳରେ ଜଗନ୍ନାଥ ମନ୍ଦିର, ଉନ୍ନତିକରଣ ପାଇଁ ସହଯୋଗ ଲୋଡିଲେ ପ୍ରତିଷ୍ଠାତା

ପୁରୀ ଅବଢା
ପୁରୀ ଅବଢା

ନଜର ପକାନ୍ତୁ କଣ ନିଆଯାଇଛି ନିଷ୍ପତ୍ତି:

  • କେବଳ ସ୍ବତ୍ବଲିପି ଆଧାରରେ ଯେଉଁମାନଙ୍କ ଅଧିକାର ରହିଛି, ସେହି ସୁପକାରମାନେ ମହାପ୍ରସାଦ ବିକ୍ରି କରିବେ । ଏହାର ତାଲିକା ସୁଆର ମହାସୁଆର ନିଯୋଗ ପ୍ରଦାନ କରିବ ।
  • କିଏ, କେଉଁଠି, କେତେ ପରିମାଣର ମହାପ୍ରସାଦ ବିକ୍ରି କରିବ, ତାର ସବିଶେଷ ତାଲିକା ନିଯୋଗ ଦେବ । ଏହି ତାଲିକା ଆଧାରରେ ଅଣସୁପକାର ଓ ଅନ୍ୟ ବ୍ୟକ୍ତିଙ୍କୁ ଆନନ୍ଦବଜାରରୁ ତଡ଼ାଯିବ ।
  • କେଉଁ ଜାଗାରେ ସୁପକାରମାନେ ମହାପ୍ରସାଦ ବିକିବେ, ସ୍ଥାନ ଚିହ୍ନଟ ହେବ । ସେହି ଅନୁସାରେ ଷ୍ଟଲ୍‌ ସବୁର ନମ୍ବରିଂ ହେବ । ସୁପକାରମାନଙ୍କୁ ପରିଚୟପତ୍ର ବି ସେହି ଅନୁସାରେ ପ୍ରଦାନ କରାଯିବ।
  • ଭକ୍ତଙ୍କୁ ସହାୟତା ତଥା ତତ୍କାଳ ପୋଲିସ ସହାୟତା ପାଇଁ ଆନନ୍ଦବଜାରରେ ପୋଲିସ ସହାୟତା କେନ୍ଦ୍ର ଖୋଲିବ ।
  • ମହାପ୍ରସାଦ ବିକ୍ରି ବେଳେ କେହି ଭକ୍ତଙ୍କ ବାଟ ଓଗାଳି ପାରିବେନି ।
  • ଭକ୍ତଙ୍କ ପ୍ରସାଦ ସେବନ ଜାଗାରେ ପିଢ଼ା, ଖଟ ଆଦି ପକାଇ ପାରବେନି ।
  • ଆନନ୍ଦବଜାରରେ ପଲିଥିନ୍‌ ପକାଯିବନି । ଆବଶ୍ୟକ ଜାଗାରେ ଶ୍ରୀମନ୍ଦିର ପ୍ରଶାସନ ତାରପିନର ବ୍ୟବସ୍ଥା କରିବ।
  • କୋଇଲି ବୈକୁଣ୍ଠ, ଭୋଗମଣ୍ଡପ ନିକଟରେ ମହାପ୍ରସାଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ।
  • କେବଳ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ଭୋଗ ହିଁ ଆନନ୍ଦବଜାରରେ ବିକ୍ରି ହେବ ।
  • କ୍ଷୀରା, ରାବିଡ଼ି ଆଦି ବିକ୍ରି ବନ୍ଦ ହେବ
  • ଆନନ୍ଦବଜାର ମାଳି ଦୋକାନରେ ଖେଳଣା ବିକ୍ରି ବନ୍ଦ ହେବ । କେବଳ ଧାର୍ମିକ ଜିନିଷ ବିକ୍ରି ହେବ।
  • ବାସି ମହାପ୍ରସାଦ ବିକ୍ରି ରୋକିବା ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟମିତ ଯାଞ୍ଚ କରିବେ।
  • ମହାପ୍ରସାଦରେ ଡାଲ୍‌ଡା ଘିଅ ବ୍ୟବହାର ହେଲେ, କାର୍ଯ୍ୟାନୁଷ୍ଠାନ ହେବ ।
  • ଭୋଗମଣ୍ଡପରୁ ମହାପ୍ରସାଦ ବାହାରିବା ପରେ ବୋଝିଆମାନେ ବାଇଶି ପାହାଚ ପାର୍ଶ୍ବରେ ଆନନ୍ଦବଜାରକୁ ଥିବା ବାଟ ଦେଇ ମହାପ୍ରସାଦ ନେବା ଆଣିବା କରିବେ ।

ଅନ୍ୟପଟେ ଦର ତାଲିକା ବି ଖୁବଶୀଘ୍ର ଲାଗିବ । ଯଦ୍ବାରା ଭକ୍ତମାନେ ଶୋଷଣମୁକ୍ତ ହୋଇପାରିବେ । ଆନନ୍ଦବଜାର ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ପ୍ରସ୍ତୁତ ହେବ । ଏହି ନିଷ୍ପତ୍ତି ଉପରେ ନିଯୋଗ ସହ ଆଲୋଚନା କରି ଆବଶ୍ୟକ ସୁପାରିସ ପାଇଁ ଆନନ୍ଦବଜାର ଶୃଙ୍ଖଳା ସବ୍‌କମିଟି ଗଠନ କରାଯାଇଛି । ଏଥିରେ ଶ୍ରୀମନ୍ଦିର ତିନିଜଣ ପ୍ରଶାସକ, ଉପଜିଲ୍ଲାପାଳ, ଶ୍ରୀମନ୍ଦିର କମାଣ୍ଡାଣ୍ଡ୍‌, ତିନି ପରିଚାଳନା କମିଟି ସଦସ୍ୟ, ସୁଆର ମହାସୁଆର ନିଯୋଗ ସଭାପତି, ସଂପାଦକ ଓ ବରିଷ୍ଠ ସଦସ୍ୟ ଦାମୋଦର ମହାସୁଆର ପ୍ରମୁଖ ରହିଛନ୍ତି ।

ଇଟିଭି ଭାରତ, ପୁରୀ

Last Updated : Jul 15, 2023, 12:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.