ETV Bharat / state

ମଙ୍ଗୁ ମଠ ଅନୁଧ୍ୟାନ କଲେ ଶିଖ ପ୍ରତିନିଧି - visit puri

ପୁରୀରେ ଚାଲିଥିବା ଉଛେଦ ପ୍ରକ୍ରିୟା ମଧ୍ୟରେ ପୁରୀରେ ଥିବା ମଙ୍ଗୁ ମଠ ମଧ୍ୟ ଉଛେଦ କରାଯାଇଛି । ଏହି ମଠ ଓ ଉଚ୍ଛେଦ ଦେଖିଛନ୍ତି ପଞ୍ଜାବରୁ ଆସିଥିବା ଶିଖ ପ୍ରତିନିଧି ।

PHOTO
ମଙ୍ଗୁ ମଠ
author img

By

Published : Dec 22, 2019, 1:15 AM IST

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ 75 ମିଟର ପରିଧିରେ ଚାଲିଛି ଉଛେଦ ପ୍ରକ୍ରିୟା । ଏହି ଉଛେଦ ପ୍ରକ୍ରିୟାରେ ବହୁ ପୁରୁଣା ମଠ ମନ୍ଦିର ମଧ୍ୟ ଉଛେଦ ହୋଇଛି । ଫଳରେ ଅନେକ ମଠ ମନ୍ଦିର ଏବେ ମାଟିରେ ମିଶି ସାରିଛି ।

ମଙ୍ଗୁ ମଠ ଅନୁଧ୍ୟାନ କଲେ ଶିଖ ପ୍ରତିନିଧି

ଏହାରି ଭିତରେ ପୁରୀରେ ଥିବା ମଙ୍ଗୁ ମଠ ମଧ୍ୟ ଉଛେଦ ହୋଇଛି । ଆଜି ପଞ୍ଜାବର ଏକ ପ୍ରତିନିଧି ମଣ୍ଡଳୀ ମଠ ପରିଦର୍ଶନ କରିବା ସହ ସ୍ଥିତି ପରଖିଛନ୍ତି । ପଞ୍ଜାବର ଲୋକ ଇନ ସାଫ ପାର୍ଟି ବିଧାୟକ ବଲବିନ୍ଦର ବେନ୍ସଙ୍କ ନେତୃତ୍ବରେ ଏକ ଶିଖ ପ୍ରତିନିଧି ପୁରୀ ଆସି ମଙ୍ଗୁ ମଠ ପରିଦର୍ଶନ କରିଥିଲେ। ମଙ୍ଗୁ ମଠ ଶିଖ ଗୁରୁ ନାନକଙ୍କ ସ୍ମୃତି ସହିତ ଯୋଡି ହୋଇ ଥିବାରୁ ଏହାର ଉଛେଦ କିଭଳି ଚାଲିଛି ତାହାର ଅନୁଧ୍ୟାନ କରିଛନ୍ତି ଏହି ଟିମ । ତେବେ ଯେଭଳି ଭାବେ ପ୍ରଭୁ ଜଗନ୍ନାଥଙ୍କ ସର୍ବ ଧର୍ମ ପୀଠରେ ଶିଖ ଧର୍ମକୁ ଅପମାନିତ କରାଯାଉଛି ତାକୁ ନିନ୍ଦା କରିଥିଲେ ଏହି ଶିଖ ବୁଦ୍ଧିଜୀବୀ ମାନେ । ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପରୁ ଦୂରରେ ରହିବାକୁ ସେମାନେ ଅନୁରୋଧ କରିଛନ୍ତି ।

ସେହିପରି ପରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ପଞ୍ଜାବି ମଠକୁ ଯାଇ ମଧ୍ୟ ପ୍ରତିନିଧି ମଣ୍ଡଳୀ ବୁଲି ଦେଖିଥିଲେ । ତେବେ ମଠକୁ ପୋଲିସ ସିଲ କରି ଯେଭଳି ଦଖଲ କରି ରଖିଛି ତାହାକୁ ଏହି ପ୍ରତିନିଧି ମଣ୍ଡଳୀ ଉଦବେଗ ପ୍ରକାଶ କରିଥିଲେ । ତୁରନ୍ତ ପୋଲିସ ବାହିନୀ ପଞ୍ଜାବୀ ମଠରୁ ଅପସରି ଯିବାକୁ ଏହି ଶିଖ ପ୍ରତିନିଧି ମଣ୍ଡଳୀ ଦାବି କରିଛି । ସେହିପରି ରବିବାର ଏହି ଶିଖ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:_mangu math _vis

Body:_mangu math _vis

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.