ETV Bharat / state

ପୁଣି ରତ୍ନ ଭଣ୍ଡାର ମରାମତି ଦାବି, ସମୁଦ୍ର ଭିତରେ ଅଭିନବ ଢଙ୍ଗରେ ଶ୍ରୀଜଗନ୍ନାଥ ସେନାର ଦାବି

author img

By

Published : Jun 18, 2023, 5:13 PM IST

ରଥଯାତ୍ରା ସମୟରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି ପାଇଁ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ପୁରୀ ଚକ୍ରତୀର୍ଥ ରୋଡ୍‌ ସମୁଦ୍ର କୁଳରେ ପାଣି ଭିତରେ ପ୍ଲାକାର୍ଡ ଧରି ଅଭିନବ ଢଙ୍ଗରେ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଅଧିକ ପଢ଼ନ୍ତୁ

ପୁଣି ରତ୍ନ ଭଣ୍ଡାର ମରାମତି ଦାବି
ପୁଣି ରତ୍ନ ଭଣ୍ଡାର ମରାମତି ଦାବି

ପୁଣି ରତ୍ନ ଭଣ୍ଡାର ମରାମତି ଦାବି

ପୁରୀ: ବାରମ୍ବାର ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ବିିଭିନ୍ନ ଉପାୟରେ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏବେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା । ଶ୍ରୀମନ୍ଦିର ଛାଡ଼ି ଗୁଣ୍ଡିଚା ମନ୍ଦିର ଯିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ସମୟ ମଧ୍ୟରେ, ଅର୍ଥାତ ଶ୍ରୀମନ୍ଦିର ରତ୍ନ ସିଂହାସନରେ ମହାପ୍ରଭୁ ନଥିବା ସମୟରେ ରତ୍ନ ଭଣ୍ଡାର ମରାମତି କରିବା ପାଇଁ ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଏନେଇ ପୁରୀ ଚକ୍ରତୀର୍ଥ ରୋଡ ସମୁଦ୍ର କୁଳରେ ଅଭିନବ ଢଙ୍ଗରେ ଏହି ଦାବି କରାଯାଇଛି । ସମୁଦ୍ର ଜଳ ଭିତରେ ଠିଆ ହୋଇ ପ୍ଲାକାର୍ଡ ଧରି ଏହି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ଯାହାକି ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଏନେଇ ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଚକ୍ରତୀର୍ଥ ସମୁଦ୍ର ହେଉଛି ମା' ଲକ୍ଷ୍ମୀଙ୍କ ବାପଘର । ପ୍ରଭୁ ଜଗନ୍ନାଥଙ୍କ ଶ୍ଵଶୁର ଘର । ଏଣୁ ଏହି ସ୍ଥାନର ସ୍ବତନ୍ତ୍ର ଗାରିମା ରହିଥିବାରୁ ଏଠାର ସମୁଦ୍ର ଭିତରେ ଠିଆ ହୋଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଛି ।" ରଥଯାତ୍ରା ହିଁ ରତ୍ନ ଭଣ୍ଡାର ମରାମତିର ପ୍ରକୃଷ୍ଟ ସମୟ । ମହାପ୍ରଭୁ ରତ୍ନ ସିଂହାସନରେ ନଥିବା ବେଳେ ରତ୍ନ ଭଣ୍ଡାରର ସ୍ଥିତି ଯାଞ୍ଚ ହେଉ ବୋଲି ସେ ଦାବି କରିଛନ୍ତି । ଅନ୍ୟ ସମୟରେ ଏହା ସଠିକ୍ ଭାବେ ହୋଇ ପାରିବ ନାହିଁ ବୋଲି ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ନବ ଯୌବନ ଦର୍ଶନ ଓ ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଯେତେବେଳେ ହାଇକୋର୍ଟ, ଶଙ୍କରାଚାର୍ଯ୍ୟ, ଗଜପତି ମହାରାଜା, ଏଏସ୍‌ଆଇ ପକ୍ଷରୁ ରତ୍ନ ଭଣ୍ଡାର ମରାମତି ପାଇଁ ସରକାରଙ୍କୁ ବାରମ୍ବାର ଅବଗତି କରାଯାଉଛି, ସରକାର ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛି ଶ୍ରୀଜଗନ୍ନାଥ ସେନା । ରତ୍ନ ଭଣ୍ଡାରର ଅଳଙ୍କାର ଲୁଟ୍‌ ହୋଇଥିବାରୁ ଭୟରେ ସରକାର ରତ୍ନ ଭଣ୍ଡାର ଖୋଲିବାକୁ ସାହାସ କରୁନାହାନ୍ତି କି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ଶ୍ରୀଜଗନ୍ନାଥ ସେନା । ତେବେ ଯଦି ସରକାର ରତ୍ନ ଭଣ୍ଡାର ମରାମତି ଦିଗରେ ତୁରନ୍ତ ପଦକ୍ଷେପ ନନିଅନ୍ତି, ତାହେଲେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଏହା ସହିତ ଆଇନଗତ ଲଢେଇ ପାଇଁ କୋର୍ଟର ଦ୍ବାରସ୍ଥ ହେବ ବୋଲି ଶ୍ରୀଜଗନ୍ନାଥ ସେନା ରାଜ୍ୟ ସରକାରଙ୍କୁ ସିଧାସଳଖ ଜଣାଇ ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.