ETV Bharat / state

ପୁରୀ ରେଳଷ୍ଟେସନରେ ପହଞ୍ଚିଲା ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ବାଜା ବଜାଇ ଯାତ୍ରୀଙ୍କୁ କଲେ ସ୍ୱାଗତ

author img

By

Published : Jan 28, 2023, 7:16 PM IST

ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ 25ତାରିଖରେ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ବାହାରି ଥିବା ବେଳେ ଆଜି ପହଞ୍ଚିଛି ପୁରୀରେ । ଅଧିକ ପଢନ୍ତୁ

Shri Jagannath Express
Shri Jagannath Express
Shri Jagannath Express

ପୁରୀ: ପୁରୀ ରେଳଷ୍ଟେସନରେ ପହଞ୍ଚିଲା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ । ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରେ ପତାକା ଦେଖାଇ ଗତ ବୁଧବାର ଦିନ ରେଳ ସେବାର ଶୁଭରାମ୍ଭ କରିଥିଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଉପସ୍ଥିତ ଥିଲେ। ଆଜି ଶ୍ରୀଜଗନ୍ନାଥ ଏକ୍ସପ୍ରେସ ପୁରୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ରେଳବାଇର ଅଧିକାରୀମାନଙ୍କ ପକ୍ଷରୁ ତୀର୍ଥଯାତ୍ରୀ ମାନଙ୍କୁ ଫୁଲ, ଚନ୍ଦନ, ମାଳ ଦେବା ସହ ବାଜା ବଜାଇ ସ୍ୱାଗତ କରାଯାଇଛି ।

ତେବେ ଏହି ଟ୍ରେନରେ ସମୁଦାୟ ୫୫୦ ଜଣ ତୀର୍ଥଯାତ୍ରୀ ବାରଣାସୀର କାଶୀ ବିଶ୍ୱନାଥ ମନ୍ଦିର, ବୈଦନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବା ପରେ ଆଜି ପୁରୀ ରେଳ ଷ୍ଟେସନରେ ପହଞ୍ଚିଥିଲେ। ଦିଲ୍ଲୀରୁ ଏହି ଟ୍ରେନ ଗତ ବୁଧବାର ଦିନ ସଫଦରଜଙ୍ଗ ରେଳ ଷ୍ଟେସନ ଛାଡି ଉତ୍ତରପ୍ରଦେଶ, ବିହାର, ଝାଡଖଣ୍ଡ ଦେଇ ଓଡିଶାରେ ପହଞ୍ଚିଛି। ଜଗନ୍ନାଥ ଏକ୍ସପ୍ରେସ ଟ୍ରେନରେ ବିଶେଷ କରି ଭାରତ ଓ ଓଡିଶାର କଳା ସଂସ୍କୃତିର ଝଲକ୍ ମଧ୍ୟ ଦେଖିବାକୁ ମିଳିଛି ।

ସେପଟେ ଟ୍ରେନ ଭିତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫଟୋ, ପ୍ରଭୁ ରାମଚନ୍ଦ୍ରଙ୍କ ମୂର୍ତ୍ତି ସମେତ ବିଭିନ୍ନ ଦେବାଦେବୀଙ୍କ ଫଟୋ ସ୍ଥାନ ପାଇଛି। ଏହି ଟ୍ରେନରେ ଜଗନ୍ନାଥ ସଂସ୍କୃତିର ବିଭିନ୍ନ ବିଷୟବସ୍ତୁକୁ ଚିତ୍ରଣ କରାଯାଇଥିବା ବେଳେ ଏହା ମଧ୍ୟରେ ଜଗନ୍ନାଥଙ୍କ ସହିତ ଜଡ଼ିତ ଅନେକ କଥାବସ୍ତୁ ପ୍ରଦର୍ଶିତ କରାଯାଇଛି। ସେହିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଚିତ୍ର ମଧ୍ୟ ରହିଛି। ତେବେ ଟ୍ରେନ୍ ଭିତରେ ଯାତ୍ରୀଙ୍କ ପାଇଁ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ଭଜନ, କୀର୍ତ୍ତନ, ଭଗବାନଙ୍କ ଆଳତୀ ଇତ୍ୟାଦି ବ୍ୟବସ୍ଥା ରହିଥିବାରୁ ଯାତ୍ରୀ ମାନେ ଖୁସି ପ୍ରକଟ କରିଛନ୍ତି । ଟ୍ରେନରେ ପୁରୀକୁ ଆସିଥିବା ସମସ୍ତ ଯାତ୍ରୀମାନେ ଆଜି ମହାପ୍ରଭୁଙ୍କ ଦର୍ଶନ କରି ଆସନ୍ତାକାଲି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଆସନ୍ତାକାଲି ଭୁବନେଶ୍ୱରରେ ମଧ୍ୟ ଯାତ୍ରୀମାନେ ଖଣ୍ଡଗିରି, ଉଦୟଗିରି, ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ସ୍ଥିରିକୃତ ହୋଇଛି ।

ପ୍ରକାଶ ଥାଉକି, IRCTC ଭାରତ ଗୌରବ ଏସି ଟୁରିଷ୍ଟ ଟ୍ରେନ 8 ଦିନିଆ ଯାତ୍ରା ଜାନୁଆରୀ ୨୫ ତାରିଖରୁ ଦିଲ୍ଲୀରୁ ଆରମ୍ଭ କରିଥିଲା । ୧୦ଟି ତୃତୀୟ ଶ୍ରେଣୀ ଏସି କ୍ଲାସ କୋଚ୍ ସହିତ ଏହି ଟ୍ରେନରେ ପ୍ରାୟ ୬୦୦ ପର୍ଯ୍ୟଟକ ଯାତ୍ରା କରିଥିଲେ । ପୁରୀର ଜଗନ୍ନାଥ ମନ୍ଦିର ପରିଦର୍ଶନ ମୁଖ୍ୟ ଆକର୍ଷଣ ସମେତ କୋଣାର୍କ, ଭୁବନେଶ୍ୱର, କାଶୀ, ବୈଦ୍ୟନାଥ ଏବଂ ଗୟା ଆଦି ପ୍ରମୁଖ ସ୍ଥାନ ଯାତ୍ରାରେ ସାମିଲ ଥିଲା । ତେବେ ଏହି ଟୁରିଷ୍ଟ ଟ୍ରେନରେ ସମସ୍ତ ସୁବିଧା ଉପଲବ୍ଧ ଥିବା ସହ ପ୍ୟାଣ୍ଟ୍ରି କାର ମଧ୍ୟ ରହିଛି । ଯାହାକି ପର୍ଯ୍ୟଟକମାନଙ୍କୁ ସଦ୍ୟ ଶାକାହାରୀ ଖାଦ୍ୟ ଯୋଗାଇଥାଏ । ଯାତ୍ରା ସମୟରେ ମନୋରଞ୍ଜନର ବ୍ୟବସ୍ଥା, ସିସିଟିଭି କ୍ୟାମେରା, ସିକ୍ୟୁରିଟି ଗାର୍ଡ ସେବା ମଧ୍ୟ ଉପଲବ୍ଧ ରହିଛି । ଏହି ପ୍ରସ୍ତାବିତ ୮ ଦିନିଆ ଭାରତ ଗୌରବ ଟୁରିଷ୍ଟ ଟ୍ରେନ ଯାତ୍ରାର ପ୍ରଥମ ରହଣୀ ପ୍ରାଚୀନ ପବିତ୍ର ବାରାଣାସୀ ସହର ରହିଛି । ଯେଉଁଠାରେ ପର୍ଯ୍ୟଟକମାନେ କାଶୀ ବିଶ୍ୱନାଥ ମନ୍ଦିର, ଗଙ୍ଗାଘାଟ ଏବଂ ଆରତୀସ୍ଥଳ ଆଦି ପରିଦର୍ଶନ କରିପାରିବେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.