ପୁରୀ: ଶ୍ରୀମନ୍ଦିର କର୍ପସ ଫଣ୍ଡ 545 କୋଟି ଟଙ୍କା ବେଆଇନ ଭାବେ ୟେସ୍ ବ୍ୟାଙ୍କରେ ରଖିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇଛି ପୁରୀର ଶ୍ରୀଜଗନ୍ନାଥ ସେନା ।
ଘଟଣାରେ ବ୍ୟାପକ କମିଶନ ଖାଇ ଦୁର୍ନୀତି କରିଥିବା ଅଭିଯୋଗ ନେଇ ସଂଗଠନ ପକ୍ଷରୁ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର,ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର, ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ଅର୍ଥ ପରାମର୍ଶଦାତା ବିଜୟ ସାହୁଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।
ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସମେତ ଉପରୋକ୍ତ ଅଧିକାରୀ ଓ ଆଇନ ମନ୍ତ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କର୍ପସ ବୁଡାଇ ଦେଇ ଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ସମସ୍ତେ ମିଳିମିଶି ମହାପ୍ରଭୁଙ୍କ ଟଙ୍କା ଆତ୍ମସାତ କରିଥିବା ସଂଗଠନ କହିଛି । ଏମାନଙ୍କ ଠାରୁ ସରକାର ଟଙ୍କା ଆଦାୟ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀଜଗନ୍ନାଥ ସେନା ପୁଣି ଦାବି କରିଛି । ନ ହେଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲୀ ଶ୍ରୀଜଗନ୍ନାଥ ସେନା ସରକାରଙ୍କୁ ଚେତାବନୀ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ