ETV Bharat / state

ପୁରୀ ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ - sero survey began in Puri

ପୁରୀ ଜିଲ୍ଲାରେ ଆଜିଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି । ଏହା ତିନି ଦିନ ଧରି ଚାଲିବ । ଅଧିକ ପଢନ୍ତୁ...

ପୁରୀ ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ
ପୁରୀ ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ
author img

By

Published : Sep 3, 2021, 10:12 PM IST

ପୁରୀ: ଜିଲ୍ଲାରେ ଆଜିଠାରୁ ସେରୋଲୋଜିକାଲ ସର୍ଭେ ତଥା ଆଣ୍ଟିବଡି ଟେଷ୍ଟ (ରୋଗ ପ୍ରତିରୋଧକ ଶକ୍ତି) ଆରମ୍ଭ ହୋଇଛି । ଏହା ତିନି ଦିନ ଧରି ଚାଲିବ । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ମେଡିକାଲ ଗବେଷଣା କେନ୍ଦ୍ର (RMRC) ପକ୍ଷରୁ ଏହି ସର୍ଭେ କରାଯାଉଛି । କୋଭିଡର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏହି ସର୍ଭେକୁ ଗୁରୁତ୍ବପୂର୍ଣ୍ଣ ବିବେଚନା କରାଯାଉଛି । ରାଜ୍ୟର ପୁରୀ ସମେତ ୧୨ଟି ଜିଲ୍ଲାରେ ଏଥିନିମନ୍ତେ ବିଭିନ୍ନ ବୟସସୀମାର ବ୍ୟକ୍ତି ବିଶେଷ ଓ ସ୍ବାସ୍ଥ୍ୟକର୍ମୀ ମାନଙ୍କ ନମୁନା ସଂଗ୍ରହ କରାଯିବ ।

ପୁରୀ ଜିଲ୍ଲାରେ ଆରମ୍ଭ ହେଲା ସେରୋ ସର୍ଭେ

ଆଜି ପୁରୀ ପୌରସଂସ୍ଥାର ୮, ୨୦ ଓ ୨୯ ନମ୍ବର ୱାର୍ଡ, ଆସନ୍ତାକାଲି କୃଷ୍ଣପ୍ରସାଦର ସାତପଡା, ବ୍ରହ୍ମଗିରିର କପିଳେଶ୍ବପୁର, ସତ୍ୟବାଦୀର ବଳପୁର ଓ ଗୋପର ଏରବଙ୍ଗ ଏବଂ ଆସନ୍ତା ୫ ତାରିଖରେ କାକଟପୁ୍ରର ସୁହାନପୁର, ଡେଲାଙ୍ଗର ବେରବୋଇ ଏବଂ ନିମାପଡାର ବଡମାଛପୁର ପଞ୍ଚାୟତରେ ଏହି ସର୍ଭେ କରାଯିବ । ଏଥିନିମନ୍ତେ ବିଭିନ୍ନ ବୟସ ସୀମାରୁ ୪ ଶହ ଜଣ ଏବଂ ଶହେ ଜଣ ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ନମୁନା ସଂଗ୍ରହ କରାଯିବ ।

ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ ନୋଡାଲ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଆରଏମଆରସି ପକ୍ଷରୁ ଡଃ ଦେବବ୍ରତ ଆଚାର୍ଯ୍ୟ, ଡଃ ଶ୍ରୀକାନ୍ତ କାନୁନଗୋ ଓ ଡଃ ହରିରାମ ଚୌଧୁରୀ ପ୍ରମୁଖ ସାମିଲ ଅଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ଆଶା ସଂଯୋଜକ ଅଶୋକ କୁମାର ସାହୁ, ଏପିଏମ୍ ଶ୍ରୀ ସନ୍ତୋଷ କୁମାର ମିଶ୍ର ଓ ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ସାମିଲ ରହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ବାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.