ETV Bharat / state

ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ବିୟୋଗ, ସ୍ବର୍ଗଦ୍ବାରରେ ସରିଲା ଶେଷକୃତ୍ୟ - ସ୍ବର୍ଗଦ୍ବାରରେ ସରିଲା ଶେଷକୃତ୍ୟ

ସାମ୍ବାଦିକତା ଜଗତର ମାଇଲ ଖୁଣ୍ଟ କୁହାଯାଉଥିବା ବରିଷ୍ଠ ବିଧାୟକ ଗଜେନ୍ଦ୍ର ମହାରଣାଙ୍କ ପରଲୋକ । ରବିବାର ରାତି ପ୍ରାୟ ୮ଟା ୨୦ରେ ତାଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ପୁରୀ ସ୍ବର୍ଗଦ୍ବାରରେ ସରିଛି ଶେଷକୃତ୍ୟ । ଅଧିକ ପଢନ୍ତୁ

Senior Journalist Gajendra Maharana
Senior Journalist Gajendra Maharana
author img

By

Published : Feb 27, 2023, 6:08 PM IST

ପୁରୀ: ବରିଷ୍ଠ ସାମ୍ବାଦିକ ଗଜେନ୍ଦ୍ର ମହାରଣାଙ୍କ ରବିବାର ରାତିରେ ବିୟୋଗ ଘଟିଛି । ୬୫ ବର୍ଷ ବୟସରେ ଗଜେନ୍ଦ୍ର ମହାରଣାଙ୍କ ପରଲୋକ ହୋଇଥିବା ବେଳେ ଏହାକୁ ନେଇ ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳିଯାଇଛି । ଗଜେନ୍ଦ୍ରଙ୍କୁ ସାମ୍ବାଦିକତାର ମାଇଲଖୁଣ୍ଟ କୁହାଯାଉଥିଲା । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। କିଛି ଦିନ ପୂର୍ବରୁ ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଦେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଗଜେନ୍ଦ୍ରଙ୍କୁ କୁହାଯାଉଥିଲା ସାମ୍ବାଦିକତା ଜଗତର ମାଇଲ ଖୁଣ୍ଟ । ପ୍ରତିଟି ଖବରକୁ ନିଜ କଲମ ମୁନରେ ଅତି ନିଖୁଣ ଭାବେ ଉଲ୍ଲେଖ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ସେ । କିନ୍ତୁ ଆଜି ସେ କଲମ ମୁନ ସବୁଦିନ ପାଇଁ ବନ୍ଦ ହୋଇଯାଇଛି । ଖବର କରୁଥିବା ଲୋକଟି ଆଜି ନିଜେ ଖବର ପାଲଟିଛି । ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ପୁରୀର ବିଶିଷ୍ଟ ସାମ୍ବାଦିକ ଗଜେନ୍ଦ୍ର ମହାରଣା । ଏକ ଶୋକାକୁଳ ପରିବେଶ ମଧ୍ୟରେ ସ୍ବର୍ଗଦ୍ବାରଠାରେ ଆଜି ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିବା ବେଳେ ପୁଅ ଅଭିଳାଷ ମହାରଣା ମୁଖାଗ୍ନି ଦେଇଥିଲେ ।

ଏହା ବି ପଢନ୍ତୁ- ବିବାହ ପରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଦିବ୍ୟଶଙ୍କର ଓ ପ୍ରିୟଙ୍କା

କିଛି ଦିନ ପୂର୍ବରୁ ତାଙ୍କର ଶ୍ବାସ ଜନିତ ସମସ୍ୟା ଦେଖାଦେଇଥିଲା । ଆବଶ୍ୟକ ଚିକିତ୍ସା ପରେ ପୁଣିଥରେ ସେ ତାଙ୍କର ବୃତ୍ତିଗତ ଜୀବନକୁ ଫେରିଥିଲେ‌। ମାତ୍ର ୨ଦିନ ପୂର୍ବରୁ ତାଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ବିଗିଡ଼ିବାରୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତଦେହକୁ ପ୍ରଥମେ ପୁରୀ ସଦର ଭାରତୀପୁର ବାସଭବନକୁ ନିଆଯିବା ପରେ ସେଠାରୁ ପୁରୀର ସମସ୍ତ ସାମ୍ବାଦିକମାନେ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କର ବୃତ୍ତି ଗତ କାର୍ଯ୍ୟାଳୟ ବଡ଼ଦାଣ୍ଡରେ ଥିବା ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଅଫିସକୁ ନେଇଥିଲେ।

ସେଠାରେ ସ୍ଥାନୀୟ ବାସିନ୍ଦା, ରାଜନେତା, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀଙ୍କ ପୁରୀ ରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଥିଲେ। ଗଞ୍ଜାମ ଜିଲ୍ଲା ଆସିକାରେ ଜନ୍ମ ଗ୍ରହଣ କରିଥିଲେ ଗଜେନ୍ଦ୍ର । ୧୯୮୪ ମସିହାରେ ସାମ୍ବାଦିକତା ଜୀବନ ଆରମ୍ଭ କରିଥିବା ଗଜେନ୍ଦ୍ର ରାଜ୍ୟର ବିଭିନ୍ନ ଜିଲ୍ଲା ଯଥା କଳାହାଣ୍ଡି, କଟକ, ସମ୍ବଲପୁର, ଭୁବନେଶ୍ବର, ବ୍ରହ୍ମପୁର ଏବଂ ପୁରୀରେ ସାମ୍ବାଦିକତା କରିଥିଲେ । ଦୀର୍ଘ ସମୟ ଧରି ସାମ୍ବାଦିକତା କରି ବେଶ ପ୍ରତିଷ୍ଠା ଅର୍ଜନ କରିଥିବା ସ୍ବର୍ଗତ ଗଜେନ୍ଦ୍ର ମହାରଣାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ମହାପ୍ରଭୁ ଶ୍ରୀଜଗନ୍ନାଥ ପ୍ରଦାନ କରନ୍ତୁ ବୋଲି ସଭିଏଁ ପ୍ରାର୍ଥନା କରିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.