ETV Bharat / state

ବଡଦିନ ଛୁଟି ପାଇଁ ପୁରୀରେ ପ୍ରବଳ ଭିଡ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି - ପାଖେଇ ଆସୁଛି ନବ ବର୍ଷ

Security tightened in Puri: ପାଖେଇ ଆସୁଛି ନବ ବର୍ଷ । ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀରେ ଭିଡ଼ ଜମିଥିବା ବେଳେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା । ଅଧିକ ପଢ଼ନ୍ତୁ

New Year celebration 2024
New Year celebration 2024
author img

By ETV Bharat Odisha Team

Published : Dec 24, 2023, 4:44 PM IST

Updated : Dec 24, 2023, 4:58 PM IST

ବଡଦିନ ଛୁଟି ପାଇଁ ପୁରୀରେ ପ୍ରବଳ ଭିଡ, ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ପୁରୀ: ରାତି ପାହିଲେ ବଡ଼ ଦିନ ବା ଖ୍ରୀଷ୍ଟମାସ ଡେ' । ବର୍ଷର ଏହି ଶେଷ ପର୍ବକୁ ପାଳନ କରିବା ଲାଗି ଲୋକଙ୍କ ମନରେ ପ୍ରବଳ ଉତ୍ସାହ । ଏଥିଲାଗି ଶ୍ରୀକ୍ଷେତ୍ର ପୁରୀ ସହରରେ ଜମିଛି ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼ । ବର୍ଷ ଶେଷ ହୋଇ ଆସୁଥିବା ବେଳେ ନୂଆ ବର୍ଷକୁ ନେଇ ସମସ୍ତଙ୍କ ମନରେ ବେଶ ଉତ୍ସାହ ରହିଛି । ନବବର୍ଷରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବର୍ଷ ଆରମ୍ଭ କରିବା ଲାଗି ପୁରୀରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଲୋକେ ଆସି ପହଞ୍ଚୁଥିବା ବେଳେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଆସନ୍ତା ନୂଆ ବର୍ଷ ନିଜ ପରିବାର, ବନ୍ଧୁ ବର୍ଗ ସମେତ ସାରା ବିଶ୍ଵବାସୀଙ୍କ ପାଇଁ ମଙ୍ଗଳମୟ ହେଉ ବୋଲି ସମସ୍ତେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥାଆନ୍ତି । ତେବେ ଖ୍ରୀଷ୍ଟମାସ୍‌ ଡେ' ଛୁଟି ଥିବାରୁ ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେଉଛି । ଏଥିପାଇଁ ବଡ଼ ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବକୁ ମିଳୁଛି । ତେବେ ନୂଆ ବର୍ଷରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସମସ୍ତେ ପ୍ରାର୍ଥନା କରିବା ଉଚିତ ବୋଲି ଜଗନ୍ନାଥ ପ୍ରେମୀ କହିଛନ୍ତି । ସୁଦୂର କୋଲକାତାରୁ ଆସିଥିବା ଭକ୍ତ କହିଛନ୍ତି ପୁରୀ ହେଉଛି ସେମାନଙ୍କ ପ୍ରଥମ ପସନ୍ଦ । ଏଠାରେ ସୁନ୍ଦର ବେଳାଭୂମି ସହ ମହାପ୍ରଭୁ ବିରାଜମାନ କରୁଛନ୍ତି । ଏଣୁ ବଡ଼ଦିନ ଛୁଟି ଥିବାରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେବା ପାଇଁ ପୁରୀ ଆସିଛନ୍ତି ।

ଏହା ବି ପଢନ୍ତୁ- ପାଖେଇ ଆସୁଛି ଖ୍ରୀଷ୍ଟମାସ: ସଜେଇ ହେଲାଣି ପର୍ଯ୍ୟଟନ ସହର ପୁରୀ, ହୋଟେଲରେ ବ୍ୟାପକ ବ୍ୟବସ୍ଥା

ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିବା ଜଣେ ପ୍ରତିକ୍ରିୟା ରଖି କହିଛନ୍ତି, "ଆଗାମୀ ନୂଆ ବର୍ଷ ମଙ୍ଗଳମୟ ହେଉ । ସମସ୍ତଙ୍କ ଶୁଖ ସମୃଦ୍ଧିର ବର୍ଷ ହେଉ । ଏହା ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା । ବିଶ୍ଵର ବଡ ଠାକୁର ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ । ତାଙ୍କରି ଇଚ୍ଛାରେ ସବୁ ଚାଲେ । ଏଣୁ ନୂଆ ବର୍ଷ ଭଲ ହେଉ । " ସେପଟେ ବଡ ଦିନ ଛୁଟି ଓ ନୂଆ ବର୍ଷ ଅବସରରେ ପୁରୀକୁ ଲକ୍ଷାଧିକ ଭକ୍ତ, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖାଯାଇ ପୁରୀ ପୋଲିସ ପକ୍ଷରୁ ପୁରୀ ସହରରେ ଶାନ୍ତି ଶୃଙ୍ଖଳା, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଏହା ବି ପଢନ୍ତୁ- ଆରମ୍ଭ ହେଲା ଶ୍ରୀମନ୍ଦିର ଏସି ସେଡ୍‌ ନିର୍ମାଣ , ନୂଆବର୍ଷ ପୂର୍ବରୁ ସାରିବାକୁ ଲକ୍ଷ୍ୟ

ଟ୍ରାଫିକ ସୁପରିଚାଳନା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଗହଳି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ କର୍ମଚାରୀ ଓ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ବଡ଼ଦାଣ୍ଡ, ସମୁଦ୍ର କୂଳରେ ଟ୍ରାଫିକ ସୁପରିଚାଳନା, ଶାନ୍ତି ଶୃଙ୍ଖଳା ପାଇଁ ଅଧିକ ପୋଲିସ ମୁତୟନ କରାଯାଇଛି । ସହରର ପ୍ରମୁଖ ସ୍ଥାନରେ ପୋଲିସ ଚେକିଂ ସହ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି । କୌଣସି ସ୍ଥାନରେ କିଛି ଅଘଟଣ ଘଟିଲେ ପୋଲିସର ସହାୟତା ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

Last Updated : Dec 24, 2023, 4:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.