ETV Bharat / state

World Tourism day: ବାଲୁକା କଳା ମାଧ୍ୟମରେ ବାଲୁକାଶିଳ୍ପୀ ମାନସଙ୍କ ଶୁଭେଚ୍ଛାବାର୍ତ୍ତା

author img

By

Published : Sep 27, 2022, 9:38 AM IST

27 ସେପ୍ଟେମ୍ବର ବିଶ୍ବ ପର୍ଯ୍ୟଟନ ଦିବସ ଉପଲକ୍ଷେ ପୁରୀ ବେଳାଭୁମିରେ ବାଲୁକା କଳା ନିର୍ମାଣ କଲେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଅଧିକ ପଢନ୍ତୁ

ବିଶ୍ବ ପର୍ଯ୍ୟଟନ ଦିବସ, ବାଲୁକା କଳା ମାଧ୍ୟମରେ ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇବାକୁ ପ୍ରୟାସ

ପୁରୀ: ସାରା ବିଶ୍ବ ସେପ୍ଟେମ୍ବର 27 ତାରିଖକୁ ବିଶ୍ବ ପର୍ଯ୍ୟଟନ ଦିବସ ବା ୱାର୍ଲଡ ଟୁରିଜିମ ଡେ ଭାବେ ପାଳନ କରିଆସୁଛି(World Tourism day) । 1980 ମସିହାରୁ ୟୁନାଇଟେଡ଼ ନେସନର ଟୁରିଜିମ ଅର୍ଗାନାଇଜେସନ ପକ୍ଷରୁ ଏହି ଦିବସ ପାଳନ ହେଉଛି । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସାରା ବିଶ୍ଵରେ ଥିବା ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟନ ବ୍ୟବସାୟକୁ ଆଗକୁ ନେବା । ଏହି ଦିବସ ଅବସରରେ ପୁରୀରେ ବାଲୁକାଶିଳ୍ପୀ ମାନସ ଏକ ବାଲୁକାକଳା କରି ଏହି ଦିବସର ଶୁଭେଚ୍ଛା ଦେଇଛନ୍ତି ।

ଓଡିଶା ର କଳା ସଂସ୍କୃତିକୁ ସାରା ବିଶ୍ବ ରେ ପରିଚିତ କରିବା ପାଇଁ ପୁରୀ ବେଳାଭୂମିରେ ନିର୍ମାଣ କରିଛନ୍ତି ବାଲି ର କ୍ଷୁଦ୍ର କୋଣାର୍କ ମନ୍ଦିର । ଏହି ବାଲୁକା କଳାଟିକୁ ଅତିସୁନ୍ଦର ଭାବରେ ନିର୍ମାଣ କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ଓଡିଶାର ଐତିହ୍ୟ ଭାସ୍କର୍ଯ୍ୟ ଏବଂ କଳାକୁ ବିଶ୍ବ ଦରବାରରେ ପରିଚିତ କରାଇବାକୁ ବାଲୁକା କଳା ମାଧ୍ୟମରେ ପ୍ରୟାସ କରିଛନ୍ତି ।

ତେବେ କୋଣାର୍କ ମନ୍ଦିର ଓଡିଆମାନଙ୍କର ପରିଚୟ ସୃଷ୍ଟି କରେ ବିଶ୍ବ ଦରବାରରେ । ଏନେଇ ସେ ବାଲିରେ କ୍ଷୁଦ୍ର କୋଣାର୍କ ମନ୍ଦିରର ପ୍ରତିମୂର୍ତ୍ତି ନିର୍ମାଣ କରି ସାରା ବିଶ୍ବରେ ଓଡିଶାକୁ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି । ସମସ୍ତ ବିଶ୍ବବାସୀଙ୍କୁ ଓଡିଶାକୁ ଆସି ଓଡିଶାର କଳା ନୈପୁର୍ଣ୍ୟକୁ ଉପଭୋଗ କରିବା ପାଇଁ ଆହ୍ବାନ ଦେଇଛନ୍ତି ଏ । ଏହି ବାଲୁକା କଳାଟି 3ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ 3 କ୍ବିଣ୍ଟାଲ ବାଲି ବ୍ୟବହାର କରାଯାଇଛି । ଏଥିରେ "welcome to Odisha" ଏବଂ "world Tourism day"ର ବାର୍ତ୍ତା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.