ETV Bharat / state

ଅଧାରେ ରହିଲା ମାନସିକ ପୂରଣ; ଦୁର୍ଘଟଣାରେ 4 ବର୍ଷର ଶିଶୁ ସମେତ ଆଖି ବୁଜିଲେ ମହିଳା

ଭୁବନେଶ୍ବର-ପୁରୀ 316 ନଂ ଜାତୀୟ ରାଜପଥରେ ଦୁର୍ଘଟଣା । ମାନସିକ କେଶ ଦାନ କରିବାକୁ ପୁରୀ ଯିବା ବାଟରେ ଚଣାଗୋରଡା ବ୍ରିଜରେ ବାଡେଇ ହେଲା ବୋଲେରୋ । ଅଧିକ ପଢନ୍ତୁ...

4 ବର୍ଷର ଶିଶୁ କନ୍ୟା ସମେତ ଜଣେ ମହିଳା ମୃତ
4 ବର୍ଷର ଶିଶୁ କନ୍ୟା ସମେତ ଜଣେ ମହିଳା ମୃତ
author img

By

Published : Mar 10, 2021, 1:17 PM IST

Updated : Mar 10, 2021, 1:29 PM IST

ପୁରୀ: ମାନସିକ କେଶ ଦାନ କରିବାକୁ ପୁରୀ ଯିବା ବାଟରେ ଦୁର୍ଘଟଣା । ମାନସିକ ଧାରୀ ଶିଶୁ କନ୍ୟା ଓ ଜଣେ ମହିଳା ମୃତ । ଭୁବନେଶ୍ବର-ପୁରୀ 316 ନଂ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ମୃତ ଶିଶୁ କନ୍ୟା ଲିପିକାର ମାନସିକ କେଶଦାନ କରିବାକୁ ପରିବାର ଓ କିଛି ସମ୍ପର୍କୀୟ କେନ୍ଦୁଝର ଜିଲ୍ଲା ବେଗୁନିଆ ପାଟଣା ଗାଁରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବାକୁ ପୁରୀ ଯାଉଥିଲେ । ଆଜି ଭୋର 4ଟା ସମୟରେ ସାକ୍ଷୀଗୋପାଳ ଚଣାଗୋରଡା ବ୍ରିଜରେ ବାଡେଇ ହୋଇଥିଲା ବୋଲେରୋ ।

ଘଟଣାସ୍ଥଳରେ ହିଁ ଜଣେ 4 ବର୍ଷର ଶିଶୁ କନ୍ୟା ସମେତ 58 ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ବୋଲେରୋ ରହିଥିବା ଅନ୍ୟ ବୋଲେରୋ ଥିବା ଅନ୍ୟ ୧୨ ଜଣ ଯାତ୍ରୀ ଗୁରୁତର ।

ଦୁର୍ଘଟଣାରେ 4 ବର୍ଷର ଶିଶୁ ସମେତ ଆଖି ବୁଜିଲେ ମହିଳା

ସେପଟେ ଏହି ଖବର ପାଇ ସତ୍ୟବାଦୀ ଥାନା ଆଇଆଇସି ଦେବୀ ପ୍ରସାଦ ପାତ୍ର ସଦଳବଳେ ସେଠାରେ ପହଞ୍ଚିଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ଅଧିକ ଗୁରୁତର ହେବାରୁ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Mar 10, 2021, 1:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.