ETV Bharat / state

ରଥ ନିର୍ମାଣ ପାଇଁ କାଠ ସଙ୍କଟ ଉପୁଜିବା ଆଶଙ୍କା, ବସିଲା ସମୀକ୍ଷା ବୈଠକ

author img

By

Published : Mar 14, 2023, 10:08 PM IST

ଆସନ୍ତା ବର୍ଷଗୁଡ଼ିକରେ ରଥ ନିର୍ମାଣ ପାଇଁ କାଠ ସଙ୍କଟ ଉପୁଜିବାର ଆଶଙ୍କା ରହିଛି । ଏନେଇ ଆସି ପୁରୀ ସର୍କିଟ ହାଉସରେ ସମୀକ୍ଷା ବୈଠକ ବସିଛି । ଅଧିକ ପଢନ୍ତୁ

Review Meeting held at Puri Circuit house

ରଥ ନିର୍ମାଣ ପାଇଁ କାଠ ସଙ୍କଟ ଉପୁଜିବା ଆଶଙ୍କା

ପୁରୀ: ଆଗାମୀ କିଛି ବର୍ଷ ଭିତରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ହେଉଥିବା ରଥ ନିର୍ମାଣ ପାଇଁ କାଠ ସଙ୍କଟ ଉପୁଜିବା ଆଶଙ୍କା ରହିଛି । ବିଶେଷ କରି ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା ଫାଶୀ, ଧଉରା କାଠ ଅଭାବ ପରିଲିକ୍ଷିତ ହେଲାଣି । ଏଣୁ ଆଗାମୀ ଦିନରେ କିଭଳି ଏହି କାଠ ସଙ୍କଟକୁ ମୁକାବିଲା କରିହେବ ସେ ନେଇ ଏକ ସମୀକ୍ଷା ବୈଠକ ବସିଛି । ପୁରୀ ସର୍କିଟ ହାଉସରେ କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ।

ଚଳିତ ବର୍ଷ କେତେ କାଠ ଦରକାର ଓ କେତେ କାଠ ଅଛି ରଥ ନିର୍ମାଣ ପାଇଁ ତାହା ମଧ୍ୟ ଆରଡିସି ସମୀକ୍ଷା କରିଛନ୍ତି । ଚଳିତ ବର୍ଷ କାଠକୁ ନେଇ କୌଣସି ଅସୁବିଧା ନାହିଁ । ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଧିକ କାଠ ମହଜୁଦ ଥିବା ଆରଡିସି ସୂଚନା ଦେଇଛନ୍ତି । ତେବେ ଆଗାମୀ ଦିନରେ ରଥ ନିର୍ମାଣ ନେଇ ରଥ କାଠ ସମସ୍ୟା ଯେଭଳି ସୃଷ୍ଟି ନ ହୁଏ ସେ ଦିଗରେ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଥିବା କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି । ବିଶେଷ କରି ଓଡ଼ିଶାର କେଉଁ ଅଞ୍ଚଳରେ ରଥ କାଠ ପାଇଁ ଦରକାର ହେଉଥିବା ଫାଶୀ, ଧଉରା କାଠ କେତେ ପରିମାଣର ଅଛି, ଏହା କେତେ ବର୍ଷ ଯାଏଁ ରଥ ନିର୍ମାଣ ନେଇ କାର୍ଯ୍ୟରେ ଲାଗି ପାରିବ, କେଉଁ ବନ ଖଣ୍ଡ ଅଧୀନରେ କେତେ କାଠ ରହିଛି ତାର ଏକ ଡାଟାବେସ ପ୍ରସ୍ତୁତ କରାଯାଉଅଛି ବୋଲି କେନ୍ଦ୍ରାଞ୍ଚଳ ଆରଡିସି ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- Puri Fire Incident: ମହାପ୍ରଭୁଙ୍କ ଜମିରେ ମାର୍କେଟ କମ୍ପ୍ଲେକ୍ସ, ଖୁବଶୀଘ୍ର କରାଯିବ ଉଚ୍ଛେଦ

ମହାପ୍ରଭୁ ରଥ ନିର୍ମାଣ ନେଇ ଆଗାମୀ ଦିନରେ ଯେଭଳି କୌଣସି କାଠ ସମସ୍ୟା ନ ଉପୁଜେ ସେ ନେଇ ସରକାର ସବୁ ପଦକ୍ଷେପ ନେଇ ଥିବା କେନ୍ଦ୍ରାଞ୍ଚଳ ଆରଡିସି କହିଛନ୍ତି । ପୁରୀ ଗସ୍ତ ଅବସରରେ ଆରଡିସି ପୁରୀ ସହରରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଅଗ୍ରଗତି ନେଇ ସମୀକ୍ଷା କରିଥଲେ । ସଠିକ ସମୟରେ ଯେଭଳି ସମସ୍ତ ପ୍ରକଳ୍ପ ଶେଷ ହେବ ସେ ନେଇ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ମହାପ୍ରଭୁଙ୍କ ଜମିକୁ ଜବରଦଖଲରୁ ଉଦ୍ଧାର କରି ଶ୍ରୀମନ୍ଦିର ପ୍ରଶାସନ ଅଧୀନକୁ ଫେରସ୍ତ ପାଇଁ ସବୁ ତହସିଲଦାରଙ୍କୁ ସ୍ଵତନ୍ତ୍ର ଭାବେ କାର୍ଯ୍ୟ କରିବାକୁ କୁହାଯାଇ ଥିବା ଆରଡିସି କହିଛନ୍ତି ।

ମହାପ୍ରଭୁଙ୍କର ବହୁ ଜମି ଉଦ୍ଧାର ହୋଇ ରେକର୍ଡ ହୋଇଥିବା ବେଳେ ଅନ୍ୟ ସବୁ ଜମିକୁ ଉଦ୍ଧାର ପାଇଁ କାର୍ଯ୍ୟ ଚାଲିଥିବା ଆରଡିସି କହିଛନ୍ତି । ମହାପ୍ରଭୁଙ୍କ ସବୁ ଜମି ଚିହ୍ନଟ ସରିଥିବା ବେଳେ ଏହାକୁ ଉଦ୍ଧାର ପାଇଁ ସବୁ କାର୍ଯ୍ୟ ଚାଲିଥିବା କେନ୍ଦ୍ରାଞ୍ଚଳ ଆରଡିସି ସୂଚନା ଦେଇଛନ୍ତି । ଏହି ସ୍ଵତନ୍ତ୍ର ବୈଠକରେ ପୁରୀ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧର ଡିଏଫଓ ଯୋଗ ଦେଇ ଥିଲେ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.