ETV Bharat / state

ଫେରିବ ମାଲେସିଆ ଜାହାଜ, ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ - ଜିନ୍ ହ୍ୱା-32

ଅଚଳ ହୋଇ ରାଜହଂସରେ ଲାଗିଥିବା ମାଲେସିଆ ଜାହାଜ ଫେରିଯିବ । ସେଥିପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଜିନ୍ ହ୍ୱା-32 କୁ ନେବା ପାଇଁ କୂଳରେ ଆସି ପହଁଚିଛି ସିଙ୍ଗାପୁରରୁ ଆଉ ଏକ ଜାହାଜ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି
author img

By

Published : Sep 15, 2019, 5:26 PM IST

ବ୍ରହ୍ମଗିରି: ଚିଲିକା ରାଜହଂସ ନିକଟରେ 1ମାସ ରୁ ଉର୍ଦ୍ଧ୍ବ ଦିନ ଧରି ଫସି ରହିଛି ମାଲେସିଆ ଜାହାଜ 'ଜିନ୍ ହ୍ୱା-32' । ଜାହାଜରୁ ପ୍ରଥମେ ପ୍ରାଥମିକ ପର୍ଯ୍ୟାୟରେ ତେଲ କଢା ଯିବା ପରେ ଏବେ ଗନ୍ତବ୍ୟସ୍ଥଳକୁ ନେଇଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । 'ଜିନ୍ ହ୍ୱା-32' କୁ ନେବା ପାଇଁ ଶନିବାର ସିଙ୍ଗାପୁରରୁ 'ଏମ ଡ଼ି ଚିତା' ନାମକ ଏକ ଜାହାଜ ପହଁଚିଛି ।

ଭିଡ଼ିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ରବିବାର ଦିନ ମାଲେସିଆ ଜାହାଜର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଜାହାଜରେ ଆସିଥିବା 10 ଜଣ କୁଶଳୀ କାରିଗର ଏଥିରେ ନିୟୋଜିତ ହୋଇଛନ୍ତି । ଏହାସହ ସ୍ଥାନୀୟ ଲୋକଙ୍କ ସମେତ ଟ୍ରାକ୍ଟର ଓ ଡୋଜରକୁ ମଧ୍ୟ ବ୍ୟବହାର କରାଯାଇଛି । ସିଙ୍ଗାପୁରରୁ ଆସିଥିବା ଜାହାଜଟି କୂଳ ଠାରୁ 1କି.ମି ଦୂରରେ ରହିଛି । ସେହିଠାରୁ ହିଁ ଦଉଡି ସାହାଯ୍ୟରେ ଅକାମି ଜାହାଜକୁ ଟାଣି ନେବ ବୋଲି ସୂଚନା ମିଳିଛି ।

ଅଗଷ୍ଟ 7 ତାରିଖରେ ହିଁ ଜାହାଜଟି ରାଜହଂସ ନିକଟ ସମୁଦ୍ର କୂଳରେ ଲାଗିଥିଲା । ବାଲାଂଦେଶରୁ ଭାଇଜାକ ଯାଉଥିବା ସମୟରେ ସମୁଦ୍ର ଭିତରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଚଳ ହୋଇପଡ଼ିଥିଲା ମାଲେସିଆ ଜାହାଜ । ପରେ ଭାସି ଆସି ରାଜହଂସ କୂଳରେ ଲାଗିଥିଲା ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Intro:କ୍ଷତିଗ୍ରସ୍ତ ମାଲେସିଆ ଜାହାଜ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ।
ଚିଲିକା ରାଜହଂସ ନିକଟରେ 1ମାସ ରୁ ଉର୍ଦ୍ଧ ଦିନ ଧରି ଫସି ରହିଥିବା କ୍ଷତିଗ୍ରସ୍ତ ମାଲେସିଆ ଜାହାଜ 'ଜିନ୍ ହ୍ୱା-32'କୁ ନେବା ପାଇଁ ସିଙ୍ଗାପୁର ରୁ 'ଏମ ଡ଼ି ଚିତା''ନାମକ ଏକ ଜାହାଜ ଆସିଛି।
Body:ଅକାମି ମାଲେସିଆ ଜାହାଜ ଜିନ୍ ହ୍ୱା-32 କୁ ସ୍ଥାନାନ୍ତର କରି ନେବା ପାଈଁ ଶନିବାର ଦିନ ସିଙ୍ଗାପୁର ରୁ 'ଏମ ଡ଼ି ଚିତା'ନାମକ ଏକ ଜାହାଜ ଆସି ଚିଲିକା ରାଜହଂସ ନିକଟ ସମୁଦ୍ର କୁଳରେ ପହଁଚିଛି।
ରବିବାର ଦିନ ମାଲେସିଆ ଜାହାଜ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ଜାହାଜରେ ଆସିଥିବା 10 ଜଣ କୁଶଳୀ ଜାହାଜ କାରିଗର ଏଥିରେ ନିୟୋଜିତ ହେବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରାକ୍ଟର ଓ ଡୋଜର କୁ ବ୍ୟବହାର କରାଯାଇଛି।
ଆସିଥିବା ଜାହାଜଟି ସମୁଦ୍ର କୂଳକୁ ନ ଆସି କୂଳ ଠାରୁ 1କି ମି ଦୁରରେ ଅଛି।ସେଠାରୁ ଦଉଡି ସାହାଯ୍ୟରେ ଅକାମି ଜାହାଜକୁ ବନ୍ଧା ଯାଇ ଟାଣି ଟାଣି ନେବ ବୋଲି ସୁଚନା ମିଳିଛି।
ଅକାମି ମାଲେସିଆ ଜାହାଜ ଟି ବଙ୍ଗଳାଦେଶ ରୁ ଭାଇଜାକ ଯାଉଥିବା ସମୟରେ ସମୁଦ୍ର ଭିତରେ ଯାନ୍ତ୍ରିକ ତ୍ରୁଟି ହେବାରୁ ଜାହାଜଟି ଖରାପ ହୋଇ ଭାସି ଭାସି ଚିଲିକା ରାଜହଂସ ନିକଟ ସମୁଦ୍ର କୂଳରେ ଅଗଷ୍ଟ 7 ତାରିଖରେ ଲାଗିଥିଲା।
ସ୍ଥାନୀୟ ମସ୍ୟଜିବି ଓ ପରିବେଶବିତ ଚିଲିକାରେ ଜୈବ ବିଭିଦତା ନଷ୍ଟ ହେବା ଆଶଙ୍କା କରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାରୁ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ମାଲେସିଆ ଜାହାଜ ମାଲିକଙ୍କୁ ଜାହାଜ 7ଦିନ ଭିତରେ ନେବା ପାଇଁ ନୋଟିସ ଜାରୀ କରିଥିଲେ। ପ୍ରୋଟକଲ ଅନୁଯାୟୀ ଜାହାଜରେ ଥିବା ଡିଜେଲ କୁ ପ୍ରଥମେ ବାହାର କରଯାଇଥିଲା।Conclusion:ଦେବାଶିଷ ଦାସ,ବ୍ରହ୍ମଗିରି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.