ETV Bharat / state

ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ

author img

By

Published : Jan 6, 2020, 7:55 PM IST

ମହାବାହୁଙ୍କ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତିନି ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଅଧିକ ଖବର ପଢନ୍ତୁ...

PHOTO
ରଥ ନିର୍ମାଣ

ପୁରୀ: ଚଳିଚ ବର୍ଷ ପାଇଁ ଦାରୁବ୍ରହ୍ମଙ୍କ ଘୋଷଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ସୋମବାର ଏନେଇ ଏକ ବୈଠକ ଅନୁଷ୍ଠିତ ହେବା ସହ ଏକ 4 ଜଣିଆ ପ୍ରତିନିଧି ମଣ୍ଡଳୀ ଗଠନ ହୋଇଛି । ରଥକାଠ ଚିହ୍ନଟ ଓ ସଂଗ୍ରହ ପାଇଁ ଏହି ପ୍ରତିନିଧି କାମ କରିବେ । ମଙ୍ଗଳବାର ପ୍ରତିନିଧି ମଣ୍ଡଳୀ ନୟାଗଡ ଗସ୍ତ କରି ମାଆ ବଡ ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ରଥକାଠ କଟାଯିବ । ସରସ୍ବତୀ ପୂଜା ପୂର୍ବରୁ 3ଟି ଧଉରା କାଠ ଶ୍ରୀକ୍ଷେତ୍ର ଆସିବ । ସରସ୍ବତୀ ପୂଜା ଦିନ ତିନି ରଥ ନିର୍ମାଣର ପରମ୍ପରା ରହିଛି ।

ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ

ତେବେ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ 8 ଶହ 65 ଖଣ୍ଡ କାଠ ଆବଶ୍ୟକତା ଥିବାବେଳେ ଗତବର୍ଷ ରଥଯାତ୍ରାରେ 193 ଖଣ୍ଡ କାଠ ବଳକା ଗଚ୍ଛିତ ଅଛି । ତେଣୁ ଚଳିତ ବର୍ଷ ରଥ ନିର୍ମାଣ ପାଇଁ 672 ଖଣ୍ଡ କାଠ ନୟାଗଡ ବନଖଣ୍ଡରୁ ଶ୍ରୀକ୍ଷେତ୍ର ଆସିବ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:2020 ରଥ ଯାତ୍ରା ପ୍ରକ୍ରିୟା ଆରଂଭBody:2020 ରଥଯାତ୍ରା ନେଇ ପ୍ରକ୍ରିୟା ଆଜି ଠାରୁ ଆରଂଭ ହୋଇଛି। ରଥ କାଠ ଚିନ୍ହଟ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ 4 ଜଣିଆ ପ୍ରତିନିଧି ମଣ୍ଡଳୀ ଆଜି ନୟାଗଡ଼ ଗସ୍ତ କରିଛି। ଆସନ୍ତାକାଲି ନୟାଗଡ଼ର ମା ବଡ଼ ରାଉଳ ଠାକୁରାଣୀଙ୍କ ନିକଟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ହେବ। ପରେ ତିନି ରଥ ର କାଠ ଚିନ୍ହଟ ସହ ଗଛ କଟା ଯିବ। ସରସ୍ୱତୀ ପୂଜା ପୂର୍ବରୁ 3 ଟି ଧଉରା କାଠ ଅଣା ଯୁବ। ଶ୍ରୀପଞ୍ଚମୀ ଦିନ ତିନି ରଥ ର କାଠ ପୂଜା ହେବାର ବିଧି ରହିଛି। ତିନି ରଥ ପାଇଁ 8 ଶହ 65 ଟି କାଠ ଆବଶ୍ୟକ ରହିଛି। ତେବେ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ପୂର୍ବ ବର୍ଷ 193 ଟି କାଠ ଗଛିତ ଥିବା ବେଳେ ଚଳିତ ବର୍ଷ 672 ଖଣ୍ଡ କାଠ ଆସିବ।

ବାଇଟ,, 1,, ରବୀନ୍ଦ୍ର ଭୋଇ, ଭୋଇ ସରଦାର
ବାଇଟ2,, ସୁଦର୍ଶନ ମେକାପ,, ରଥ ତତ୍ୱ ବଧାରକ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ରConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.