ପୁରୀ: ଆଗାମୀ ୨୦୨୩ ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ ହୋଇଛି । କାଠ ଚିହ୍ନଟ ପାଇଁ ନୟାଗଡ଼ ଗଲା ଶ୍ରୀମନ୍ଦିର ପ୍ରଶାସନ ଟିମ । ଚଳିତ ବର୍ଷର ରଥ କାଠ ଚିହ୍ନଟ ପାଇଁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ଏକ ଟିମ ନୟାଗଡ ଦଶପଲ୍ଲା ରେଞ୍ଜର ବଡମୂଳର ବଡରାଉଳ ଠାକୁରାଣୀଙ୍କ ମନ୍ଦିରକୁ ଯାତ୍ରା କରିଛନ୍ତି ।
ଶ୍ରୀମନ୍ଦିରରୁ ମାଳ ମାହାର୍ଦ୍ଦ, ନଡିଆ, ପତନୀ, ସିନ୍ଦୁର, ଦୀପ, ନୈବେଦ୍ୟ ନେଇ ଯାତ୍ରା କରିଛନ୍ତି । ଏହି ଟିମରେ ରଥ ନିର୍ମାଣର ବରିଷ୍ଠ ତତ୍ତ୍ବବଧାରକ ସୁଦର୍ଶନ ମେକାପ, ରଥ ଅମିନ, ଭୋଇ ସର୍ଦ୍ଦାର ରବି ଭୋଇ ରହିଛନ୍ତି। ଆସନ୍ତାକାଲି ମଙ୍ଗଳବାରରେ ବଡରାଉଳ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ ପରେ ଠାକୁରାଣୀଙ୍କ ଅନୁମତି ନେଇ ରଥକାଠ ଚିହ୍ନଟ ପକ୍ରିୟା ଆରମ୍ଭ ହେବ। ଆସନ୍ତା ବର୍ଷ ରଥ ନିର୍ମାଣ ପାଇଁ ୮୬୫ କାଠର ଆବଶ୍ୟକତା ରହିଛି ।
ଇଟିଭି ଭାରତ, ପୁରୀ