ETV Bharat / state

ଆଜି ପବିତ୍ର ଶ୍ରୀପଞ୍ଚମୀ, ଅନୁକୂଳ ହେବ ରଥକାଠ

ଆଜି ପବିତ୍ର ଶ୍ରୀପଞ୍ଚମୀରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହେବ। ଶ୍ରୀମନ୍ଦିର ସ୍ବତନ୍ତ୍ର ପୂଜାର୍ଚ୍ଚନାରେ ରଥକାଠ ଅନୁକୂଳ ହେବ । ଅଧିକ ପଢନ୍ତୁ

author img

By

Published : Jan 26, 2023, 9:54 AM IST

Updated : Jan 26, 2023, 1:05 PM IST

ratha katha anukula ritual at shrimandir
ଆଜି ପବିତ୍ର ଶ୍ରୀପଞ୍ଚମୀ, ଅନୁକୂଳ ହେବ ରଥକାଠ
ଆଜି ପବିତ୍ର ଶ୍ରୀପଞ୍ଚମୀ, ଅନୁକୂଳ ହେବ ରଥକାଠ

ପୁରୀ: ଆଜି ପବିତ୍ର ଶ୍ରୀପଞ୍ଚମୀ । ଚଳିତ ବର୍ଷ 2023 ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ତିଥିରେ ରଥ କାଠକୁ ଅନୁକୂଳ ପାଇଁ ପୂଜାର୍ଚ୍ଚନା କରାଯିବ । ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମୁଖରେ ରଖାଯାଇ ସନ୍ଧ୍ୟାରେ ପୂଜାପାଠ କରାଯିବ।

ପରମ୍ପରା ଅନୁସାରେ ରାଜପୁରୋହିତ ଓ ଶ୍ରୋତୀୟ ବ୍ରାହ୍ମଣଙ୍କ ଦ୍ବାରା ମା' ସରସ୍ବତୀଙ୍କ ନିକଟରେ ସ୍ବତନ୍ତ୍ର ପୂଜା କରାଯିବା ପରେ ରଥଖଳାରେ ତିନିଖଣ୍ଡ ଧଉରା କାଠକୁ ରାଜଗୁରୁ ଓ ବ୍ରାହ୍ମଣମାନେ ବନ୍ଦାପନା ସହିତ ପୂଜା କରିବେ । ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯିବ । ସେହିପରି ଆସନ୍ତା ରାମନବମୀ ତିଥିରେ ରଥ କାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବାର ବିଧି ରହିଛି।

ଏହା ବି ପଢନ୍ତୁ...ଆଜି ପବିତ୍ର ସରସ୍ବତୀ ପୂଜା, ବିରାଜିଛନ୍ତି ବିଦ୍ୟାଦାତ୍ରୀ

ପବିତ୍ର ଶ୍ରୀପଞ୍ଚମୀଠାରୁ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଜୋରଦାର ହୋଇଥାଏ । ସରସ୍ବତୀ ପୂଜାରେ ରଥ ନିର୍ମାଣର ଏହା ପାରମ୍ପରିକ ବିଧି । ପ୍ରଥମେ ଚୂନପାଣି ପକାଇ ରଥଖଳାକୁ ପବିତ୍ର କରାଯିବ । ପରେ କାଠ 3ଟିର ମାଜଣା କରାଯିବ । ଗଜପତି ମହାରାଜଙ୍କ ରାଜଗୁରୁ ଓ ପୁରୋହିତ ବିଧିମତେ କାଠ ତ୍ରୟର ପୂଜାର୍ଚ୍ଚନା କରିବେ । ରଥ ନିର୍ମାଣକ୍ରମରେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ଓ ପବିତ୍ର ଅକ୍ଷୟ ତୃତୀୟ ତିଥିରେ ରଥ ନିର୍ମାଣ ଅନୁକୂଳ କରାଯିବ ।

ରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ପୂର୍ବ ବର୍ଷରୁ ଶ୍ରୀମନ୍ଦିର ପ୍ରଶାସନ ପାଖରେ ୧୧୮ ଖଣ୍ଡ କାଠ ମହଜୁଦ ଅଛି। ଅବଶିଷ୍ଟ ୭୪୭ ଖଣ୍ଡ କାଠ ନୟାଗଡ ଓ ବୌଦ୍ଧ ବନଖଣ୍ଡରୁ ଅଣାଯିବାକୁ ଥିବାବେଳେ ଗତ ୨୧ ତାରିଖ ସନ୍ଧ୍ୟାରେ ତିନୋଟି ଟ୍ରକରେ ପ୍ରଥମ ପର୍ଯ୍ୟାୟରେ ୧୦୪ ଖଣ୍ଡ କାଠ ପୁରୀରେ ଆସି ପହଞ୍ଚିଛି । ସେଥି ମଧ୍ୟରୁ ତିନୋଟି ୧୨ ଫୁଟିଆ ଧଉରା କାଠକୁ ଆଜି ପୂଜାର୍ଚ୍ଚନା କରାଯିବ । ପର୍ଯ୍ୟାୟ କ୍ରମେ ରଥ ନିର୍ମାଣ ପାଇଁ କାଠ ଟ୍ରକରେ ଆଗାମୀ ଦିନରେ ପୁରୀକୁ ଅଣାଯିବ । ଆସନ୍ତା ଅକ୍ଷୟ ତୃତୀୟା ତିଥିରେ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବ । ରଥ ଖଳାରେ ତିନି ରଥ ମହାରଣା ସ୍ଵତନ୍ତ୍ର ପୂଜାର୍ଚ୍ଚନା କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଚଳିତ ବର୍ଷ ରଥଯାତ୍ରା ବିନା ବାଧାରେ ଶାନ୍ତି ଶୃଙ୍ଖଳାରେ ହେବା ନେଇ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି ଭକ୍ତ ଓ ସେବାୟତ ।

ଇଟିଭି ଭାରତ, ପୁରୀ

Last Updated : Jan 26, 2023, 1:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.