ETV Bharat / state

ରଥଯାତ୍ରା ଅୟୋଜନ ନେଇ ବୈଠକ ଆରମ୍ଭ

author img

By

Published : Apr 24, 2020, 12:32 PM IST

କୋରୋନା କଟକଣା ଓ ଲକଡାଉନକୁ ନେଇ ମହାପ୍ରଭୁଙ୍କ ଅଗାମୀ ରଥଯାତ୍ରା ଓ ଚନ୍ଦନଯାତ୍ରା ହେବ କି ନାହିଁ ଅନିଶ୍ଚିତ ଲାଗି ରହିଛି । ତେବେ ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ ଆରମ୍ଭ ହୋଇଛି।

ରଥଯାତ୍ରା ଅୟୋଜନ ନେଇ ବୈଠକ ଆରମ୍ଭ
ରଥଯାତ୍ରା ଅୟୋଜନ ନେଇ ବୈଠକ ଆରମ୍ଭ

ପୁରୀ: ମହାପ୍ରଭୁଙ୍କ ଅଗାମୀ ରଥଯାତ୍ରା ଓ ଚନ୍ଦନଯାତ୍ରା ହେବ କି ନାହିଁ ଅନିଶ୍ଚିତ ଲାଗି ରହିଛି। କୋରୋନା କଟକଣା ଓ ଲକଡାଉନକୁ ନେଇ ଏହି ସଂଶୟ ଲାଗି ରହିଛି। ତେବେ ଏହି ପ୍ରସଙ୍ଗକୁ ନେଇ ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟ ବୈଠକ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନର ଏମରଜେନ୍ସି ସେଲ ହଲରେ ଥିବା ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେଉଛି।

ଏଥିରେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ପୁରୀ ଏସପି ଉମାଶଙ୍କର ଦାସଙ୍କ ସମେତ ଶ୍ରୀମନ୍ଦିର ପରିଚାଳନା କମିଟର ସଦସ୍ୟ ଉପସ୍ଥିତ ଅଛନ୍ତି।

ଅନ୍ୟପଟେ ଭୁବନେଶ୍ବରରେ ଗଜପତି ମହାରାଜ ଦିବ୍ୟ ସିଂହ ଦେବ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିସନ କୁମାର ଭିଡିଓ କନ୍‌ଫରେନ୍ସିଂରେ ଉପସ୍ଥିତ ରହିଛନ୍ତି। ତେବେ ମୁଖ୍ୟତଃ ରଥଯାତ୍ରା କିଭଳି ହେବ, ଚନ୍ଦନଯାତ୍ରା କିଭଳି ହେବ ସେନେଇ ଆଲୋଚନା ଚାଲିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.