ETV Bharat / state

ରଥଯାତ୍ରାକୁ ଆଉ 4ଦିନ, ଝୋଟି ଚିତାରେ ଝଟକୁଛି ଶ୍ରୀମନ୍ଦିର

author img

By

Published : Jun 16, 2023, 9:29 AM IST

ଜୁନ 20 ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏ ନେଇ ସମସ୍ତ ପ୍ରସ୍ତୁତି ଜୋରଦାର ହୋଇଛି । ଅଧିକ ପଢନ୍ତୁ

heritage corridor project outer road opned
ରଥଯାତ୍ରାକୁ ଆଉ 4ଦିନ

heritage corridor project outer road opned

ପୁରୀ: ପାଖେଇ ଆସୁଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତେଙ୍କୁ ଦେଖିବାକୁ ବ୍ୟାକୁଳ ହେଲାଣି ଭକ୍ତ ମନ । ଏନେଇ ସଜେଇ ହେଲାଣି ଶ୍ରୀମନ୍ଦିର । ଶ୍ରୀମନ୍ଦିର ସମ୍ମୁଖକୁ ଝୋଟି ଚିତାରେ ସଜାଯାଇଛି । ଏହା ସହିତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାହ୍ୟ ରାସ୍ତା ଖୋଲାଯାଇଛି ।

ଜୁନ 20ରେ ମହାପ୍ରଭୁଙ୍କ ଘୋଷ ଯାତ୍ରା । ଆଉ ମାତ୍ର ଗଣତି ଦିନ । ରଥ ନିର୍ମାଣ କାମ ଜୋରସୋର ଚାଲିଛି । ରଥଯାତ୍ରା ନେଇ ଝଟକୁଛି ଶ୍ରୀମନ୍ଦିର । ଘୋଷଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ । ଏଣୁ ଭକ୍ତଙ୍କ ସୁରକ୍ଷା ଓ ସୁବିଧା ପାଇଁ ପୁରୀ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କେ ବିଶାଲ ସିଂ ପ୍ରତିଦିନ ଶ୍ରୀମନ୍ଦିର ଚାରିପାଖ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ସିଂହ ଦ୍ଵାର ସମ୍ମୁଖ ଏବଂ ନିକଟରେ ରଥ ରହିବା ସ୍ଥାନକୁ ଅତି ସୁନ୍ଦର ଭାବେ ସଜାଯାଇଛି । ରାସ୍ତା ଉପରେ ପାରମ୍ପରିକ ଝୋଟି ଚିତା ରଙ୍ଗରେ ଅଙ୍କା ଯାଇଛି ଯାହାକି ବେଶ୍ ଆକର୍ଷଣୀୟ ହୋଇଛି । ଶ୍ରୀମନ୍ଦିରର ସିଂହଦ୍ଵାର ସମ୍ମୁଖର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଛି ଏହି ଝୋଟି ଚିତାର ଝଲକ ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବଜେଟ ପାରିତ, ୨୭୧ କୋଟି ଆୟରେ ବ୍ୟୟ ୨୬୨ କୋଟି

ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଉଟର ଆକ୍ସେସ ରୋଡ ତଥା ବାହ୍ୟ ରାସ୍ତା କାମ ଶେଷ ହୋଇଛି । ଭକ୍ତଙ୍କ ଯାତାୟତ ପାଇଁ ଏହାକୁ ଖୋଲା ଯାଇଛି । ଭକ୍ତମାନେ ଶ୍ରୀମନ୍ଦିର ଚାରି ପାଖରେ ଏହି ରାସ୍ତା ଦେଇ ବୁଲି ପାରିବେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଆଭ୍ୟନ୍ତରୀଣ ସ୍ଥାନରେ କାର୍ଯ୍ୟ ଚାଲୁ ରହିଛି । ଆସନ୍ତା ଡ଼ିସେମ୍ବର ସୁଦ୍ଧା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଆସନ୍ତା 19 ତାରିଖରେ ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ ରହିଛି । ଏଣୁ ଶୃଙ୍ଖଳିତ ଦର୍ଶନ ପାଇଁ 70 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । 25 ପ୍ଲାଟୁନ ପୋଲିସ ଫୋର୍ସ ଟ୍ରାଫିକ ପାଇଁ ମୁତୟନ ରହିବେ । ଶୃଙ୍ଖଳିତ ଦର୍ଶନ ନେଇ ବ୍ୟାରିକେଡ ବ୍ୟବସ୍ଥା ହୋଇଛି । ଅଧିକ ଭକ୍ତଙ୍କ ଭିଡ଼ ହେଲେ ସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ପୁରୀ ଏସପି କହିଛନ୍ତି ।

ନବ ଯୌବନ ଦର୍ଶନ ପରଦିନ ଅର୍ଥାତ୍ ଆସନ୍ତା 20 ତାରିଖରେ ରଥ ଯାତ୍ରା । ହାତରେ ଖୁବ କମ୍ ସମୟ ଥିବାରୁ ରଥଯାତ୍ରା ପାଇଁ ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିିଛି । ରଥଯାତ୍ରାରେ 160 ପ୍ଲାଟୁନ ପୋଲିସ ଫୋର୍ସ, ଅଭିଜ୍ଞ ବରିଷ୍ଠ ପୋଲିସ୍ ଅଧିକାରୀ ମୁତୟନ ରହିବେ । ଖୁବଶୀଘ୍ର ଟ୍ରାଫିକ ଆଡଭାଈଜରି ପୁରୀ ପୋଲିସ୍ ଜାରି କରିବ । ବିଭିନ୍ନ ସ୍ଥାନରେ ଏନେଇ ଫ୍ଲେକ୍ସ ମାଧ୍ୟମରେ ସୂଚନା ଦିଆଯିବ । ସୋସିଆଲ ମିଡ଼ିଆରେ ଆନିମେଟେଡ ଭିଡ଼ିଓ ଜାରି କରାଯିବ । ବିଶେଷ କରି ରଥଯାତ୍ରାରେ ପୁରୀ ବାସିନ୍ଦା କିଭଳି ଯାତାୟତରେ ଅସୁବିଧା ଭୋଗିବେ ନାହିଁ ଆମ୍ବୁଲାନ୍ସ ଯାତାୟତରେ ଅସୁବିଧା ହେବ ନାହିଁ ସେ ଦିଗରେ ଅଧିକ ଧ୍ୟାନ ଦିଆଯାଉଛି ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.