ETV Bharat / state

ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ, ମନ୍ଦିରରୁ ନେଇଗଲେ ବିରଳ ଅଷ୍ଟଧାତୁ ମୂର୍ତ୍ତି - ବିରଳ ଅଷ୍ଟଧାତୁ ମୂର୍ତ୍ତି ଚୋରି

ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ । ପୁରୀ ନାରାୟଣ ଦେବ ହିରଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଚୋରି । ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ
ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ
author img

By

Published : Nov 16, 2022, 8:10 PM IST

ପୁରୀ: ପୁଣି ମାତିଲେ ଚୋର । ମନ୍ଦିର ଭିତରୁ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି । ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ଚୋରି ହୋଇଥିବା ସୂଚନା । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ

ପୁରୀରେ ପୁଣି ମୂର୍ତ୍ତି ଚୋରଙ୍କ ଆତଙ୍କ । ମନ୍ଦିର ଭିତରୁ ଦୁର୍ବୁତ୍ତମାନେ ଚୋରି କରିନେଲେ ବହୁମୂଲ୍ୟ ଅଷ୍ଟଧାତୁରେ ନିର୍ମିତ ଦେବା ଦେବୀଙ୍କ ମୂର୍ତ୍ତି। ଏଥିସହ ରୂପା ଅଳଙ୍କାର ମଧ୍ୟ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ ଆଳପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ନାରାୟଣ ଦେବ ହିରର୍ଣ୍ଣ୍ୟ ବିଦାରକ ନୃସିଂହ ମନ୍ଦିରରୁ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଆଜି ସକାଳେ ମନ୍ଦିରର ପୂଜକ ଦ୍ବାର ଫିଟାଇ ମନ୍ଦିର ଭିତରକୁ ପ୍ରବେଶ କରିବା ସମୟରେ ସମସ୍ତ ମୂର୍ତ୍ତି ଚୋରି ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଏନେଇ ଗ୍ରାମବାସୀମାନେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଭେଟିଲେ ମୋଦି, 3000 ଭାରତୀୟ ଭିସାକୁ ସୀକୃତି ଦେଲେ ସୁନକ

ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନାରାୟଣ, ଦୁର୍ଗା, ଚନ୍ଦ୍ରଶେଖର ଓ ନୃସିଂହ ପ୍ରଭୃତି ମୂର୍ତ୍ତି ଦୁର୍ବୁତ୍ତମାନେ ଚୋରି କରି ନେଇଥିବା ସୂଚନା ରହିଛି । ପୂର୍ବରୁ ମଧ୍ୟ ଅନେକ ଥର ପୁରୀ ସହର ଓ ସଦର ଅଞ୍ଚଳରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିଲେ ହେଁ ପୋଲିସ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇନାହିଁ । ତେବେ ପୁଣିଥରେ ଏହି ଦୁର୍ବୁତ୍ତମାନେ ମନ୍ଦିରରୁ ଚୋରି କରିଥିବା ବେଳେ ପୋଲିସ କେତେଦୂର ଏମାନଙ୍କୁ ଧରିବାରେ ସକ୍ଷମ ହେଉଛି ତାକୁ ହିଁ ଅପେକ୍ଷା ।

ଏହା ମଧ୍ୟ ପଢନ୍ତୁ: ଉଡାଣ ପୂର୍ବରୁ IGI ବିମାନ ବନ୍ଦରରେ ଜନ୍ମନେଲା ଶିଶୁ, ସ୍ବାଗତ କଲେ କର୍ମଚାରୀ

ଏନେଇ ସ୍ଥାନୀୟ ବାସିନ୍ଦା କହିଛନ୍ତି, " ଅଷ୍ଟଧାତୁର ମୂର୍ତ୍ତି ଚୋରି ହୋଇଯାଇଛି । ଯାହାର ଓଜନ ୫ କିଲୋରୁ ଅଧିକ ହେବ । ଏହାସହ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ୧କିଲୋରୁ ଅଧିକ ଓଜନ, ଦୁର୍ଗାଙ୍କର ଅଢେଇ କିଲୋରୁ ଅଧିକ ଓଜନର ମୂର୍ତ୍ତି, ଏଥିସହ ଦିଅଁଙ୍କର ପ୍ରଭା ଦୁଇଟି ମଧ୍ୟ ଚୋରି ହୋଇଯାଇଛି । ଗତକାଲି ବିଳମ୍ବତ ରାତିରେ ଚୋରି ହୋଇଯାଇଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.