ETV Bharat / state

ନିଆରା ରାକ୍ଷୀ ପର୍ବ; ବୃକ୍ଷର ସୁରକ୍ଷା ନେଇ ରାକ୍ଷୀ ବାନ୍ଧିଲେ ମହିଳା

author img

By

Published : Aug 3, 2020, 5:10 PM IST

ରକ୍ଷା ବନ୍ଧନ ଉତ୍ସବକୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ବନ ସୁରକ୍ଷା ସମିତିର ମହିଳା ସଦସ୍ୟ ମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ପୀର ଜାହାନିଆ ପୀଠ ନିକଟ ଜଙ୍ଗଲରେ ଥିବା ଗଛରେ ରାକ୍ଷୀ ବାନ୍ଧି ବନ୍ଦାପନା କରିଛନ୍ତି । ଅଧିକ ଖବର ପଢନ୍ତୁ...

ନିଆରା ରାକ୍ଷୀ ପର୍ବ; ବୃକ୍ଷର ସୁରକ୍ଷା ନେଇ ରାକ୍ଷୀ ବାନ୍ଧିଲେ ମହିଳା
ନିଆରା ରାକ୍ଷୀ ପର୍ବ; ବୃକ୍ଷର ସୁରକ୍ଷା ନେଇ ରାକ୍ଷୀ ବାନ୍ଧିଲେ ମହିଳା

ପୁରୀ: ରାକ୍ଷୀ ପୂର୍ଣ୍ଣିମା ତଥା ରକ୍ଷା ବନ୍ଧନ ପର୍ବକୁ ନେଇ ସାରା ଦେଶ ଆଜି ଉତ୍ସବ ମୁଖର। ଭାଇ ମାନଙ୍କ ହାତରେ ଭଉଣୀ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା କରିବାର ସଂକଳ୍ପ ଭାଇ ଠୁ ନେଇଥାଏ । କିନ୍ତୁ ଏହି ରକ୍ଷା ବନ୍ଧନ ଉତ୍ସବକୁ ପୁରୀ ଜିଲ୍ଲା ଅସ୍ତରଙ୍ଗ ପୀର ଜାହାନିଆ ବନ ସୁରକ୍ଷା ସମିତିର ମହିଳା ସଦସ୍ୟ ମାନେ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି। ପୀର ଜାହାନିଆ ପୀଠ ନିକଟ ଜଙ୍ଗଲରେ ଥିବା ଗଛରେ ରାକ୍ଷୀ ବାନ୍ଧି ବନ୍ଦାପନା କରିଛନ୍ତି ।

ସମିତିର ମହିଳା ସଦସ୍ୟଙ୍କ କହିବା କଥା ଭାଇ ଭଳି ଏହି ଗଛ ଗୁଡିକ ମଧ୍ୟ ସ୍ଥାନୀୟ ଅଞ୍ଚଳ ତଥା ସମାଜକୁ ସୁରକ୍ଷା ଦେଇ ଆସିଛନ୍ତି। ସମୁଦ୍ର କୂଳରେ ଥିବା ତାଙ୍କ ଗ୍ରାମକୁ ଝଡ଼ ବାତ୍ୟାରୁ ସୁରକ୍ଷା ଦେବା ସହ ମୃତ୍ତିକା କ୍ଷୟକୁ ଏହି ଗଛ ରୋକି ସୁରକ୍ଷା ଦେଇ ଆସୁଛି । ଏଣୁ ନିଜ ଭାଇ ଭଳି ସୁରକ୍ଷା ଦେଇ ଆସୁଥିବା ଏହି ଗଛର ସୁରକ୍ଷା ଓ ବୃକ୍ଷ ରୋପଣ କରିବା ବାର୍ତ୍ତା ଜନସମାଜକୁ ଦେବା ପାଇଁ ଏହି ରକ୍ଷା ବନ୍ଧନ ଉତ୍ସବ ସେମାନେ ଗଛରେ ରାକ୍ଷୀ ବାନ୍ଧି ଦୀର୍ଘ ବର୍ଷ ହେବ ପାଳନ କରୁଛନ୍ତି।

ପୀର ଜାହାନିଆ ଅଞ୍ଚଳ ଗ୍ରାମର ମହିଳା ମାନେ ବନ ସୁରକ୍ଷା ସମିତି ଗଠନ କରି ସମୁଦ୍ର କୂଳରେ ଗଛ ଲଗାଇବା ସହ ବୃକ୍ଷ ର ସୁରକ୍ଷା କରି ଆସୁଛନ୍ତି। ତେବେ ପୀର ଜାହାନିଆ ବନ ସୁରକ୍ଷା ସମିତି ଏହି ଅଭିନବ ରକ୍ଷା ବନ୍ଧନ ଉତ୍ସବ ପାଳନ ସହ ବୃକ୍ଷ ରୋପଣ ଓ ବୃକ୍ଷର ସୁରକ୍ଷା ପାଇଁ ସମାଜକୁ ପ୍ରେରଣା ଦେବ ଏଥିରେ ଦ୍ଵି-ମତ ନାହିଁ।

ପୁରୀରୁ ଶକ୍ତିପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.