ETV Bharat / state

ଜଗାବଳିଆ ବାନ୍ଧିବେ ରାକ୍ଷୀ, ଉତ୍ସବମୁଖର ବଡ ଦେଉଳ

author img

By

Published : Aug 3, 2020, 9:49 AM IST

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ପରିବେଶ । ଶ୍ରୀମନ୍ଦିରରେ ମଧ୍ୟ ଉଭୟ ରାକ୍ଷୀ ପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ପାଇଁ ଉତ୍ସବ ମୁଖରିତ ପରିବେଶ । ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ସୁଭଦ୍ରା ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତ । ଅଧିକ ପଢନ୍ତୁ...

rakhi purnima in puri, balabhadra birth ritual in puri, rakhi purnima in srimandir, balabhadra birth ritual in srimandir, puri latest news, ପୁରୀରେ ରାକ୍ଷୀ ପୂର୍ଣ୍ଣିମା, ପୁରୀରେ ବଳଭଦ୍ର ଜନ୍ମୋତ୍ସବ, ପୁରୀ ଲାଟେଷ୍ଟ ନ୍ୟୁଜ୍‌, ଶ୍ରୀମନ୍ଦିରରେ ଗହ୍ମା ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମୋତ୍ସବ
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଓ ବଳଭଦ୍ରଙ୍କ ଜନ୍ମ ପାଇଁ ଉତ୍ସବମୁଖର ବଡ ଦେଉଳ

ପୁରୀ: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ପରିବେଶ । ଶ୍ରୀମନ୍ଦିରରେ ମଧ୍ୟ ଉଭୟ ରାକ୍ଷୀ ପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ପାଇଁ ଉତ୍ସବ ମୁଖରିତ ପରିବେଶ । ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ସୁଭଦ୍ରା ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ପ୍ରସ୍ତୁତ । ଏନେଇ ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ରାକ୍ଷୀ ତିଆରି କରିଛନ୍ତି ପାଟରା ସେବାୟତ । ନୀତି ମୁତାବକ ପ୍ରତିବର୍ଷ ପାଟରା ବିଶୋୟୀ ସେବାୟତ ସ୍ବତନ୍ତ୍ର ପାଟ ରାକ୍ଷୀ ଓ ଗୁଆମାଳ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ଯୋଗାଇ ଦେଇଥାନ୍ତି । ଚଳିତବର୍ଷ ମଧ୍ୟ କୋରୋନା କଟକଣା ସତ୍ତ୍ବେ ରୀତି ମୁତାବକ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ତିଆରି ହୋଇଛି ପ୍ରଭୁଙ୍କ ପାଇଁ 4ଟି ରଙ୍ଗର ରାକ୍ଷୀ ।

ମହାପ୍ରଭୁଙ୍କ ପାଇଁ 4ଟି ରାକ୍ଷୀ ସହିତ 54ଟି ଲେଖାଏଁ ଗୁଆ ଦେଇ 4ଟି ଗୁଆ ମାଳ ବି ତିଆରି କରିଥାନ୍ତି । ଗହ୍ମା ପୂର୍ଣ୍ଣିମାରେ ଗୋପାଳବଲ୍ଲଭ ଧୂପ ପରେ ପାଟରା ବିଶୋୟୀ ମନ୍ଦିରକୁ ଯାଇ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ପ୍ରଦାନ କରିଥାନ୍ତି । ସିଂହାରି ସେବକ ଏହାକୁ ମହାପ୍ରଭୁଙ୍କଠାରେ ଲାଗି କରିଥାନ୍ତି । ଚଳିତ ବର୍ଷ କରୋନା କଟକଣା କାରଣରୁ ମହାପ୍ରଭୁଙ୍କ ଏହି ନୀତି ଦେଖିବାରୁ ସାଧାରଣ ଭକ୍ତଙ୍କ ବାରଣ କରାଯାଇଛି । ତେଣୁ ବିନା ଭକ୍ତରେ ଏଥର ଶ୍ରୀମନ୍ଦିରରେ ଏହି ନୀତି ସଂପନ୍ନ ହେବ । ଅନ୍ୟପଟେ ଶ୍ରୀମନ୍ଦିରରେ ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ଦିନ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ । ଏହି ପବିତ୍ର ଜନ୍ମୋତ୍ସଵ ବିଧି ବିଧାନର ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।

ଏହି ଦିନ ଭୋଗ ମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ। ଏହାରେ ତିନୋଟି ରୂପା ପିଙ୍ଗନରେ ଚନ୍ଦନ ବିଜେ ହୋଇ ସିଂହାସନ ଉପରେ ସଂସ୍କାର ପୂର୍ବକ ସର୍ବାଙ୍ଗ ଲାଗି କରାଯାଇଥାଏ ଏବଂ ବୋଇରାଣୀ ପଟନୀ ଲୁଗା ଲାଗି ହୋଇ ମଧ୍ୟାହ୍ନ ଧୂପ ବେଶ କରାଯାଇଥାଏ । ପରେ ପରେ ଆଜ୍ଞାମାଳ ପାଇ ଶ୍ରୀଦେବୀ, ଭୂଦେବୀ, ଶ୍ରୀମଦନମୋହନ ଝୁଲଣ ମଣ୍ଡପକୁ ବିଜେ କରିଥାନ୍ତି । ଦଇତାମାନେ ସିଂହାସନ ଉପରକୁ ଯିବା ସମୟରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀ ସୁଦର୍ଶନଙ୍କୁ ଦିଆ ଯାଇଥାଏ ଏବଂ ଦଇତାମାନେ ଶ୍ରୀ ସୁଦର୍ଶନଙ୍କୁ ଚୋଉଦୋଳରେ ବିଜେ କରାଇଥାନ୍ତି ।

ଏସମସ୍ତ ନୀତି ସମ୍ପର୍ଣ୍ଣ ପରେ ବିମାନବଡୁ ସେବକ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡକୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି। ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ତାଙ୍କୁ ଜୀବନ୍ୟାସ ଦେଇ ବିଧି ମୁତାବକ ତାଙ୍କ ଜାତକର୍ମ କରିଥାନ୍ତି । ପରେ ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜା ପଣ୍ଡା ପଞ୍ଚ ଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି । ଏହାପରେ ପ୍ରତିମାଟିକୁ ବିସର୍ଜନ କରାଯାଇଥାଏ । ଏହି ଭଳି ଭାବେ ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ନୀତି ସମ୍ପନ୍ନ ହୋଇଥାଏ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.