ETV Bharat / state

ସେବାୟତ ମଧ୍ୟରେ ବିବାଦ, ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ

4 ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ । ସିଂହାରୀ ଓ ମେକାପ ସେବକଙ୍କ ମଧ୍ୟରେ ବିବାଦ ହେତୁ ସୁନାବେଶରେ ବିଳମ୍ବ ହୋଇଥିବା ନେଇ ଜଣାପଡିଛି । ଅଧିକ ପଢନ୍ତୁ...

ମହାପ୍ରଭୁଙ୍କ ସୁନାବେଶ ବିଳମ୍ବିତ
ମହାପ୍ରଭୁଙ୍କ ସୁନାବେଶ ବିଳମ୍ବିତ
author img

By

Published : Jan 28, 2021, 5:47 PM IST

ପୁରୀ: 4 ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ । ସିଂହାରୀ ଓ ମେକାପ ସେବକଙ୍କ ମଧ୍ୟରେ ବିବାଦ ହେତୁ ସୁନାବେଶରେ ବିଳମ୍ବ ହୋଇଥିବା ନେଇ ଜଣାପଡିଛି।

ଆଜି ପୌଷ ପୂର୍ଣ୍ଣିମାରେ ପ୍ରତିବର୍ଷ ପରି ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ବର ବେଶ ଅନୁଷ୍ଠିତ ହୁଏ । ତେବେ ବେଶ ବିଳମ୍ବିତ ହେବାରୁ ଅନେକ ଭକ୍ତ ଏହି ବେଶ ଦେଖି ପାରିନାହାନ୍ତି । ଏନେଇ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଥିଲା।

ଆଜି ରତ୍ନ ସିଂହାସନରେ ଶ୍ରୀଜୀଉମାନେ ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ପୂର୍ବଦିନରୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା ଜଳରେ ଚନ୍ଦନ ଲାଗି ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅଭିଷେକ କରାଯାଏ ।

ପରେ ମହାପ୍ରଭୁଙ୍କ ଠାରୁ ଆଜ୍ଞା ମାଳ ପାଇ ଶ୍ରୀଦେବୀ ପାଲିଙ୍କିରେ ମା ଲକ୍ଷ୍ମୀଙ୍କ ମନ୍ଦିର ଜଗମୋହନକୁ ବିଜେ କରିବାର ପରମ୍ପରା ରହିଛି। ସେଠାରେ ମାଜଣା ଓ ବନକ ଲାଗି ଆଦି ନୀତି ପରେ ଶ୍ରୀଦେବୀଙ୍କୁ ବେଶ ମଧ୍ୟ କରାଯାଏ ।

ପରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ସୁନାବେଶ ଅନୁଷ୍ଠିତ ହୁଏ । ଆଜି ମସ୍ତକରେ କିରିଟ, ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ, ହରିଡ଼ାମାଳ, ବାହାଡା ମାଳ, ସେବତୀମାଳ, ଆଡ଼କାନି, ଚନ୍ଦ୍ର ଓ ସୂର୍ଯ୍ୟ ଆଦି ବିବିଧ ପ୍ରକାର ସ୍ଵର୍ଣ ଅଳଙ୍କରରେ ଶ୍ରୀଜୀଉ ରାଜରାଜେଶ୍ବର ବେଶରେ ଭକ୍ତ ଗଣଙ୍କୁ ଦର୍ଶନ ଦେଉଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.