ETV Bharat / state

କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

author img

By

Published : Nov 8, 2022, 8:11 AM IST

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ଶ୍ରୀଜୀଉଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଅଧିକ ପଢନ୍ତୁ

କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଜିର ଦିନରେ ମହାପ୍ରଭୁଙ୍କୁ ରାଜରାଜେଶ୍ବର ବେଶ ବା ସୁନାବେଶରେ(jeswara Besha Of Lord Jagannath) ସଜ୍ଜିତ କରାଯାଏ । ଶ୍ରୀଜୀଉଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅଶେଷ ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଶ୍ରୀକ୍ଷେତ୍ରରେ ଭିଡ ଜମିଛି । ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଭିଡକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀକୁ ଅଧିକ ଯାନବାହନ ଆସିବାର ସମ୍ଭାବନା ଥିବାରୁ ସ୍ବତନ୍ତ୍ର ଟ୍ରାଫିକ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ପ୍ରତ୍ୟେକ ଓଡ଼ିଆଙ୍କ ଅନନ୍ୟ ପର୍ବ ଭାବେ ପରିଗଣିତ । ଧର୍ମମାସ କାର୍ତ୍ତିକର ଏହା ଶେଷ ଦିବସ ହୋଇଥିବାରୁ ମାସ ତମାମ ହବିଷ ବ୍ରତ ଧାରଣ କରିଥିବା ବ୍ରତଧାରୀମାନେ ଆଜି ମହୋଦଧି ସମେତ ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବା ସହ ଡ଼ଙ୍ଗା ଭସାଇ ବିଶେଷ ପୂଜାପାଠ କରିଥିଲେ । ଉତ୍କଳୀୟ ପରମ୍ପରା ଅନୁଯାୟୀ ଆଜିର ଦିନରେ ସାଧବ ପୁଅମାନେ ବେପାର ବାଣିଜ୍ୟ ପାଇଁ ବୋଇତରେ ଦୂର ଦୂରାନ୍ତକୁ ଗମନ କରିଥାନ୍ତି । ପୁଣି ବାଣିଜ୍ୟ ସାରି ଆଷାଢରେ ଫେରିଆସିଥାନ୍ତି । ଏହି ପରମ୍ପରାକୁ ସ୍ମରଣ କରିବ ପାଇଁ ଆଜି ଦିନରେ ଡ଼ଙ୍ଗା ଭସାଯାଇଥାଏ ।

ଏହାମଧ୍ୟ ପଢନ୍ତୁ: ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ସନ୍ଧ୍ୟା ୬ଟା ୧୯ରେ ସର୍ବମୋକ୍ଷ

ତେବେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ(Kartika Purnima) ଚନ୍ଦ୍ରଗ୍ରହଣ ପଡୁଥିବାରୁ ଗତକାଲି ରାତି ୧୨ଟା ୧୦ମିନିଟରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି ଓ ଅନ୍ୟାନ୍ୟ ନୀତି ବଢିବା ସହ ବିଳମ୍ବିତ ରାତିରେ ଠାକୁରଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି । ଆଜି ଭୋର ୫ଟା ୫୦ ମିନିଟ୍ ସୁଦ୍ଧା ଭୋଗମଣ୍ଡପ ଉଠିବା ପରେ ଶ୍ରୀଜୀଉଙ୍କ ସମସ୍ତ ନୀତିକାନ୍ତି ବନ୍ଦ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଅନ୍ୟପଟେ ଗ୍ରହଣ ଯୋଗୁଁ ଶ୍ରଦ୍ଧାଳୁମାନେ ବଡି ଭୋର୍ ୫ଟା ୫୪ ମିନିଟ୍ ପୂର୍ବରୁ ଦେବନୀତି, ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.