ETV Bharat / state

ଲକଡାଉନ 2.0 କଡାକଡି ପାଳନ ପାଇଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

author img

By

Published : Apr 21, 2020, 8:29 PM IST

ପଶ୍ଚିମବଙ୍ଗରେ ଥିବା ପୁରୀର କୌଣସି ବ୍ୟକ୍ତି ଲକଡାଉନକୁ ଉଲ୍ଲଙ୍ଘନ କରି ପୁରୀ ନଆସିବାକୁ ଜିଲ୍ଲାପାଳ ବଲବନ୍ତ ସିଂ ଚେତାବନୀ ଦେଇଛନ୍ତି । ମେ 3 ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବାକୁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ 2.0 କଡାକଡି ପାଳନ ପାଇଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ଲକଡାଉନ 2.0 କଡାକଡି ପାଳନ ପାଇଁ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ପୁରୀ: ସାରା ଦେଶରେ ମେ 3 ଯାଏଁ ବଢିଛି ଲକଡାଉନ ଅବଧି । ତେବେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ । ଏହାସହ ପଶ୍ଚିମବଙ୍ଗର କୌଣସି ପୁରୀ ବ୍ୟକ୍ତି ନିୟମ ଉଲ୍ଲଙ୍ଘନ କରି ଆସିଲେ କଡା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବେ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲାପାଳ ।

ତେବେ ଗ୍ରାମାଞ୍ଚଳରେ କେତେକ କାର୍ଯ୍ୟରେ ଲକଡାଉନ କୋହଳ କରାଯାଇଛି । କିନ୍ତୁ ସହରାଞ୍ଚଳ ଏବେବି କଟକଣା ବଳବତ୍ତର ରହିଛି । ଜରୁରୀ କାର୍ଯ୍ୟ ନଥିଲେ ଘରୁ ନ ବାହାରିବାକୁ ପୁରୀ ବାସିନ୍ଦାଙ୍କୁ ଜିଲ୍ଲାପାଳ କହିଛନ୍ତି । ସେହିପରି ପରିବା କି ରାସନ ସାମଗ୍ରୀ ଆଣିବା ପାଇଁ ବାଇକ ନେବା କଟକଣା ଏବେବି ରହିଛି । ବାଇକ ଧରି ଲୋକେ ବାହାରିଲେ କଡା କାର୍ଯ୍ୟନୁଷ୍ଠାନ ସହ ବାଇକ ମଧ୍ୟ ସିଜ୍‌ କରାଯିବ ବୋଲି ଲୋକଙ୍କୁ ସତର୍କ କରାଇ ଦେଇଛନ୍ତି ।

ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ସକାଳ 6ରୁ ସନ୍ଧ୍ୟା 6ଟା ଯାଏଁ ଗ୍ରୋସରୀ ସମେତ ଜରୁରୀ ସେବା ଦୋକାନ ଖୋଲା ରହିବ । ସେହିପରି ପରିବା ଦୋକାନରେ ସାମାଜିକ ଦୂରତ୍ବ ପାଳନ କରାଯିବ । ସହରରେ କେତେକ ଜରୁରୀ ସେବା ସାମଗ୍ରୀ ରଖୁନଥିବା ଦୋକାନ ଲୁଚାଛପାରେ ଖୋଲୁଥିବାରୁ ଏହା ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ପଶ୍ଚିମବଙ୍ଗରୁ କେହି ଯେପରି ପୁରୀ ଜିଲ୍ଲାରେ ପ୍ରବେଶ ନକରନ୍ତି ସେନେଇ ସତର୍କ ରହିବାକୁ ପୋଲିସ ଓ ପ୍ରଶାସନକୁ ସଜାଗ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ନିକଟରେ କଣାସ ଅଞ୍ଚଳରେ ଜଣେ ଶ୍ରମିକ ସାଇକେଲରେ ପଶ୍ଚିମବଙ୍ଗରୁ ଆସିଥିବା ଜଣାପଡିବା ପରେ ତାଙ୍କୁ କ୍ଵାରେଣ୍ଟାଇନରେ ରଖାଯାଇଛି । ପଶ୍ଚିମବଙ୍ଗରେ ଥିବା ପୁରୀର କୌଣସି ବ୍ୟକ୍ତି ଲକଡାଉନକୁ ଉଲ୍ଲଙ୍ଘନ କରି ପୁରୀ ନଆସିବାକୁ ଜିଲ୍ଲାପାଳ ବଲବନ୍ତ ସିଂ ଚେତାବନୀ ଦେଇଛନ୍ତି ।

ମେ 3 ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବାକୁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି । ଲକଡାଉନ ପରେ ସରକାରୀ ପ୍ରକ୍ରିୟା ଅନୁଯାୟୀ ରାଜ୍ୟ ବାହାର ଲୋକଙ୍କୁ ଅଣାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.