ETV Bharat / state

ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ, ରିଲ୍ସ ବନାଇ ଇନଷ୍ଟାଗ୍ରାମରେ ଅପଲୋଡ଼ କଲେ ଯୁବକ

author img

By

Published : Jun 26, 2023, 8:17 AM IST

Updated : Jun 26, 2023, 9:00 AM IST

ଶ୍ରୀମନ୍ଦିର ଭିତରେ ରିଲ୍ସ ବନାଇ ସୋସିଆଲ ମିଡ଼ିଆରେ ଜଣେ ଯୁବକ ଅପଲୋଡ଼ କରିଛନ୍ତି । କଡା ସୁରକ୍ଷା ଭିତରେ କିପରି ଶ୍ରୀମନ୍ଦିର ଭିତରକୁ ଫୋନ ନେଲେ ତାକୁ ନେଇ ପ୍ରଶ୍ନ । ଅଧିକ ପଢନ୍ତୁ

shreemandir video viral
ପୁଣି ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାରେ ଚରମ ଅବହେଳା ଦେଖିବାକୁ ମିଳିଛି । ଶ୍ରୀମନ୍ଦିର ଭିତର ଭିଡ଼ିଓ ଭାଇରାଲ ହୋଇଛି । ସୁରକ୍ଷାକୁ ଭେଦ କରି ଶ୍ରୀମନ୍ଦିର ଭିତରେ ରିଲ୍ସ ବନାଇ ସୋସିଆଲ ମିଡ଼ିଆରେ ଜଣେ ଯୁବକ ଅପଲୋଡ଼ କରିଛନ୍ତି । ରୋହିତ ଜୟସ୍ୱାଲ ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ରିଲ୍ସ କରି ନିଜ ଇନଷ୍ଟାଗ୍ରାମରେ ଭିଡ଼ିଓ ଅପଲୋଡ଼ କରିଛନ୍ତି । କଡା ସୁରକ୍ଷା ଭିତରେ କିପରି ଶ୍ରୀମନ୍ଦିର ଭିତରକୁ ଯୁବକ ଜଣକ ଫୋନ ନେଲେ ଓ ଭିଡିଓ କଲେ ତାହା ଏବେ ସବୁଠୁ ବଡ ପ୍ରଶ୍ନ । ନିରାପତ୍ତା ଓ କଟକଣା ଦୃଷ୍ଟିରେ ଆମେ ଭିଡିଓ ଆପଣଙ୍କୁ ଦେଖାଇ ପାରୁନାହୁଁ ।

ମାଳ ମାଳ ପୋଲିସ ଛାଉଣି ଥାଇ ବି ଯୁବକ ଜଣଙ୍କ କିପରି ଫୋନ ନେଇ ଭିଡିଓ କଲେ ତାହାକୁ ନେଇ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ଠିଆ ହୋଇଛି । ରୋହିତ ପତିତପାବନ ବାନାଙ୍କୁ ମୁଣ୍ଡିଆ ମାରିବା ବେଳର ଏକ ଭିଡିଓ କରିଛନ୍ତି । ଏହା ସହିତ ଶ୍ରୀମନ୍ଦିର ଭିତର ବେଢାରେ ମା' ଲକ୍ଷ୍ମୀଙ୍କ ମନ୍ଦିର ପାଖରେ ଛିଡା ହୋଇ ଆଉ ଏକ ଭିଡିଓ କରୁଥିବା ଦେଖିବାକୁ ମିଳିଛି । ଏନେଇ ସିଂହହ୍ବାର ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡିଛି ।

ଶ୍ରୀମନ୍ଦିର ଏତେ କଡ଼ା ନିରାପତ୍ତା ସତ୍ତ୍ବେ ସେ କିଭଳି ମୋବାଇଲ୍ ନେଲେ ଓ ରିଲ ବନାଇଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଶ୍ରୀମନ୍ଦିର ଭିତରେ ମାଳମାଳ ପୋଲିସ୍ ଥିବା ବେଳେ କେମିତି ଏହା କାହା ନଜରକୁ ଆସିଲା ନାହିଁ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି ଘଟଣା ପୁଣି ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥା ଥିବା ପ୍ରମାଣିତ କରି ଦେଇଛି । ଯେଉଁଠି ପୋଲିସ୍ ସାମାନ୍ୟ ମୋବାଇଲ ଟିଏ ଧରି ପାରୁନାହିଁ ସେଠି ଯଦି କେହି କିଛି ବିପଦ ଜନକ ସାମଗ୍ରୀ ନେଲେ କିଛି ଅଘଟଣ ଘଟିଲା ଏହାର କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯୁବକ କେମିତି ମୋବାଇଲ୍ ନେଲେ ଅଥବା କିଏ ତାଙ୍କୁ ମୋବାଇଲ୍ ନେବାରେ ସହଯୋଗ କରିଛି ତାର ତଦନ୍ତ କରାଯାଇ କଡା କାର୍ଯ୍ୟନୁଷ୍ଠାନ ନେବାକୁ ଦାବି ହୋଇଛି ।

ଶ୍ରୀମନ୍ଦିର ଭିଡିଓ ଭାଇରାଲ ହେବା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ଶ୍ରୀମନ୍ଦିର ଭିଡିଓ ଭାଇରାଲ ହୋଇଛି । 2019 ମସିହାରେ ଜଣେ ବିଦେଶିନୀ ପୋଲିସ ସୁରକ୍ଷାକର୍ମୀଙ୍କ ପାଇଁ ଉଦ୍ଦିଷ୍ଟ ଥିବା ୱାଚ ଟାୱାରରେ ଚଢି ଶ୍ରୀମନ୍ଦିର ଭିତର ଦୃଶ୍ୟ ଉତ୍ତୋଳନ କରିଥିବା ଖବର ସାମ୍ନାକୁ ଆସିଥିଲା । ସମାନ ବର୍ଷ ଅକ୍ଟୋବରରେ ଶ୍ରୀମନ୍ଦିର ବେଢ଼ା ଭିତର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ବାର ଥାନାରେ ଏତଲା ହୋଇଥିଲା । ପୂର୍ବରୁ ଏନଆଇଏ ବାରମ୍ବାର ଶ୍ରୀମନ୍ଦିରକୁ ଆତଙ୍କବାଦୀଙ୍କ ବିପଦ ଥିବା ସତର୍କ କରି ଆସିଛି । ହେଲେ ପୁରୀ ପୋଲିସ୍ ଏହାକୁ ଗୁରୁତର ଭାବେ ନେଉ ନଥିବା ଅଭିଯୋଗ ହୋଇ ଆସୁଛି । ତେବେ ଭକ୍ତ ଏବଂ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚେକିଙ୍ଗ ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ପୁରୀ

Last Updated : Jun 26, 2023, 9:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.