ETV Bharat / state

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ଆକ୍ରମଣ ଘଟଣା, ନିଲମ୍ବିତ ହେଲେ ହାବିଲଦାର - ନିଲମ୍ବିତ ହେଲେ ହାବିଲଦାର

ନିଲମ୍ବିତ ହେଲେ ହାବିଲଦାର । ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ଆକ୍ରମଣ ଘଟଣା । ହବିଷ୍ୟାଳୀଙ୍କୁ ମାଡ଼ ମାରିଥିବା ହାବିଲଦାରଙ୍କୁ ନିଲମ୍ବନ କଲେ ପୁରୀ ଏସପି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ହବିଷ୍ୟାଳୀଙ୍କୁ ଆକ୍ରମଣ ଘଟଣା, ନିଲମ୍ବିତ ହେଲେ ହାବିଲଦାର

author img

By

Published : Nov 7, 2022, 4:21 PM IST

ପୁରୀ: ଶ୍ରୀମନ୍ଦିରରେ ଜଣେ ହବିଷ୍ୟାଳୀଙ୍କୁ ପୋଲିସ କର୍ମଚାରୀଙ୍କ ଆକ୍ରମଣ ଘଟଣା । ମାଡ଼ ମାରିଥିବା ହାବିଲଦାରଙ୍କୁ ନିଲମ୍ବିତ କଲେ ପୁରୀ ଏସପି କେ.ବିଶାଲ ସିଂ । ମହିଳା ଶ୍ରଦ୍ଧାଳୁ ଜଣକ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିବା ବେଳେ ପୋଲିସ କର୍ମଚାରୀ ତାଙ୍କୁ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମହାଧାର୍ମିକ ମାସରେ ଭକ୍ତଙ୍କୁ ପୋଲିସ କର୍ମଚାରୀଙ୍କ ଏପରି ଆକ୍ରମଣକୁ ବିଭିନ୍ନ ମହଲରୁ ଦୃଢ ନିନ୍ଦା କରାଯାଇଛି ।

ଘଟଣା ଜଣାପଡିବା ପରେ ଉକ୍ତ ହାବିଲଦାରକୁ ଏସପି ନିଲମ୍ବିତ କରିଛନ୍ତି । ନିଲମ୍ବିତ ହାବିଲଦାର ଜଣକ ହେଲେ ପ୍ରଶାନ୍ତ ଦଳେଇ । କେଉଁ ପରିସ୍ଥତିରେ ଏହି ଘଟଣା ଘଟିଲା ଏସପି ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଯଦି ପୋଲିସ କର୍ମଚାରୀଙ୍କ ଭୁଲ ଥିବ ତେବେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୁରୀ ଏସପି କହିଛନ୍ତି । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ପୋଲିସର ପ୍ରମୁଖ କାର୍ଯ୍ୟ ବୋଲି ଏସପି କହିଛନ୍ତି । ସେପଟେ ପୁରୀ ଏସପି ମେଡିକାଲ ଯାଇ ଆହତ ହବିଷ୍ୟାଳୀଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିଛନ୍ତି । ଆହତ ମହିଳାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ ଥିବା ଏସପି କହିଛନ୍ତି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା, ହବିଷ୍ୟାଳିଙ୍କୁ ପୋଲିସର ମାଡ ଅଭିଯୋଗ

ଶ୍ରୀମନ୍ଦିର ଜଗମୋହନ ଭିତରେ ହବିଷ୍ୟାଳୀଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ହୋଇଛି । ପୋଲିସ ମାଡରେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଗୁରୁତର ହବିଷ୍ୟାଳୀ ଜଣକ ହେଉଛନ୍ତି ବ୍ରହ୍ମପୁର ଅଞ୍ଚଳର ମାଧୁରୀ ଦାସ । ସେ ପୁରୀରେ ରହି ହବିଷ ବ୍ରତ କରୁଛନ୍ତି । ତେବେ ସରକାର କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳୀଙ୍କ ପାଇଁ ସ୍ଵତନ୍ତ୍ର ଶିବିର କରି ସମସ୍ତ ସୁବିଧା ସୁଯୋଗ ଦେଉଛନ୍ତି । କିନ୍ତୁ ପରିତାପର ବିଷୟ ପୋଲିସ ହବିଷ୍ୟାଳୀଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରୁଥିବା ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

ଗୋଟେ ପଟେ ଶ୍ରୀମନ୍ଦିରରେ ମାଳ ମାଳ ପୋଲିସ କର୍ମଚାରୀ ଥିବା ବେଳେ ଦଲାଲଙ୍କୁ ଅଟକାଇ ପାରୁ ନାହାଁନ୍ତି । ଫଳରେ କାର୍ତ୍ତିକ ମାସରେ ଭକ୍ତମାନେ ଚଢ଼ା ଦାମରେ ମହାପ୍ରସାଦ କିଣିବାକୁ ବାଧ୍ୟ ହେଉଛନ୍ତି । ସେପଟେ ଭକ୍ତ ମାନଙ୍କୁ ସୁରକ୍ଷା, ଶୋଷଣରୁ ରକ୍ଷା କରିବା ପରିବର୍ତ୍ତେ ପୋଲିସ ଭକ୍ତମାନଙ୍କୁ ଆକ୍ରମଣ କରିବା ପୁରୀ ପୋଲିସର କାର୍ଯ୍ୟଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ଆହତ ହବିଷ୍ୟାଳୀ ଜଣକ କହିଛନ୍ତି," ମୁଁ ମନ୍ଦିର ଭିତରେ ରହିଥିବା ସମୟରେ ହଠାତ ମୋତେ ମାରିଲା । ପୋଲିସ ମୋତେ ମାରିବା କାରଣରୁ ମୋର ମୁଣ୍ଡ ଫାଟି ଯାଇଛି । ମୁଁ ହବିଷ କରିବା ପାଇଁ ପୁରୀ ଆସିଥିଲି । ପୋଲିସ ମୋତେ ମନ୍ଦିର ଭିତରେ ବାଡ଼େଇଛି । ଏହା ଠିକ କଥା ନୁହେଁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.