ETV Bharat / state

ପୁରୀ ବେଳାଭୂମି ହେବ ‘ବ୍ଲୁ ଫ୍ଲାଗ ବିଚ୍’, ଛୁଟିବେ ବିଦେଶୀ ପର୍ଯ୍ୟଟକ - Denmark

ଆହୁରି ସୁନ୍ଦର ଦିଶିବାକୁ ଯାଉଛି ପୁରୀ ବେଳାଭୂମି । ଖର୍ଚ୍ଚ ହେବ 12 କୋଟି ଟଙ୍କା । ନିର୍ମାଣ ହେବ ଅନ୍ତର୍ଜାତୀୟ ସ୍ତରର ପ୍ରକଳ୍ପ । ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଲାଗି ସରକାରଙ୍କ ସ୍ବୀକୃତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
author img

By

Published : Jun 5, 2019, 8:24 PM IST

ପୁରୀ: ଜିଲ୍ଲାର ଚନ୍ଦ୍ରଭାଗା ନୁହେଁ ପୁରୀ ବେଳାଭୂମି ହେବ ବ୍ଲୁ ଫ୍ଲାଗ ବିଚ । ଏକ ସପ୍ତାହ ମଧ୍ୟରେ ଏନେଇ କାର୍ଯ୍ୟ ଆରମ୍ଭ ହେବ । ସ୍ବର୍ଣ୍ଣାଭ ପୁରୀ ବେଳାଭୂମିର ଦିଗ ବାରେଣି ଖୁଣ୍ଟି ଛକ ଠାରୁ ହୋଟେଲ ମେ’ ଫେୟାର ପର୍ଯ୍ୟନ୍ତ ସ୍ଥାନକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେବାଲାଗି ଚିହ୍ନଟ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏଥିପାଇଁ ଭାରତ ସରକାର 10 କୋଟି ଟଙ୍କା ଖର୍ଚ୍ଚ କରିବେ ଏବଂ ଅନ୍ତର୍ଜାତୀୟ ସମନ୍ୱିତ ଉପକୂଳ ପରିଚାଳନା ପ୍ରକଳ୍ପ ପକ୍ଷରୁ ମଧ୍ୟ 2 କୋଟି ଟଙ୍କା ବ୍ୟୟ କରାଯିବ । ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଉପଲବ୍ଧ ହେବ ଅନ୍ତର୍ଜାତୀୟ ସ୍ତରର ସୁବିଧା । ଏ ଦିଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ସପ୍ତାହ ଭିତରେ ଆରମ୍ଭ କାର୍ଯ୍ୟ ଆରମ୍ଭ ହେବାନେଇ ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଡେନମାର୍କର Federation of Environment Education(FEE) ସାରା ବିଶ୍ୱରେ ଥିବା ସର୍ବଶ୍ରେଷ୍ଠ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ଦେଇଥାଏ । ଏହି ମାନ୍ୟତା ପାଇଲେ ବେଳାଭୂମିର ଗୁତୁତ୍ୱ ବିଶ୍ୱ ସ୍ତରରେ ବୃଦ୍ଧି ପାଇବ । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଦେଶରେ 13ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ ଚୟନ କରିଛନ୍ତି । ପୂର୍ବରୁ ଚନ୍ଦ୍ରଭାଗା ବେଳାଭୂମି ଏହି ତାଲିକାରେ ଥିଲା । ତେବେ ଏହାକୁ ବାଦ ଦିଆଯାଇ ପୁରୀ ବେଳାଭୂମିକୁ କେନ୍ଦ୍ର ସରକାର ବ୍ଲୁ ଫ୍ଲାଗ ବିଚ କରିବା ନେଇ ସ୍ଥିର କରିଛନ୍ତି । ବ୍ଲୁ ଫ୍ଲାଗ ବିଚ ପାଇଁ ଯେଉଁ ସର୍ତ୍ତ ରହିଛି ତାକୁ ପୂରଣ କରିବା ପରେ ଡେନମାର୍କ FEE ଅନୁଷ୍ଠାନ ଏନେଇ ପ୍ରମାଣ ପତ୍ର ଦେବ ।

ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇବା ପାଇଁ 33ଟି ସର୍ତ୍ତ ପୂରଣ କରିବାକୁ ପଡିବ । ଏଥିପାଇଁ ବେଳାଭୂମିର ବିକାଶ କରିବା ଲାଗି ବେଙ୍ଗାଲୁରୁ ର ଏକ ସଂସ୍ଥାକୁ ନିଯୁକ୍ତ କରାଯାଇଛି । 8 ସହ ମିଟର ପରିବ୍ୟାପ୍ତ କ୍ଷେତ୍ରରେ ଏହି ସ୍ୱତନ୍ତ୍ର ବ୍ଲୁ ଫ୍ଲାଗ ବିଚ ପ୍ରକଳ୍ପ ହେବ । ଯେଉଁଥିରେ ପର୍ଯ୍ୟଟକଙ୍କ ପାଇଁ ଅଭ୍ୟର୍ଥନା କେନ୍ଦ୍ର, ପବ୍ଲିକ ଟଏଲେଟ, ପୋଷାକ ପରିବର୍ତ୍ତନ ଗୃହ, ସୋଲାର ଲାଇଟ ବ୍ୟବସ୍ଥା, କଠିନ ବର୍ଜ୍ୟବସ୍ତୁ ବିଘଟନ ପ୍ରକଳ୍ପ ସମେତ ଅନ୍ତର୍ଜାତୀୟ ସ୍ତରର ସମସ୍ତ ସୁବିଧା ଯୋଗାଇ ଦିଆଯିବ ।

ପୁରୀ ବେଳାଭୂମିର ବେଶ ନାଁ ରହିଛି ସାରା ବିଶ୍ୱରେ । ତେବେ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇବା ପରେ ଅନ୍ତର୍ଜାତୀୟ ସ୍ତରରେ ଏହାର ଗୁରୁତ୍ୱ ବଢି଼ବା ସହ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆହୁରି ବୃଦ୍ଧି ପାଇବାର ଆଶା କରାଯାଉଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.