ETV Bharat / state

ସମୁଦ୍ର ସ୍ନାନ ସୁରକ୍ଷିତ କରିବା ନେଇ ଦାବିପତ୍ର

ପୁରୀ ସମୁଦ୍ରରେ ଦିନକୁ ଦିନ ବଢ଼ୁଛି ଦୁର୍ଘଟଣା । ଦୁଇ ସପ୍ରାହରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେଣୁ ଏନେଇ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ପୁରୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ । ଅଧିକ ପଢ଼ନ୍ତୁ...

author img

By

Published : Oct 19, 2019, 8:29 PM IST

ସମୁଦ୍ର ସ୍ନାନ ସୁରକ୍ଷିତ କରିବା ନେଇ ଦାବି ପତ୍ର

ପୁରୀ: ଦିନକୁ ଦିନ ପୁରୀ ସମୁଦ୍ରରେ ସ୍ନାନ ବିପଦ ଜନକ ହେବାରେ ଲାଗିଛି । ଗତ ଦୁଇ ସପ୍ତାହ ମଧ୍ୟରେ 2 ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇ ଥିବା ବେଳେ 10ରୁ ଅଧିକ ପର୍ଯ୍ୟଟକ ଗୁରୁତର ହୋଇଛନ୍ତି । ପୁରୀ ସମୁଦ୍ରରେ ଏତେ ମାତ୍ରାରେ ଅଘଟଣ ଘଟୁଥିବା ବେଳେ ନିରବଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ । ତେଣୁ ସମୁଦ୍ରରେ ସୁରକ୍ଷା ବ୍ୟବସ୍ଥା ପାଇଁ ପୁରୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ ନେଇଛି ପଦକ୍ଷେପ ।

ସମୁଦ୍ର ସ୍ନାନ ସୁରକ୍ଷିତ କରିବା ନେଇ ଦାବି ପତ୍ର

ସମୁଦ୍ରରେ ଘଟୁଥିବା ଅଘଟଣକୁ ରୋକିବାକୁ କୌଣସି ବ୍ୟବସ୍ଥା ହେଉନାହିଁ । ଏହା ଦ୍ବାରା ଅନେକ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଥିବା ବେଳେ ପୁରୀ ବଦନାମ ହେଉଛି । ଏଥିରେ ହସ୍ତକ୍ଷେପ କରିବାକୁ ରାଜ୍ୟ ମାନବାଧିକାର କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଛି ପୁରୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ । ମଞ୍ଚର ସଭାପତି ପ୍ରସନ୍ନ ଦାସ ଏନେଇ ଚିଠି ଦେଇ ମାନବାଧିକାର କମିସନଙ୍କୁ ଅବଗତ କରାଇଛନ୍ତି ।

ମାନବାଧିକାର କମିଶନ, ରାଜ୍ୟ ସରକାର ତଥା ପୁରୀ ଜିଲ୍ଲା ପ୍ରଶାସନକୁ ସମୁଦ୍ର ସ୍ନାନ ସୁରକ୍ଷିତ କରିବା ନେଇ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ଏହି ପତ୍ରରେ ଅନୁରୋଧ କରାଯାଇଛି। ଅନ୍ୟପଟେ ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି ଯେ ପୁରୀ ଭଳି ବିଶ୍ବସ୍ତରୀୟ ପର୍ଯ୍ୟଟନ ସ୍ଥଳୀରେ ସମୁଦ୍ର ସ୍ନାନ ହେଉଛି ମୁଖ୍ୟ ଆକର୍ଷଣ । ତେବେ ଯେତିକି ଲାଇଫ ଗାର୍ଡ ରହିଛନ୍ତି ଆହୁରି ଅଧିକ ମୁତୟନ ହେବାର ଆବଶ୍ୟକତା ରହିଛି । ସେହିପରି ପର୍ଯ୍ୟଟକଙ୍କୁ ସଚେତନ କରିବା ନେଇ ବ୍ୟବସ୍ଥା କରିବାକୁ ସଚେତନ ନାଗରିକ ମଞ୍ଚ ଦାବି କରିଛି।

ପୁରୀରୁ ଶକ୍ତି ପ୍ରଶାଦ ମିଶ୍ର, ଇଟିଭି ଭାରତ

Intro:ସମୁଦ୍ର ସ୍ନାନ ସୁରକ୍ଷିତ କରିବା ନେଇ ଦାବୀ ପତ୍ର

Body:ଦିନକୁ ଦିନ ପୁରୀ ସମୁଦ୍ର ରେ ସମୁଦ୍ର ସ୍ନାନ ବିପଦ ଜନକ ହେବାରେ ଲାଗିଛି। ଗତ ଦୁଇ ସପ୍ତାହ ଭିତରେ 2 ଜଣ ପର୍ଯ୍ୟଟକ ଙ୍କ ମୃତ୍ୟୁ ହୋଇ ଥିବା ବେଳେ 10 ରୁ ଅଧିକ ପର୍ଯ୍ୟଟକ ଗୁରୁତର ହୋଇ ଛନ୍ତି । ହେଲେ ପୁରୀ ସମୁଦ୍ର ରେ ଅଘଟଣ ଘଟି ନିରୀହ ପର୍ଯ୍ୟଟକ ଙ୍କ ମୃତ୍ୟୁ ହେଉଥିବା ବେଳେ ଜିଲା ପ୍ରଶାସନ ଚୁପ ରହିଛି । ଅଘଟଣ କୁ ରୋକିବାକୁ କୌଣସି ବ୍ୟବସ୍ଥା ହେଉ ନାହିଁ। ଏହା ଦ୍ୱାରା ଅନେକ ନିରୀହ ପର୍ଯ୍ୟଟକ ମୃତ୍ୟୁ ବରଣ କରୁଥିବା ବେଳେ ପୁରୀ ବଦନାମ ହେଉଛି। ଏଥିରେ ହସ୍ତକ୍ଷେପ କରିବାକୁ ରାଜ୍ୟ ମାନବାଧିକାର କମିଶନ ଙ୍କ ଦୃଷ୍ଟି ଆକର୍ଷଣ କରିଛି ପୁରୀ ର ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ । ମଞ୍ଚର ସଭାପତି ପ୍ରସନ୍ନ ଦାସ ଏ ନେଇ ଚିଠି ଦେଇ ଅବଗତ କରାଇ ଛନ୍ତି। ତୁରନ୍ତ ମାନବାଧିକାର କମିଶନ ରାଜ୍ୟ ସରକାର ସମେତ ପୁରୀ ଜିଲ୍ଲା ପ୍ରଶାସନ କୁ ସମୁଦ୍ର ସ୍ନାନ ସୁରକ୍ଷିତ କରିବା ନେଇ ପଦକ୍ଷେପ ନିମନ୍ତେ ନିର୍ଦେସ ଦେବାକୁ ଉକ୍ତ ପତ୍ର ରେ ଅନୁରୋଧ କରାଯାଇଛି। ଅନ୍ୟପଟେ ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଛି ଯେ ପୁରି ଭଳି ବିଶ୍ୱ ସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ରେ ସମୁଦ୍ର ସ୍ନାନ ହେଉଛି ମୁଖ୍ୟ ଆକର୍ଷଣ। ତେବେ ଯେଉଁ ଲାଇଫ ଗାର୍ଡ ରହିଛନ୍ତି ଆହୁରି ଅଧିକ ମୁତୟନ ହେବାର ଆବଶ୍ୟକତା ରହିଛି। ସେହିପରି ପର୍ଯ୍ୟଟକ ଙ୍କୁ ସଚେତନ ନେଇ ବ୍ୟବସ୍ଥା କରିବାକୁ ସଚେତନ ନାଗରିକ ମଞ୍ଚ ଦାବି କରିଛି।

ବାଇଟ,, ପ୍ରସନ୍ନ ଦାଶ,, ସଭାପତି,, ସଚେତନ ନାଗରିକ ମଞ୍ଚ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.