ETV Bharat / state

କଟକଣା ଯୁକ୍ତ ରଥଯାତ୍ରା ପାଇଁ ଶ୍ରଦ୍ଧାଳୁ ପ୍ରସ୍ତୁତ

ଚଳିତବର୍ଷ ରଥଯାତ୍ରା ବିନା ଶ୍ରଦ୍ଧାଳୁଙ୍କ ଉପସ୍ଥିତରେ ହୋଇପାରେ ରଥଯାତ୍ରା । ସରକାରଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ସେବାୟତ ।

puri rathyatra issue
କଟକଣା ଯୁକ୍ତ ରଥଯାତ୍ରା ପାଇଁ ଭକ୍ତ ପ୍ରସ୍ତୁତ
author img

By

Published : Apr 18, 2020, 8:02 PM IST

ପୁରୀ: କୋରୋନା ସଂକ୍ରମଣକୁ ନେଇ ରାଜ୍ୟରେ ଯେତିକି ଚର୍ଚ୍ଚା ସେତିକି ଚର୍ଚ୍ଚା ମଧ୍ୟ ଚଳିତବର୍ଷ ମହାପ୍ରଭୁଙ୍କ ରଥଯାତ୍ରାକୁ ନେଇ। ସରକାର ରଥଯାତ୍ରାରେ ଲକ୍ଷ ଲକ୍ଷ ଲୋକଙ୍କ ଭିତରେ କିଭଳି ସାମାଜିକ ଦୂରତ୍ବ ରଖିବେ ସେ ନେଇ ବଡ ପ୍ରଶ୍ନ। କେଵଳ ସେତିକି ନୁହେଁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରଥଯାତ୍ରା ଅୟୋଜନ ହେବ କି ନାହିଁ ଏବଂ ରାଜ୍ୟ ସରକାରଙ୍କ କ'ଣ ନିଷ୍ପତ୍ତି ରହିବ ସେ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା।

କଟକଣା ଯୁକ୍ତ ରଥଯାତ୍ରା ପାଇଁ ଭକ୍ତ ପ୍ରସ୍ତୁତ

ତେବେ ଇତିମଧ୍ୟରେ ବଡ ସଙ୍କେତ ଆସିଛି ରଥଯାତ୍ରା ଅୟୋଜନକୁ ନେଇ । ଚଳିତବର୍ଷ ରଥଯାତ୍ରା ବିନା ଭକ୍ତଙ୍କ ଉପସ୍ଥିତରେ ହେବ। ଭକ୍ତଙ୍କ ପାଇଁ କଟକଣା ରହିବ। ପୁରୀ ବାହାରୁ କୌଣସି ଭକ୍ତଙ୍କ ପୁରୀ ଆସିବାକୁ ଅନୁମତି ଦିଆଯିବ ନାହିଁ। କେବଳ ରଥଯାତ୍ରାକୁ ନେଇ ସେବା ପୂଜା ଥିବା ଅଳ୍ପ କିଛି ସେବାୟତ ରଥଯାତ୍ରାରେ ସାମିଲ ହେବେ। ଏ ନେଇ ବିଭିନ୍ନ ସେବାୟତ ନିଯୋଗ ମଧ୍ୟରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଅନନ୍ତ ତିଆଡି ଏବଂ ବରିଷ୍ଠ ଦଇତାପତି ସେବକ ପ୍ରେମାନନ୍ଦ ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ସରକାରଙ୍କ ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ ସମର୍ଥନ କରିବେ ସେବାୟତ । ପ୍ରଥମେ ମହାପ୍ରଭୁଙ୍କ ପରମ୍ପରା ରକ୍ଷା କରିବା ଗୁରୁତ୍ବପୂର୍ଣ୍ଣ। ସ୍ଥିତି ଭଲ ହେଲେ ସରକାର ଏହା ଉପରେ ନିଶ୍ଚିତ ଭଲ ନିଷ୍ପତ୍ତି ନେବେ ବୋଲି ସେବାୟତ ଆଶା ପ୍ରକାଶ କରିଛନ୍ତି। ସେହିଭଳି ଚନ୍ଦନ ଯାତ୍ରା ବି ସାମାଜିକ ଦୂରତ୍ବ ରଖାଯାଇ ପାଳନ କରାଯିବ।

ତେବେ ପରମ୍ପରା କହେ ଯେ, ଯଦି ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହୁଏ ଆସନ୍ତା 12 ବର୍ଷ ଯାଏଁ ରଥଯାତ୍ରା ହୋଇ ପାରିବ ନାହିଁ । ଏଣୁ ନିଶ୍ଚିତ ଶ୍ରଦ୍ଧାଳୁଙ୍କ କଟକଣା ଲଗାଯାଇ ସାମାଜିକ ଦୂରତ୍ବ ରଖାଯାଇ ରଥଯାତ୍ରା ଚଳିତ ବର୍ଷ ହେବ। ଅନ୍ୟପଟେ କଟକଣା ଯୁକ୍ତ ରଥଯାତ୍ରାକୁ ମଧ୍ୟ ଭକ୍ତ ଗ୍ରହଣ କରିଛନ୍ତି। ଲକ୍ଷ ଲକ୍ଷ ଲୋକ ରଥଯାତ୍ରାରେ ଜମା ହେଲେ କୋରୋନା ବ୍ୟାପିବାର ଆଶଙ୍କା ରହିଛି। ସମାଜର ମଙ୍ଗଳ ପାଇଁ ବିନା ଭକ୍ତରେ ରଥଯାତ୍ରା ଅୟୋଜନ ସମ୍ପୂର୍ଣ୍ଣ ଠିକ। ପରିସ୍ଥିତି ବଦଳିଲେ ଭକ୍ତଙ୍କ ପାଇଁ ଯାହା କିଛି ସରକାର ବିଚାର କରିବେ।

କିନ୍ତୁ ମହାପ୍ରଭୁଙ୍କ ପରମ୍ପରା ବଜାୟ ପାଇଁ ଏହି ତ୍ୟାଗ ଭକ୍ତ ମାନେ କରିବା ଉଚିତ ବୋଲି ଭକ୍ତ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ସମୟରେ ଅନେକ ଟିଭି ଚ୍ୟାନେଲ ଥିବା ବେଳେ ଭକ୍ତମାନେ ଘରେ ବସି ରଥଯାତ୍ରା ଦେଖି ପାରିବେ। ପ୍ରଭୁ ଜଗନ୍ନାଥ ଭକ୍ତର ହୃଦୟ ରେ ଅଛନ୍ତି । ଏଣୁ ମହାପ୍ରଭୁଙ୍କ ପାଇଁ ଏହି ତ୍ୟାଗ ଭକ୍ତମାନେ କରିବା ପାଇଁ ପ୍ରସ୍ତୁତ ବୋଲି କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.