ETV Bharat / state

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ , ଅପରାଧୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରାଇଭ୍ - ଅପରାଧୀକ ଖବର

Puri Police Special Drive: ପୁରୀରେ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛିି ପୋଲିସ । ଦୁଇ ଦିନ ମଧ୍ୟରେ ୧୪ ଅପରାଧୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି । ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯାଉଥିବା ପୁରୀ ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ , ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍

author img

By ETV Bharat Odisha Team

Published : Dec 17, 2023, 9:16 AM IST

ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ , ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍

ପୁରୀ: ନୂଆବର୍ଷ ପୂର୍ବରୁ ଆକ୍ସନ ମୋଡରେ ପୁରୀ ପୋଲିସ । ପୁରୀ ଏସ୍‌ପି ଡଃ. କନୱର ବିଶାଳ ସିଂଙ୍କ ନେତୃତ୍ବରେ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି । ଗତ ଦୁଇ ଦିନ ମଧ୍ୟରେ ପୁରୀରେ ୧୪ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏନେଇ ଆଜି ପୋଲିସ ତରଫରୁ ଏକ ସାମ୍ବାଦିକ ସମ୍ମିଲନୀରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ପୁରୀରେ ଅପରାଧୀକ କାର୍ଯ୍ୟକଳାପ ରୋକିବା ପାଇଁ ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଅପରାଧୀକ କାର୍ଯ୍ୟକଳାପରେ ଲିପ୍ତ ଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିଛି ପୋଲିସ । ଏହରି ଭିତରେ କୁମ୍ଭାରପଡ଼ା ପୋଲିସ ଦ୍ୱାରା ୪ ଜଣ, ବାସଳୀ ସାହି ଥାନା ପୋଲିସ ଦ୍ୱାରା ୫ ଜଣ ଓ ତାଳବଣିଆ ଥାନା ପୋଲିସ ଦ୍ୱାରା ୫ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଦୁଇଟି ଜୀବନ୍ତ ବୋମା, ଭୁଜାଲି, ଛୁରୀ, ଖଣ୍ଡା, ୬ଟି ଲୁହା ରଡ୍‌ ଜବତ ସହ ଖାଲି ମଦ ବୋତଲ ଓ ଲଙ୍କାଗୁଣ୍ଡା ମଧ୍ୟ ଜବତ କରିଛି ପୋଲିସ ।

ସେହିପରି ବେଆଇନ ନିଶା କାରବାର ଅଭିଯୋଗରେ ୭ ଜଣ ଓ ୨୨ ଜଣଙ୍କୁ ଜାମିନ ବିହୀନ ଗିରଫ ପରୱାନା ପରେ ଗିରଫ କରାଯାଇଛି । ସିଆରପିସିର ୫୧୦ ଧାରାରେ ୨୬ ଜଣଙ୍କୁ ପିଆର ଦିଆଯାଇଛି । ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରୀ ଅତିରିକ୍ତ ଏସପି ସୁଶୀଲ ମିଶ୍ର ଏହି ସୂଚନା ଦେଇଛନ୍ତି । ପୁରୀ ପୋଲିସର ଏହି ସଫଳତା ପାଇଁ ଏସ୍‌ପି କେ.ବିଶାଲ ସିଂହ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଆଗକୁ ମଧ୍ୟ ଅପରାଧୀଙ୍କ ବିରୁଦ୍ଧରେ ପୋଲିସର ଏହି ଡ୍ରାଇଭ୍ ଜାରି ରହିବ ବୋଲି କହିଛନ୍ତି ଅତିରିକ୍ତ ଏସପି ।
ଏହା ମଧ୍ୟ ପଢନ୍ତୁ....ଆପାର୍ଟମେଣ୍ଟରେ ଚୋରି ଚିନ୍ତା, ସିକ୍ୟୁରିଟି ଏଜେନ୍ସି ସହାୟତା ଲୋଡିଲା ପୋଲିସ

ତେବେ ଆଗକୁ ନୁଆ ବର୍ଷ ଥିବାରୁ ପୁରୀ ସହରକୁ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ହେବ । ଏହି ସମୟରେ ପୁରୀ ସମେତ ବାହାରୁ ବହୁ ଅପରାଧି ଆସୀ ବିଭିନ୍ନ ଅପରାଧ ଘଟାଇଥାନ୍ତି । ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଅପରାଧିଙ୍କୁ ଧରିବା ପାଇଁ ଏହି ସ୍ଵତନ୍ତ୍ର ଡ୍ରାଇଭ୍ ଜାରୀ ରହିବ । ସେହିପରି ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନେବ ପୋଲିସ । ଏନେଇ ପୁରୀ ସହରର ପ୍ରମୁଖ ସ୍ଥାନଗୁଡ଼ିକରେ ଚେକିଂ ଚାଲିଛି । ମଦ୍ୟପାନ କରି ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା ପୁରୀ ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି । ପୁରୀ ସହରରେ ଅପରାଧମୂଳକ କାର୍ଯ୍ୟକୁ ଜମା ବି ବରଦାସ୍ତ କରାଯିବନି । ଯେଉଁଠି କିଛି ଅପରାଧ ହେଉଛି ଲୋକମାନେ ତୁରନ୍ତ ପୋଲିସକୁ ଖବର ଦେଲେ ଅପରାଧିଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.