ETV Bharat / state

ପୁରୀରେ ମାସ୍କ ବ୍ୟବହାର ନେଇ ପୋଲିସର ସଚେତନତା - coronavirus news

ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ସଚେତନ କରାଯାଉଛି । ପୁରୀରେ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ଏ ନେଇ ପୁରୀ ଏସପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

puri-police-awarness-to-use-of-mask-in-public-place
ପୁରୀରେ ମାସ୍କ ବ୍ୟବହାର ନେଇ ପୋଲିସର ସଚେତନତା
author img

By

Published : Apr 9, 2020, 5:56 PM IST

ପୁରୀ: କୋରୋନା ମହାମାରୀର ମୁକାବିଲା କରିବା ପାଇଁ ଦେଶଵ୍ୟାପୀ ଲକଡାଉନ ଜାରି ରହିଛି । ପୁରୀରେ ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ପୁରୀ ସହରର ପ୍ରମୁଖ ଡାକ୍ତରଖାନା ଛକରେ ପୁଲିସ ବାହୀନି ପକ୍ଷରୁ ଘରୁ ବାହାରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ ପିନ୍ଧିବା ପାଇଁ ସଚେତନ କରାଯାଉଛି ।

ପୁରୀରେ ମାସ୍କ ବ୍ୟବହାର ନେଇ ପୋଲିସର ସଚେତନତା

ପୁରୀ ପୋଲିସ ପ୍ରଶାସନ ପକ୍ଷରୁ ଲୋକଙ୍କୁ ମାସ୍କ ବ୍ୟବହାର କରିବା ପାଇଁ ସଚେତନ କରାଯାଉଛି । ସାଇକେଲ୍ ଓ ବାଇକ୍ ଆରୋହୀଙ୍କୁ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ସମ୍ପର୍କରେ ସଚେତନ କରାଯାଉଛି । ଲକଡାଉନ୍ ଆରମ୍ଭ ହେବା ଦିନଠାରୁ ପୁରୀ ସହରବାସୀ ମାସ୍କ ବ୍ୟବହାର ସମ୍ପର୍କରେ ବେଶ ସଚେତନ ଅଛନ୍ତି । 99 ପ୍ରତିଶତ ଲୋକେ ଘରୁ ବାହାରିବା ସମୟରେ ମାସ୍କ ଓ ରୁମାଲ୍ ବ୍ୟବହାର କରୁଛନ୍ତି । ଏକ ପ୍ରତିଶତ ଲୋକ ବିନା ମାସ୍କରେ ଘରୁ ବାହାରୁ ଛନ୍ତି । ଅନ୍ୟପଟେ ବିନା କାରଣରେ ଘରୁ ବାହାରୁଥିବା ଲୋକଙ୍କ ଉପରେ ପୋଲିସ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

ପ୍ରତିଦିନ 50ରୁ ଅଧିକ ବାଇକ୍ ଜଵତ ସହ ଜରିମାନା ଆଦାୟ ସହ ମାମଲା ରୁଜ୍ଜୁ ମଧ୍ୟ କରାଯାଉଛି । ତେବେ ଲୋକ ମାନେ ବାଇକ ବଦଳରେ ଚାଲି ଚାଲି ଆସି ପାନିପାରବା ନେବା ପାଇଁ ପୁରୀ ଏସପି ଲୋକ ଙ୍କୁ ପରାମର୍ଶ ଦେଇଛନ୍ତି । ତେବେ ଲୋକଙ୍କ ମଧ୍ୟରେ ଅନେକ ସଚେତନତା ବୃଦ୍ଧି ପାଇଛି । ପୁରୀ ସହରର ଜନସାଧାରଣଙ୍କୁ ଲକଡାଉନ ସଠିକ ଭାବରେ ପାଳନ କରିବାକୁ ପୁରୀ ଏସପି କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.