ETV Bharat / state

ଦିନକ ପରେ ନୂଆବର୍ଷ, ସୁରକ୍ଷା ବ୍ୟବସ୍ଥା ନେଇ ପୁରୀରେ ବୈଠକ

ପୁରୀରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷାକୁ ନେଇ ପୋଲିସ ଓ ହୋଟେଲିୟର ମାନଙ୍କ ବୈଠକ । ଅଧିକ ପଢନ୍ତୁ

Puri Police and hoteliers Meeting
Puri Police and hoteliers Meeting
author img

By

Published : Dec 30, 2022, 12:20 PM IST

Puri Police and hoteliers Meeting

ପୁରୀ: ଶେଷ ହୋଇଯିବ ବର୍ଷ ୨୦୨୨, ନୂଆ ଆଶା ଓ ଉଦ୍ଦିପନା ସହ ଆରମ୍ଭ ହେବ ବର୍ଷ ୨୦୨୩ । ଚଳିତ ବର୍ଷ ବିନା କଟକଣାରେ ପାଳନ ହେବାକୁ ଯାଉଛି ନୂଆବର୍ଷ । ଦୀର୍ଘ ଦୁଇ ବର୍ଷ କୋରୋନା କଟକଣା ଯୋଗୁଁ ଜିରୋ ନାଇଟ ସିଲିବ୍ରେସନ ଉପରେ ଲାଗିଥିଲା କଟକଣା । କିନ୍ତୁ ନୂଆ ବର୍ଷକୁ ସ୍ବାଗତ କରିବା ପାଇଁ ଏବେ ସମସ୍ତଙ୍କ ମନରେ ଉତ୍ସାହ । ପୁରୀରେ ଜିରୋ ନାଇଟ ସେଲିବ୍ରେସନ ଓ ନୂଆବର୍ଷରେ ପର୍ଯ୍ୟଟକ ମାନଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ପୋଲିସ ଓ ହୋଟେଲିୟରଙ୍କ ମଧ୍ୟରେ ଗତକାଲି ବୈଠକ ହୋଇଥିଲା ।

ପୁରୀ ଟାଉନ ଥାନା ଠାରେ ଅତିରିକ୍ତ ଏସପି ମିହିର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିବା ବେଳେ ନୂଆବର୍ଷରେ ପର୍ଯ୍ୟଟକ ମାନେ ଯେଭଳି ଭଲ ଅନୁଭୂତି ନେଇ ଫେରିବେ ସେନେଇ ପୋଲିସ ପ୍ରଶାସନ ପକ୍ଷରୁ ହୋଟେଲିୟର ମାନଙ୍କ ସହ ଆଲୋଚନା ହୋଇଥିଲା । ନୂଆବର୍ଷ ପାଳନ କରିବା ପାଇଁ ପୁରୀ ଆସି ହୋଟେଲରେ ରହୁଥିବା ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ତଥ୍ୟ, ସମସ୍ତ ସିସିଟିଭି କ୍ୟାମେରା କାର୍ଯ୍ୟକାରୀ କରିବା, ସରକାରଙ୍କ ନିୟମ ଅନୁଯାୟୀ ଜିରୋ ନାଇଟ୍ ସେଲିବ୍ରେସନ କରିବା ଉପରେ ଆଲୋଚନା ହୋଇଛି।

ପର୍ଯ୍ୟଟକ ଓ ହୋଟେଲିୟର ମାନଙ୍କ କୌଣସି ଅସୁବିଧା ହେଲେ ପୋଲିସର ସହାୟତା ନେବା ପାଇଁ ୧୧୨ ନମ୍ବର କୁ କିମ୍ବା ୬୩୭୦୯୬୭୧୦୦ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବରରେ ଫୋନ କରିପାରିବେ ବୋଲି ଅତିରିକ୍ତ ଏସପି କହିଛନ୍ତି। ଗତ ଦୁଇବର୍ଷ ଧରି କୋଭିଡ କଟକଣା ଯୋଗୁଁ ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ ବନ୍ଦ ରହିଥିଲା ।

ତେବେ ଚଳିତବର୍ଷ ଶ୍ରୀକ୍ଷେତ୍ରରେ ଜିରୋ ନାଇଟ୍ ସେଲିବ୍ରେସନ ସହ ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ସମାଗମ ହୋଇଛି। ତେଣୁ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ସୁବିଧା ଓ ଗମନାଗମନକୁ ଗୁରୁତ୍ବ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ହୋଟେଲିୟର। ରାଜ୍ୟ ସରକାରଙ୍କ ସମସ୍ତ ନିୟମ ମାନି ହୋଟେଲ ଗୁଡିକରେ ଜିରୋ ନାଇଟ୍ ସେଲିବ୍ରେସନ କରାଯିବ ବୋଲି ହୋଟେଲିୟର ମାନେ କହିଛନ୍ତି ।

ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି ଯେ, ''ଏନେଇ ନୂଆ ବର୍ଷକୁ ସ୍ବାଗତ କରିବାକୁ ସମସ୍ତଙ୍କ ମନରେ ଉତ୍ସାହ ରହିଛି । ଯେହେତୁ ନୂଆବର୍ଷ ଯୋଗୁଁ ପୁରୀକୁ ଅଧିକ ପର୍ଯ୍ୟଟକ ଆସନ୍ତି ସେଥି ପାଇଁ ଏହି ସମୟରେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି । ଏନେଇ ହୋଟେଲିୟରଙ୍କ ସହ ଆଲୋଚନା ହୋଇଛି । ପର୍ଯ୍ୟଟକଙ୍କ ସୁରକ୍ଷା ବିଷୟରେ ଆଲୋଚନା ହୋଇଛି । ଆମେ ଟ୍ରାଫିକ ସମସ୍ୟାକୁ ନେଇ ଆଲୋଚନା କରିଛୁ । ଆଜି ଟ୍ରାଫିକ ଆଡଭାଇଜରି ଜାରି କରାଯାଇପାରେ । ଦର୍ଶନ ବ୍ୟବସ୍ଥା ନେଇ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଛି, ସେଇଟା ଫାଇନାଲ ଷ୍ଟେଜରେ ରହିଛି । ସମ୍ପୂର୍ଣ୍ଣ ହୋଇଗଲେ ଜାରି କରାଯିବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.