ETV Bharat / state

ତୃତୀୟ ପର୍ଯ୍ୟାୟ ଲକଡାଉନକୁ ପୁରୀ ବାସିନ୍ଦାଙ୍କ ସମର୍ଥନ - ସରକାରଙ୍କ ଏହି ନିଷ୍ପତିକୁ ପୁରୀବାସୀ ସମର୍ଥନ

ତୃତୀୟ ପର୍ଯ୍ୟାୟରେ ଲକଡାଉନ ବୃଦ୍ଧିକୁ ପୁରୀବାସୀ ସମର୍ସନ ଜଣାଉଛନ୍ତି । ଏହାଦ୍ବାରା ମହାମାରୀ କୋରୋନାକୁ ଅଟକାଇ ହେବ ବୋଲି ମତପ୍ରକାଶ ପାଇଛି ।

Puri peoples support
ତୃତୀୟ ପର୍ଯ୍ୟାୟ ଲକଡାଉନକୁ ସମର୍ଥନ
author img

By

Published : May 2, 2020, 7:32 PM IST

ପୁରୀ: ଦେଶରେ କୋରୋନା ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ଦେଖି ମେ' 3ରେ ସରୁଥିବା ଲକଡାଉନକୁ କେନ୍ଦ୍ର ସରକାର ମେ' 17 ଯାଁଏ ବୃଦ୍ଧି କରିଛନ୍ତି । ମାତ୍ର ସରକାରଙ୍କ ଏହି ନିଷ୍ପତିକୁ ପୁରୀବାସୀ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।

ଏହାଦ୍ବାରା ମହାମାରୀ କୋରୋନାକୁ ଅଟକାଇ ହେବ। ସେହିପରି ଦୋକାନ ବଜାର ଗୁଡିକରେ ସାମାଜିକ ଦୂରତା କିଭଳି ବଜାୟ ରହିବ ପୋଲିସ ପ୍ରଶାସନ ଅଧିକ ନଜର ଦେବାକୁ ମତ ପ୍ରକାଶ ପାଇଛି।

ତୃତୀୟ ପର୍ଯ୍ୟାୟ ଲକଡାଉନକୁ ସମର୍ଥନ

ତୃତୀୟ ପର୍ଯ୍ୟାୟରେ ଲକଡାଉନ ମେ' 17 ତାରିଖ ଯାଏ ବଳବତ୍ତର ରହିବ। ତେବେ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ପୁରୀ ସହର ଗ୍ରୀନ ଜୋନରେ ରହିଥିବାରୁ ଜନସାଧାରଣଙ୍କ ପାଇଁ ନିୟମ କିଛି କୋହଳ ରହିବ।

ତେବେ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ କୋରୋନାକୁ ନେଇ ଦେଇଥିବା ନୂଆ ପରାମର୍ଶକୁ ଅନେକ ଲୋକ ପସନ୍ଦ କରିଛନ୍ତି। ପ୍ରତେକ ଦିନ ବାହାରକୁ ଯିବାବେଳେ କାହା ସହିତ ମିଶିବା , କେଉଁ ସ୍ଥାନକୁ ଯାଇଥିବା ତଥ୍ୟ ଏକ ଖାତାରେ ପ୍ରତ୍ୟେକ ଦିନ ରାତିରେ ଲେଖି ରଖିବାକୁ ଲୋକଙ୍କୁ ପୁରୀ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ।

ଏହାଦ୍ବାରା ଭବିଷ୍ୟତରେ କୋରୋନାକୁ ଟ୍ରାକ କରିବା କ୍ଷେତ୍ରରେ ଏହି ତଥ୍ୟ କାମରେ ଆସିବ। ଏହି ନୂଆ ଉପାୟକୁ ସମସ୍ତେ ପସନ୍ଦ କରିବା ସହ ଏହାକୁ ମାନିବାକୁ କହିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.