ETV Bharat / state

ସଂକ୍ରମଣ ଆଶଙ୍କାରେ ମାର୍କେଟ ବନ୍ଦ କଲା ପୁରୀ ଜିଲ୍ଲା ପ୍ରଶାସନ

author img

By

Published : Apr 5, 2020, 3:18 PM IST

ପିପିଲିରେ କୋରୋନା ରୋଗୀ ଚିହ୍ନଟ ପରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ 14 ତାରିଖ ପର୍ଯ୍ୟନ୍ତ ସମସ୍ତ ପନିପରିବା ମାର୍କେଟକୁ ପୁରୀ ସହରରେ ବନ୍ଦ କରି ଦିଆଯାଇଛି । ଏନେଇ ଘୋଷଣା କରିଛି ପୁରୀ ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ...

puri-market-closed-by-district-administration-over-covid19
ସଂକ୍ରମଣ ଆଶଙ୍କାରେ ମାର୍କେଟ ବନ୍ଦ କଲା ପୁରୀ ଜିଲ୍ଲା ପ୍ରଶାସନ

ପୁରୀ: ପରିବା ବଜାର ବନ୍ଦ କଲା ପୁରୀ ଜିଲ୍ଲା ପ୍ରଶାସନ । ପିପିଲିରେ କୋରୋନା ରୋଗୀ ଚିହ୍ନଟ ପରେ ପୁରା ସଜାଗ ହୋଇଛି ପୁରୀ ଜିଲ୍ଲା ପ୍ରଶାସନ । କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଠାରୁ 14 ତାରିଖ ଯାଏ ସମସ୍ତ ପନିପରିବା ମାର୍କେଟକୁ ପୁରୀ ସହରରେ ବନ୍ଦ କରି ଦିଆଯାଇଛି ।

ପୁରୀ ସହରରେ ଲୋକମାନେ ବଜାରରେ କିଣିବା ବେଳେ ସାମାଜିକ ଦୂରତ୍ବ ନ ରଖିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ କଡା ପଦକ୍ଷେପ ନେଇଛି । ବ୍ୟବସାୟୀ ମାନେ ଠେଲା ଗାଡିରେ ନେଇ ପୁରୀ ସହର ଭିତରେ ବୁଲି ବୁଲି ପନିପରିବା ବିକ୍ରି କରି ପାରିବେ ବୋଲି ପ୍ରଶାସନ ଅନୁମତି ଦେଇଛି । ଏହି ଲକଡାଉନ ସମୟରେ ତେଜରାତି ଓ ମାଛ ,ମାଂସ ଦୋକାନ ଖୋଲା ରହିବ । ତେବେ ପରବର୍ତ୍ତୀ ସମୟରେ ସ୍ଥିତି ଦେଖିକି ଯାହା କିଛି ନିଷ୍ପତି ନିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ପିପିଲିରେ କୋରୋନା ରୋଗୀ ଚିହ୍ନଟ ପରେ ପୁରୀ ସହରକୁ ସମସ୍ତ ଦିଗରୁ ସିଲ କରାଯାଇଛି । କେଵଳ ମେଡ଼ିକାଲ ସମ୍ବନ୍ଧୀୟ କାର୍ଯ୍ୟରେ ଲୋକଙ୍କୁ ଛଡାଯିବ ବୋଲି କୁହାଯାଇଛି ।

ସେହିପରି ପୁରୀ ସହର ଭିତରେ ପୋଲିସ ପାଟ୍ରୋଲିଂ ବଢ଼ାଇ ଦିଆଯାଇଛି । ଲକଡାଉନ ବେଳେ ଯିଏ ନିୟମ ଉଲ୍ଲଂଘନ କରି ବାହାରେ ବୁଲିବ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.