ETV Bharat / state

ରବିବାର ବି ଖୋଲା ରହିବ ଜଗାଦ୍ବାର, ଆସନ୍ତା 12 ତାରିଖରୁ ନୂଆ ଏସଓପି ଜାରି - ଜଗନ୍ନାଥଙ୍କ ଦର୍ଶନ

ଆସନ୍ତା 12 ତାରିଖରୁ ନୂଆ ଏସଓପି ଜାରି
ଆସନ୍ତା 12 ତାରିଖରୁ ନୂଆ ଏସଓପି ଜାରି
author img

By

Published : Feb 10, 2021, 7:48 PM IST

Updated : Feb 10, 2021, 10:19 PM IST

19:38 February 10

ରବିବାର ବି ଖୋଲା ରହିବ ଜଗାଦ୍ବାର, ଆସନ୍ତା 12 ତାରିଖରୁ ନୂଆ ଏସଓପି ଜାରି

ଆସନ୍ତା 12 ତାରିଖରୁ ନୂଆ ଏସଓପି ଜାରି

ପୁରୀ: ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଏସଓପିରେ ପରିବର୍ତ୍ତନ କରାଯାଇଛି। ଏଥର ରବିବାରରେ ମଧ୍ୟ ଜଗା ଦର୍ଶନ କରିପାରିବେ ଭକ୍ତ । ଏନେଇ ନୂଆ ଏସଓପି ଆସନ୍ତା 12 ତାରିଖରୁ ଲାଗୁ ହେବ ।

କୋଭିଡ କଟକଣା ଯୋଗୁଁ ପ୍ରତି ରବିବାର ସାଧାରଣ ଦର୍ଶନ ବନ୍ଦ ରହି ସାନିଟାଇଜ କରାଯାଉଥିଲା । ତେବେ ସପ୍ତାହକ ସାରା ଜଗନ୍ନାଥଙ୍କ ଦର୍ଶନ ସହ ବନ୍ଦ ରହିଥିବା ଆନନ୍ଦ ବଜାରରେ ମଧ୍ୟ ମହାପ୍ରସାଦର ଭୋଜନ ଅନୁମତି ମିଳିଛି । ଭକ୍ତମାନେ ପ୍ରତିଦିନ ସକାଳ 6 ଟାରୁ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ବୋଲି ମୁଖ୍ୟ ପ୍ରଶାସକ କୃଷ୍ଣ କୁମାର ସୂଚନା ଦେଇଛନ୍ତି ।

ଭକ୍ତମାନେ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇବା ନିମନ୍ତେ ଏସଓପି ପରିବର୍ତ୍ତନ କରାଯାଇଛି।  ଶ୍ରୀମନ୍ଦିର କାର୍ଯ୍ୟଳୟ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଅନୁଯାୟୀ, ଏଣିକି ରବିବାର ବି ଦର୍ଶନ ବ୍ୟବସ୍ଥା ରହିବ । ସପ୍ତାହରେ 7 ଦିନ ଶ୍ରୀମନ୍ଦିରରେ ପୂର୍ବଭଳି ଦର୍ଶନ ଚାଲିବ। ରାତିରେ ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ। ସେହିପରି ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ପଟେ ପ୍ରବେଶ କରି ଅନ୍ୟ ତିନି ଦ୍ବାରରେ ପ୍ରସ୍ଥାନ କରିବେ। ସକାଳ 6 ଟା ସମସ୍ତ ଭକ୍ତ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ସେହିପରି ଅଗାମୀ ରବିବାର ମହାପ୍ରଭୁଙ୍କ ପଦ୍ମବେଶ ମଧ୍ୟ ଭକ୍ତ ଦର୍ଶନ କରିପାରିବେ।

ସେପଟେ ଆନନ୍ଦ ବଜାରରେ ଏଣିକି ଭକ୍ତମାନେ ବସି ମହାପ୍ରସାଦ ସେବନ କରି ପାରିବେ। ସେହିପରି ଶ୍ରୀମନ୍ଦିର ଭିତରେ ପାନଛେପ ପକାଇବା ଉପରେ, 1ହଜାର ଟଙ୍କା ଜରିମାନା କରାଯିବ। ସେହିପରି ଶ୍ରୀମନ୍ଦିରକୁ ପ୍ଲାଷ୍ଟିକ ମୁକ୍ତ କରାଯିବ । ପଲିଥିନ ବ୍ୟବହାର କଲେ 100 ଟଙ୍କା ଜରିମାନା ହେବ। ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ଖୋଲିବା ନିଷ୍ପତି ଖୁବଶୀଘ୍ର ନିଆଯିବ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ 

Last Updated : Feb 10, 2021, 10:19 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.