ETV Bharat / state

ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅଧପନ୍ତରା, ଦୋଳ ପୂର୍ଣ୍ଣିମା ନିତୀକାନ୍ତିକୁ ନେଇ ଚିନ୍ତାରେ ସେବାୟତ

author img

By

Published : Feb 10, 2023, 9:56 PM IST

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅବ୍ୟବସ୍ଥା ଘେରରେ ମହାପ୍ରଭୁଙ୍କ ଦୋଳାବେଦୀ । ଦୋଳ ପୂର୍ଣ୍ଣିମା ନିତୀକାନ୍ତି ଆୟୋଜନକୁ ନେଇ ଚିନ୍ତାରେ ସେବାୟତ। ଅଧିକ ପଢ଼ନ୍ତୁ

ଦୋଳ ପୂର୍ଣ୍ଣିମା ନିତୀକାନ୍ତି ଆୟୋଜନ କୁ ନେଇ ଚିନ୍ତାରେ ସେବାୟତ

ପୁରୀ: ଦୋଳ ପୂର୍ଣ୍ଣିମା ନିତୀକାନ୍ତି ଆୟୋଜନ କୁ ନେଇ ଚିନ୍ତାରେ ସେବାୟତ । ଦ୍ରୁତ ଗତିରେ ଆଗେଇ ଚାଲିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଶ୍ରୀମନ୍ଦିର ନିକଟରେ ଥିବା ଦୋଳବେଦୀ କୋଣ ଚତୁଃପାର୍ଶ୍ଵରେ ମଧ୍ୟ ବିଭିନ୍ନ ନିର୍ମାଣ କାର୍ଯ୍ୟ ଜାରି ରହିଛି ।‌ ଏପଟେ ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ନୀତି ପାଖେଇ ଆସୁଥିବା ବେଳେ ଦୋଳବେଦୀ ଚତୁଃପାର୍ଶ୍ଵରେ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ନିର୍ମାଣ କାର୍ଯ୍ୟ ସରିନଥିବାରୁ ଏହାକୁ ନେଇ ଚିନ୍ତାରେ ସେବାୟତ । ପରମ୍ପରା ଅନୁଯାୟୀ ମହାପ୍ରଭୁଙ୍କ ଦୋଳ ବିମାନକୁ ଦୋଳବେଦୀ କୋଣର ବାହାର ଏବଂ ଭିତର ପାର୍ଶ୍ଵର ଚାରିପାଖରେ ପ୍ରଦକ୍ଷଣ କରାଯାଇଥାଏ । ତେବେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ ଡ୍ରେନେଜ୍, ରାସ୍ତାଘାଟ ନିର୍ମାଣ କାର୍ଯ୍ୟ ଦୋଳବେଦୀ ନିକଟରେ ଅଧାପନ୍ତରିଆ ଭାବେ ପଡ଼ି ରହିଥିବାରୁ ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ନୀତି କିଭଳି ସୂଚାରୁରୂପେ ଅନୁଷ୍ଠିତ ହେବ ସେନେଇ ସେବାୟତ ମହଲରେ ଏବେ ପ୍ରଶ୍ନ ଉଠିଛି । ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ଏହି ସମସ୍ୟା ସମ୍ପର୍କରେ ନିର୍ମାଣ ଦାୟିତ୍ବ ନେଇଥିବା ଓବିସିସିକୁ ଅବଗତ କରାଯାଇଥିବା ବେଳେ ଦୋଳପୂର୍ଣ୍ଣିମା ପୂର୍ବରୁ ଦୋଳବେଦୀ ନିକଟରେ ସମସ୍ତ ନିର୍ମାଣ କାର୍ଯ୍ୟ ସରିବ ବୋଲି ଆଶା ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ।

ଶ୍ରୀମନ୍ଦିର ଚତୁଃପାର୍ଶ୍ଵରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସୂଚାରୁରୂପେ ଏବଂ ସଠିକ୍ ସମୟରେ ସାରିବା ପାଇଁ ସରକାରଙ୍କ ପକ୍ଷରୁ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଦିନରାତି ସମସ୍ତ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ଆସନ୍ତା ରଥଯାତ୍ରା ପୂର୍ବରୁ ସମସ୍ତ କାର୍ଯ୍ୟ ସାରିବା ପାଇଁ ଓବିସିସି ବା ଓଡ଼ିଶା ସେତୁ ନିର୍ମାଣ ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ଦୋଳପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି ସିଂହଦ୍ଵାର ଠାରୁ ଦୋଳବେଦୀ କୋଣ ଯାଏଁ ସମସ୍ତ ରାସ୍ତାଘାଟ, ଡ୍ରେନେଜ୍ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ନେଇ ଜୋରସୋରରେ କାର୍ଯ୍ୟ ଚାଲିଥିବା କହିଛନ୍ତି ଓବିସିସିର ବରିଷ୍ଠ ଅଧିକାରୀ।

ଶ୍ରୀମନ୍ଦିର ପଞ୍ଜିକା ଅନୁଯାୟୀ ଆସନ୍ତା ମାର୍ଚ୍ଚ ୭ ତାରିଖରେ ଅନୁଷ୍ଠିତ ହେବ ପବିତ୍ର ଦୋଳପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ସ୍ବତନ୍ତ୍ର ବିମାନରେ ବିଜେ କରି ଦୋଳ ବେଦୀରେ ଅଗଣିତ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ତେବେ ଉକ୍ତ ଦିନ ହଜାରହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଆଶା କରାଯାଉଥିବାରୁ ଦୋଳବେଦୀ ନିକଟରେ ଥିବା ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.