ETV Bharat / state

ଆଜିଠୁ ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

author img

By

Published : Aug 16, 2021, 8:05 AM IST

Updated : Aug 16, 2021, 9:10 AM IST

ଦୀର୍ଘ ୪ମାସ ପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ ଲାଭ କରିଛନ୍ତି ପୁରୀ ସହରବାସୀ । ନିଜନିଜ ପରିଚୟପତ୍ର ଦେଖାଇ ଜଗନ୍ନାଥଙ୍କୁ କୋରୋନା କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ । ଅଧିକ ପଢନ୍ତୁ...

ଦୀର୍ଘ ୪ମାସ ପରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁରୀବାସୀ

ପୁରୀ: ଜଗାକୁ ଦର୍ଶନ କରି ଭାବ ବିହ୍ବଳ ଭକ୍ତ । ଦୀର୍ଘ ୪ ମାସ ପରେ ଆଜି ମହାପ୍ରଭୁଙ୍କୁ ଦର୍ଶନ ଲାଭ କରିଛନ୍ତି ପୁରୀ ସହରବାସୀ । ନିଜନିଜ ପରିଚୟପତ୍ର ଦେଖାଇ ଜଗନ୍ନାଥଙ୍କୁ କୋରୋନା କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ । ଅଗଷ୍ଟ ୧୨ରେ ଶ୍ରୀମନ୍ଦିର ଖୋଲିଥିବା ବେଳେ ୨ଦିନ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏହା ପରେ ଆଜିଠାରୁ ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ଦର୍ଶନ କରିବା ପାଇଁ ବ୍ୟବସ୍ଥା ହୋଇଛି । ପୁରୀବାସୀଙ୍କ ପାଇଁ ଦୁଇଟି ଡୋଜ୍ ଟିକାକରଣ ଓ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଆବଶ୍ୟକ ନଥିବାବେଳେ କୋଭିଡ୍ ନିୟମକୁ କଡାକଡି ଭାବେ ପାଳନ କରିବା ପାଇଁ ବ୍ୟବସ୍ଥା ହୋଇଛି ।

ଆଜିଠୁ ଶ୍ରୀକ୍ଷେତ୍ରବାସୀଙ୍କ ପାଇଁ ଖୋଲିଲା ଶ୍ରୀଜିଉଙ୍କ ସିଂହଦ୍ବାର

ସେପଟେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଦର୍ଶନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି । ସକାଳ ୭ଟାରୁ ସଧ୍ୟା ୭ଟା ମଧ୍ୟରେ ତିନୋଟି ପର୍ଯ୍ୟାୟରେ ଭକ୍ତ କରିବେ ଦର୍ଶନ । ପୌରସଂସ୍ଥା ପକ୍ଷରୁ ତିନୋଟି ରଙ୍ଗର ଟୋକନ୍ ଘରଘର ବୁଲି ବଣ୍ଟନ କରାଯାଇଥିବା ବେଳେ ଭଡାଟିଆ ମାନଙ୍କ ପାଇଁ ସ୍ୱତନ୍ତ୍ର ଟୋକନ୍ ବ୍ୟବସ୍ଥା କରାଯାଇଛି । କୌଣସି କାରଣ ବଶତଃ ଯଦି କୌଣସି ପରିବାର ଟୋକନ୍ ପାଇବାରୁ ବଞ୍ଚିତ ହୋଇଥିବେ ସେମାନେ ଆବଶ୍ୟକ ପଡିଲେ ପୌରସଂସ୍ଥା ପକ୍ଷରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ଅସ୍ଥାୟୀ କାଉଣ୍ଟରରୁ ଟୋକନ୍ ସଂଗ୍ରହ କରିପାରିବେ ।

ସ୍ଥାନୀୟ ଅଧିବାସୀ ମାନେ ଟୋକନ୍ ସହ ନିଜର ଯେକୌଣସି ପରିଚୟପତ୍ର ଦେଖାଇ ଧାଡିରେ ଯାଇ ସିଂହଦ୍ଵାର ପଟେ ପ୍ରବେଶ କରି ଦର୍ଶନ କରିବା ପରେ ଉତ୍ତରଦ୍ୱାରରେ ପ୍ରସ୍ଥାନ କରିବାର ବ୍ୟବସ୍ଥା କରାଯାଇଛି । ଦର୍ଶନାର୍ଥୀଙ୍କୁ ଚିହ୍ନଟ କରିବା ପାଇଁ ଆଠଟି କିଓସ୍କୋ ସମେତ ପାନୀୟ ଜଳ ଓ ସାନିଟାଇଜରର ବ୍ୟବସ୍ଥା କରାଯାଇଛି । ସାମାଜିକ ଦୂରତା ରକ୍ଷା କରିବା ପାଇଁ କିଓସ୍କୋ ସମ୍ମୁଖରେ ଗୋଲାକୃତି କରାଯାଇଛି । ସେହିପରି ଶ୍ରୀମନ୍ଦିର ଭିତରେ ମଧ୍ୟ ସାମାଜିକ ଦୂରତା ରକ୍ଷାପାଇଁ ପର୍ଯ୍ୟାପ୍ତ ଆରକ୍ଷୀ ବାହିନୀଙ୍କୁ ମୁତୟନ କରାଯାଇଛି ।

ଭକ୍ତମାନେ ମାସ୍କ ପରିଧାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣରୁ ବରିଷ୍ଠ ଅଫିସରଙ୍କ ସମେତ 8 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଦର୍ଶନ କରିବା ପରେ ଭକ୍ତମାନେ ଆନନ୍ଦବଜାରରୁ ମହାପ୍ରସାଦ କ୍ରୟ କରିବାର ଶୃଙ୍ଖଳିତ ବ୍ୟବସ୍ଥା କରାଯାଇଥିବା ବେଳେ ସେଠାରେ ମହାପ୍ରସାଦ ସେବନକୁ ବାରଣ କରାଯାଇଛି । ସେପଟେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ୨୦ ତାରିଖ ପର୍ଯ୍ୟନ୍ତ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା କରାଯାଇଛି । ୨୧ ଓ ୨୨ ତାରିଖ ସାନିଟାଇଜ୍ ପାଇଁ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଥିବା ବେଳେ ଆସନ୍ତା ୨୩ ତାରିଖରୁ ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତ ଦର୍ଶନ କରିପାରିବେ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

କୋଭିଡ ମହାମାରି ଯୋଗୁ ଗତ ଏପ୍ରିଲ ୨୪ ତାରିଖରୁ ଶ୍ରୀମନ୍ଦିରରେ ଦର୍ଶନ ନେଇ କଟକଣା ଲାଗିଥିଲା ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Aug 16, 2021, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.