ETV Bharat / state

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ: ଆନ୍ଦୋଳନ ଚେତାବନୀ ଦେଲା ଜିଲ୍ଲା କଂଗ୍ରେସ ଓ ଜଗନ୍ନାଥପ୍ରେମୀ

author img

By

Published : Aug 16, 2023, 9:38 AM IST

Updated : Aug 16, 2023, 12:32 PM IST

ଶ୍ରୀମନ୍ଦିରର ମରାମତି ଓ ସଂରକ୍ଷଣରେ ଏଏସଆଇର ଅବହେଳା । ରାଜ୍ୟ ସରକାର ଓ ଏଏସଆଇକୁ କଡା ସମାଲୋଚନା କରି ଆନ୍ଦୋଳନ ଚେତାବନୀ ଦେଲା ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ
ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ
ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଫାଟ

ପୁରୀ: ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣରେ ଅବହେଳା ହୋଇଛି । ଶ୍ରୀମନ୍ଦିରର ନାଟମଣ୍ଡପ ବିମରେ ଫାଟ ଅଛି । ଏହାକୁ ତୁରନ୍ତ ମରାମତି କରାନଗଲେ ଯେକୌଣସି ସମୟରେ ଆକସ୍ମିକ ଦୁର୍ଘଟଣା ଘଟିପାରେ ବୋଲି ଆମିକସ୍‌କ୍ୟୁରି ଇଞ୍ଜିନିୟର ହାଇକୋର୍ଟଙ୍କୁ ଅବଗତ କରିବା ପରେ ରାଜ୍ୟ ସରକାର ଓ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ(ASI) କଡା ସମାଲୋଚନା କରିଛନ୍ତି ପୁରୀ ଜିଲ୍ଲା କଂଗ୍ରେସ ଓ ଜଗନ୍ନାଥ ପ୍ରେମୀ । ଯୁଦ୍ଧକାଳୀନ ଭିତ୍ତିରେ ଏହାର ତୁରନ୍ତ ମରାମତି କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ଉଭୟ ଚେତାବନୀ ଦେଇଛନ୍ତି ।

ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଜୟ ନାରାୟଣ ପଟ୍ଟନାୟକ କହିଛନ୍ତି, 1972 ମସିହାରୁ ଏଏସଆଇ ଶ୍ରୀମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ଵ ନେଇଛି । ଇତିମଧ୍ୟରେ ଦୀର୍ଘ 50 ବର୍ଷ ବିତିଥିବା ବେଳେ ଏଏସଆଇ କ'ଣ କରୁଛି ? ଓଡ଼ିଶାର ଐତିହ୍ୟ କୀର୍ତ୍ତିରାଜିକୁ ସବୁବେଳେ ଏଏସଆଇ ଅବହେଳା କରିଆସିଥିବା ଅଭିଯୋଗ ଏବେ ସତ୍ୟରେ ପରିଣତ ହୋଇଛି । ଶ୍ରୀମନ୍ଦିର ପ୍ରସଙ୍ଗରେ ଯଦି ଗଣମାଧ୍ୟମରେ କିଛି ବାହାରେ ତା' ପରଦିନ କେବଳ ଲୋକ ଦେଖାଣିଆ ଭାବେ ଏଏସଆଇ ଆସି ପରିଦର୍ଶନ କରୁଛି । ଏଏସଆଇ କର୍ତ୍ତୃପକ୍ଷ ଏହାର ସୁରକ୍ଷା ନେଇ ଆଦୌ ଆନ୍ତରିକତା ଦେଖାଉ ନାହାନ୍ତି । ଶ୍ରୀମନ୍ଦିର ଅସୁରକ୍ଷିତ ହେବା ପାଇଁ ରାଜ୍ୟ ସରକାର ସମାନ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି ।

ଜୟ ନାରାୟଣ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏକ ବୈଷୟିକ ଟିମ୍ କରିଛନ୍ତି । ଯାହାକି ଏଏସଆଇ ଟିମ୍ ସହିତ କାମ କରୁଛି । ହେଲେ ନାଟମଣ୍ଡପ, ଜଗମୋହନ ଦୁର୍ବଳ ଅବସ୍ଥାରେ ଥିବାବେଳେ ଆଜି ପର୍ଯ୍ୟନ୍ତ କାହିଁକି ରାଜ୍ୟ ସରକାର ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଛି ଜିଲ୍ଲା କଂଗ୍ରେସ । ଶ୍ରୀମନ୍ଦିରର ମରାମତି ଓ ଉପଯୁକ୍ତ ସୁରକ୍ଷା ପାଇଁ ଏଏସଆଇ ଓ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନ ନେଲେ କଂଗ୍ରେସ ଆନ୍ଦୋଳନ କରିବା ନେଇ ଚେତାବନୀ ଦେଇଛି ।

ସେପଟେ ଜଗନ୍ନାଥ ପ୍ରେମୀ ମଧ୍ୟ ଶ୍ରୀମନ୍ଦିର ସୁରକ୍ଷାରେ ଅବହେଳା ଘଟଣାକୁ କଡ଼ା ସମାଲୋଚନା କରି ଆନ୍ଦୋଳନର ଚେତାବନୀ ଦେଇଛନ୍ତି । ବିଶ୍ଵର ଶ୍ରେଷ୍ଠ ଐତିହ୍ୟ କୀର୍ତ୍ତିରାଜି ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଅବହେଳା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇଛି । ଏଏସଆଇ କେବଳ କାଗଜ କଲମରେ ଶ୍ରୀମନ୍ଦିର ସୁରକ୍ଷା କାର୍ଯ୍ୟ କରୁଛି । ସୁରକ୍ଷା ଦାୟିତ୍ଵରେ ଥିବା ଏଏସଆଇ, ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ ମରାମତି ଆଳରେ କୋଟି କୋଟି ଟଙ୍କା ହରିଲୁଟ କରୁଥିବା ଜଗନ୍ନାଥ ପ୍ରେମୀ ଅଭିଯୋଗ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: ଅସୁରକ୍ଷିତ ନାଟମଣ୍ଡପ, କୌଣସି ମୁହୂର୍ତ୍ତରେ ଘଟିପାରେ ଅଘଟଣ !

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଆମିକସକ୍ୟୁରି ଉଲ୍ଲେଖ କରିଛନ୍ତି ଯେ, ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ଓ ସଂରକ୍ଷଣ କାର୍ଯ୍ୟ ପ୍ରସଙ୍ଗରେ ଏଏସ୍‌ଆଇ କର୍ତ୍ତୃପକ୍ଷ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରମୁଖଙ୍କ ସହ ଆଲୋଚନା କରିଥିଲେ । ନାଟମଣ୍ଡପର ଫାଟି ଯାଇଥିବା ବିମ୍ ମରାମତି ନେଇ ପୂର୍ବରୁ ମଧ୍ୟ ଆମିକସ୍‌କ୍ୟୁରି ଏଏସ୍ଆଇ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ସହିତ ଆଲୋଚନା କରିଛନ୍ତି । ୨୦୧୮ ଅଗଷ୍ଟରୁ ଏହି ପ୍ରସଙ୍ଗ ବିଚାରାଧୀନ ରହିଛି । ନାଟମଣ୍ଡପ ମରାମତି କାର୍ଯ୍ୟକୁ ଗୁରୁତ୍ବର ସହିତ ନିଆଯିବ ବୋଲି ଏଏସଆଇ ଡିଜି ପ୍ରତିଶ୍ରୁତି ଦେଇଥିଲେ ।

ଫଟା ବିମର ମରାମତି ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ଅଗଷ୍ଟ ୧୧ରେ ଆମିକସ୍ କ୍ୟୁରିଙ୍କ ପକ୍ଷରୁ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅନୁରୋଧ କରାଯାଇଥିଲା । ଏହି ପ୍ରସଙ୍ଗରେ ଏଏସ୍‌ଆଇ ସହିତ ଅଗଷ୍ଟ ୨୧ରେ ବୈଠକ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ । ଦକ୍ଷିଣ-ପୂର୍ବ କୋଣରେ କେତେକ ଦୁର୍ବଳ ସ୍ଥାନ ରହିଛି, ଯାହାକି ନାଟମଣ୍ଡପ ଛାତରୁ ଦେଖାଯାଉଛି । ତେବେ ସେପ୍ଟେମ୍ବର ୧୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଇଟିଭି ଭାରତ, ପୁରୀ

Last Updated : Aug 16, 2023, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.