ETV Bharat / state

ଭକ୍ତ-ଭଗବାନଙ୍କ ମିଳନ, ଆଖିରେ ଖଲସୁଛି ଖୁସିର ଲୁହ - ପୁରୀ

ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ । ଶେଷ ହୋଇଛି ଭକ୍ତ-ଭଗବାନଙ୍କ ମିଳନ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ପାଇ ଭାବବିହ୍ବଳ ଭକ୍ତ । ଅଧିକ ପଢନ୍ତୁ...

puri devotees reaction
ଭକ୍ତ-ଭଗବାନଙ୍କ ମିଳନ, ଆଖିରେ ଖଲସୁଛି ଖୁସିର ଲୁହ
author img

By

Published : Dec 26, 2020, 3:25 PM IST

ପୁରୀ: ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ । ଶେଷରେ ହୋଇଛି ଭକ୍ତ-ଭଗବାନଙ୍କ ମିଳନ । ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ ପାଇ ଭାବବିହ୍ବଳ ଭକ୍ତ । କୋରୋନା କଟକଣା କାରଣରୁ ଦୀର୍ଘ 9 ମାସ ହେବ ବନ୍ଦ ଥିଲା ଜଗତର ନାଥ ଜଗନ୍ନାଥଙ୍କ ଦ୍ବାର । ସର୍ବଦା ମୁକ୍ତ ହସ୍ତରେ ଭକ୍ତକୁ କୋଳେଇ ନେବାକୁ ଅପେକ୍ଷା କରିଥିବା ଭକ୍ତଟି ଆଜି ନିଜ ଭଗବାନଙ୍କୁ ସାମ୍ନାରେ ପାଇ ଯେମିତି ସବୁ କିଛି ହଜେଇ ଦେଇ ନିଜକୁ ପାଇଛି । ଆଜି ଦ୍ବିତୀୟ ଦିନରେ ପୁରୀବାସୀଙ୍କ ନିମନ୍ତେ ଫିଟିଛି ଦ୍ବାର । ଶୁଣନ୍ତୁ ଭକ୍ତଙ୍କଠାରୁ ଭଗବାନଙ୍କ ସହ ମିଳନର ଅନୁଭୂତି...

ଭକ୍ତ-ଭଗବାନଙ୍କ ମିଳନ, ଆଖିରେ ଖଲସୁଛି ଖୁସିର ଲୁହ

ଆସନ୍ତା ଡିସେମ୍ବର 31 ଯାଏଁ ପୁରୀର ସମସ୍ତ ୱାର୍ଡର ବାସିନ୍ଦା ଚତୁର୍ଦ୍ଧାମୂର୍ତ୍ତୀଙ୍କ ଦର୍ଶନ କରିପାରିବେ । ପ୍ରଶାସନ ପକ୍ଷରୁ ଏ ନେଇ ଟୋକନ୍ ଯୋଗାଇ ଦିଆଯିବ । ନିଜର ପରିଚୟ ପତ୍ର ଦେଖାଇ ମାସ୍କ ପିନ୍ଧି ପ୍ରଭୁଙ୍କୁ କରିବେ ଦର୍ଶନ । ନେଇ ପାରିବେନି ଫୁଲ କି ଦୀପ । ଥର୍ମାଲ୍ ସ୍କାନିଂ ପରେ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଟ୍ ଦେଇ ପ୍ରବେଶ କରିପାରିବେ । 65 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି ଓ 10 ବର୍ଷରୁ କମ୍ ଶିଶୁଙ୍କୁ ମନ୍ଦିର ପ୍ରବେଶ ମନା ।

ପ୍ରଶାସନର ଏଭଳି କାର୍ଯ୍ୟକୁ ଅନେକ ପସନ୍ଦ କରିଥିବାବେଳେ ଅନେକ ନା ପସନ୍ଦ ମଧ୍ୟ କରିଛନ୍ତି । ବିଶେଷ କରି ଜଗନ୍ନାଥ ବଲ୍ଲଭରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ଯାଏଁ ହୋଇଥିବା ଏକ କିଲୋମିଟରର ବ୍ୟାରିକେଟ୍ କୁ ନେଇ ଭକ୍ତ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ଓ ସ୍ବେଚ୍ଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.