ETV Bharat / state

ସମ୍ବିତ ପାତ୍ରଙ୍କ ନାଁରେ ଅଭିଯୋଗ

ପୁରୀରେ ପ୍ରଭୁ ଜଗନ୍ନାଥଙ୍କୁ ଧରି ପ୍ରଚାର କରିଥିବାରୁ ସମ୍ବିତ ପାତ୍ରଙ୍କ ନାଁରେ ଅଭିଯୋଗ। ଜଗନ୍ନାଥ ସଂସ୍କୃତିକୁ ଅପମାନ କରିଥିବା ନେଇ ଅଭିଯୋଗ ଆଣିଲେ ବରିଷ୍ଠ ଦଇତାପତି । ପୁରୀ ବିଜେଡି ମଧ୍ୟ ଏହି ଘଟଣାକୁ ଦୃଢ଼ ବିରୋଧ କରିବା ସହ କ୍ଷମା ପ୍ରାର୍ଥନା ଦାବି କରିଛି।

author img

By

Published : Mar 26, 2019, 3:28 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ନାଁରେ ଅଭିଯୋଗ। ନିର୍ବାଚନ ପ୍ରଚାର ବେଳେ ପ୍ରଭୁ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିଥିବା ନେଇ ଅଭିଯୋଗ ଆଣିଲେ ବରିଷ୍ଠ ଦଇତାପତି ରାମ ଦାସ ମହାପାତ୍ର।

ସୂଚନାନୁଯାୟୀ, ଗତ ରବିବାର ସମ୍ବିତ ପାତ୍ର ପୁରୀ ଉତ୍ତରା ଛକରୁସାକ୍ଷୀଗୋପାଳ ଛକ ପର୍ଯ୍ୟନ୍ତ ଦଳୀୟ ପ୍ରଚାର କରିଥିଲେ। ଯେଉଁଥିରେ ସେ ଜୋତା ପିନ୍ଧି ପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର ପ୍ରସାର କରିଥିବାର ଅଭିଯୋଗ ଆଣିଛନ୍ତି ବରିଷ୍ଠ ଦଇତାପତି। ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରିଥିବାରୁ ବରିଷ୍ଠ ଦଇତାପତି ରାମ ଦାସ ମହାପାତ୍ର ଏହାକୁ ବିରୋଧ କରିଛନ୍ତି।

ଅନ୍ୟପଟେ ପୁରୀ ବିଜେଡି ମଧ୍ୟ ଏହି ଘଟଣାକୁ ଦୃଢ଼ ବିରୋଧ କରିଛି। ତୁରନ୍ତ ସମ୍ବିତ କ୍ଷମା ମାଗିବା ସହ ତାଙ୍କୁ ଗିରଫ କରାଯାଉ ବୋଲି ବିଜେଡି ଦାବି କରିଛି। ଏନେଇ ଏକ ଏତଲା ଆଜି ପୋଲିସରେ ଦିଆଯିବ ବୋଲୀ ପୁରୀ ବିଜେଡି କହିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.