ETV Bharat / state

ପରୀ ହତ୍ୟାକାଣ୍ଡ ଘଟଣାରେ ପୁରୀ କଂଗ୍ରେସର ଧାରଣା

author img

By

Published : Dec 21, 2020, 9:21 PM IST

ରାଜ୍ୟରେ ଦିନକୁ ଦିନ ଶିଶୁ ଅପହରଣ ଓ ହତ୍ୟାକାଣ୍ଡ ବଢୁଥିବା ଘଟଣାରେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରତିବାଦ କରିଛି ପୁରୀ ଜିଲ୍ଲା କଂଗ୍ରେସ । ପଢନ୍ତୁ ଅଧିକ.....

ପରୀ ହତ୍ୟାକାଣ୍ଡ ଘଟଣାରେ ପୁରୀ କଂଗ୍ରସର ଧାରଣା

ପୁରୀ: ନୟାଗଡର ନିରୀହ ଶିଶୁ ପରୀ ହତ୍ୟାକାଣ୍ଡ ଓ ରାଜ୍ୟରେ ଦିନକୁ ଦିନ ଶିଶୁ ଅପହରଣ ଓ ହତ୍ୟାକାଣ୍ଡ ବଢୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ପ୍ରତିବାଦ କରିଛି ପୁରୀ ଜିଲ୍ଲା କଂଗ୍ରେସ । ଏନେଇ ପୁରୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ପ୍ରତିବାଦ କରିଥିଲା ଦଳ ।

ରାଜ୍ୟରେ ଆଇନ ଶୃଙ୍ଖଳା ଭୁଷୁଡିଛି । ପୋଲିସ ପ୍ରଶାସନ ଶିଶୁଙ୍କ ସୁରକ୍ଷା ଦିଗରେ ସମ୍ପୂର୍ଣ୍ଣ ଉଦାସୀନତା ମନୋଭାବ ଦେଖାଉଥିବା ଯୋଗୁଁ ରାଜ୍ୟରେ ଶିଶୁ ଅତ୍ୟାଚାର, ଅପହରଣ, ଦୁଷ୍କର୍ମ ଓ ହତ୍ୟା ଭଳି ସଂଗୀନ ଅପରାଧ ବଢୁଥିବା କଂଗ୍ରେସ ଅଭିଯୋଗ କରିଛି। ରାଜ୍ୟ ସରକାର ତୁରନ୍ତ ଶିଶୁଙ୍କ ସୁରକ୍ଷା ଦିଗରେ ଅଧିକ ତତ୍ପର ନ ହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ମଧ୍ୟ ଦେଇଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.