ପୁରୀ: କୋରୋନାକୁ ନେଇ ରାଜ୍ୟ ସରକାର ସତର୍କ ହୋଇଛନ୍ତି। ଏ ନେଇ ବିଭିନ୍ନ କଟକଣା ସମେତ ସଚେତନତା କରାଯାଉଛି। ଅନ୍ୟପଟେ ଏହି ଅଵସର ପୁରୀ ଜିଲାପାଳ ବଲବନ୍ତ ସିଂ ସୋସିଆଲ ମିଡିଆ ପୁରୀ ବାସିନ୍ଦା ସମେତ ସାରା ରାଜ୍ୟବାସୀଙ୍କୁ କୋରୋନା ନେଇ ସଚେତନ ବାର୍ତ୍ତା ଦେଇଛନ୍ତି।
ବିଶେଷ କରି ପୁରୀ ବାସିନ୍ଦା ଏକାଠି ହୋଇ ବଡ଼ ଉତ୍ସବ ଅୟୋଜନ ନ କରିବା, ଦରକାର ନ ପଡିଲେ ଘରୁ ନ ବାହାରିବା ନେଇ ଅପିଲ କରିଛନ୍ତି। ସେହିପରି ପୁରୀକୁ ଆସୁଥିବା ପର୍ଯ୍ୟଟକ ମାନେ କିଛି ଦିନ ପୁରୀ ବୁଲିବାକୁ ନ ଆସିବା ନେଇ ଅନୁରୋଧ କରିଛନ୍ତି।
ଏନେଇ ମଧ୍ୟ ବିଭିନ୍ନ ଟୁର ଏବଂ ଟ୍ରାଭେଲ ଏଜେନ୍ସି ଯାତ୍ରୀ ନ ବୁଲାଇବା ପାଇଁ କଟକଣା ଜାରି କରାଯାଇଛି। ସେହିପରି ଯଦି କେହି ସନ୍ଦିଗ୍ଧ ଵ୍ୟକ୍ତି ନଜରକୁ ଆସନ୍ତି ତୁରନ୍ତ ପ୍ରଶାସନକୁ ଜଣାଇବା ସହ ଥଣ୍ଡା , ଜ୍ବର , କାଶ ଦୀର୍ଘ ଦିନ ଲାଗି ରହିଥିଲେ ଅବହେଳା ନ କରି ତୁରନ୍ତ ଚିକିତ୍ସା କରିବା ନେଇ ପୁରୀ ଜିଲ୍ଲାପାଳ ନିବେଦନ କରିଛନ୍ତି।
ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ