ETV Bharat / state

WB CM Odisha Visit: ମମତାଙ୍କ ପୁରୀରେ 2ଦିନ ରହଣି, ମହାପ୍ରଭୁଙ୍କ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା

author img

By

Published : Mar 21, 2023, 4:24 PM IST

Updated : Mar 21, 2023, 4:52 PM IST

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗସ୍ତକୁ ନେଇ ପୁରୀରେ ବ୍ୟାପକ ବ୍ୟବସ୍ଥା । ଏନେଇ ସୂଚନା ଦେଲେ ଜିଲ୍ଲାପାଳ ସମର୍ଥ ବର୍ମା ଓ ଓସପି କେ ବିଶାଲ ସିଂ । ଅଧିକ ପଢନ୍ତୁ

WB CM Odisha Visit
WB CM Odisha Visit
ମମତାଙ୍କ ପୁରୀରେ 2ଦିନ ରହଣି, ମହାପ୍ରଭୁଙ୍କ ଦର୍ଶନ ନେଇ ବ୍ୟାପକ ବ୍ୟବସ୍ଥା

ପୁରୀ: ଆଜି (ମଙ୍ଗଳବାର)ଠୁ ୩ଦିନିଆ ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଅପରାହ୍ନରେ ସେ ପୁରୀରେ ପହଞ୍ଚି ସାରିଥିବା ବେଳେ ତାଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟକଲ ଅନୁଯାୟୀ ଜିଲ୍ଲାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ପୋଲିସ ପକ୍ଷରୁ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁରୀ ଏସପି । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଗତ ୪ ଦିନ ହେବ ପଶ୍ଚିମବଙ୍ଗ ସରକାରଙ୍କ ଉଚ୍ଚ ଅଧିକାରୀ ପୁରୀରେ ଆସି ସବୁ ପ୍ରସ୍ତୁତି କରିଥିବା ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜଗାଧାମରେ ପହଞ୍ଚି ସାରିଥିବା ବେଳେ ସେ ନିର୍ମାଣ ନିବାସରେ ରହିବେ। ଏଣୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟକଲ ଅନୁଯାୟୀ ସବୁ ବ୍ୟବସ୍ଥା ହୋଇଛି । ପଶ୍ଚିମବଙ୍ଗ ସରକାରଙ୍କ ଅଧିକାରୀଙ୍କ ସହ ପୁରୀ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ଟିମ କରାଯାଇ ସବୁ ବ୍ୟବସ୍ଥା ହୋଇଛି । ଗତ ୪ ଦିନ ହେବ ଏ ନେଇ ପଶ୍ଚିମବଙ୍ଗ ସରକାର ଉଚ୍ଚ ଅଧିକାରୀ ପୁରୀରେ ଆସି ସବୁ ପ୍ରସ୍ତୁତି କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତାକାଲି ଦିନ ୩ଟାରୁ ୪ଟା ଭିତରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏ ନେଇ ଶ୍ରୀମନ୍ଦିର ସେବାୟତଙ୍କ ସହ ଆଲୋଚନା କରାଯାଇ ସବୁ ପ୍ରସ୍ତୁତି ସରିଥିବା ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଏହା ବି ପଢନ୍ତୁ- ଓଡ଼ିଶା ଆସୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, କାଲି କରିବେ ଜଗା ଦର୍ଶନ

ସେପଟେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟକଲ ଅନୁଯାୟୀ ସବୁ ସୁରକ୍ଷା ବ୍ୟବସ୍ଥା ପୁରୀ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଇଥିବା ପୁରୀ ଏସପି କେ ବିଶାଲ ସିଂ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ରହିବାକୁ ଥିବା ନିର୍ମାଣ ନିବାସ, ଶ୍ରୀମନ୍ଦିର ସହ ଯେଉଁ ସ୍ଥାନକୁ ତାଙ୍କର ଗସ୍ତ ରହିଛି ସେହି ସ୍ଥାନରେ ଉଭୟ ପୁରୀ ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ମିଳିତ ଭାବେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ପାଇଁ ୪ ପ୍ଲାଟୁନ ପୋଲିସ ଫୋର୍ସ, ୩ଜଣ ଅତିରିକ୍ତ ଏସପି, ୪ଜଣ ଡିଏସପି ସୁରକ୍ଷା ଦାୟିତ୍ଵରେ ଥିବା ପୁରୀ ଏସପି ସୂଚନା ଦେଇଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ପୁରୀର ନିର୍ମାଣ ନିବାସରେ ବିଶ୍ରାମ ନେବେ। ମମତାଙ୍କ କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଆସନ୍ତାକାଲି ଦିନ ୩ଟା ରୁ ୪ଟା ଭିତରେ ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ବିଭିନ୍ନ ଦେବାଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ତାଙ୍କର ଥିବା ମାନସିକ ପୂଜା ଅନୁଷ୍ଠିତ ହେବ। ପରେ ନୀଳଚକ୍ରରେ ବାନା ଲାଗି ହେବ । ଏହା ପରେ ବ୍ରାହ୍ମଣ ଭୋଜନ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମହାପ୍ରସାଦ ସେବନ କରିବେ । ୨୩ ତାରିଖରେ ସେ ଭୁବନେଶ୍ବର ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ।

ପୁରୀ ଗସ୍ତ ବେଳେ ବଳିଆ ପଣ୍ଡାରେ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ହେବାକୁ ଥିବା ଏକ ଗେଷ୍ଟହାଉସ ନିର୍ମାଣ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ ମମତା । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆସନ୍ତାକାଲି ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ସ୍ଵାଗତ କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୀର୍ଘାୟୁ ଜୀବନ ଏବଂ ତାଙ୍କର ଉତ୍ତରୋତ୍ତର ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ସ୍ଵତନ୍ତ୍ର ପୂଜା ହେବ ବୋଲି ସୂଚନା ଦେଇଛନ୍ତି କୌଳିକ ପଣ୍ଡା ରାମକୃଷ୍ଣ ଦାସ ମହାପାତ୍ର ।

ଇଟିଭି ଭାରତ, ପୁରୀ

Last Updated : Mar 21, 2023, 4:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.