ETV Bharat / state

ଘୋଷଯାତ୍ରାରେ ଅଣସେବାୟତ ସାମିଲ ନେଇ ତେଜୁଛି ଅସନ୍ତୋଷ

ପୁରୀ ରଥଯାତ୍ରାରେ ଅଣସେବାୟତ ସାମିଲ ହେବା ନେଇ ଖବର ପ୍ରଘଟ ହେବା ପରେ ଏବେ ଅସନ୍ତୋଷ କୁହୁଳିବାରେ ଲାଗିଛି । ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ତଦନ୍ତ ଦାବି କରିଛନ୍ତି ସେବାୟତ । ଅଧିକ ଖବର ପଢନ୍ତୁ...

ଘୋଷଯାତ୍ରାରେ ଅଣସେବାୟତ ସାମିଲ ନେଇ ତେଜୁଛି ଅସନ୍ତୋଷ
ଘୋଷଯାତ୍ରାରେ ଅଣସେବାୟତ ସାମିଲ ନେଇ ତେଜୁଛି ଅସନ୍ତୋଷ
author img

By

Published : Jul 6, 2020, 9:30 AM IST

ପୁରୀ: ବିଶ୍ବପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇଛନ୍ତି ଅଣସେବାୟତ । ଏ ନେଇ ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଘଟଣାକୁ ନେଇ ଜୋରଦାର ଘଣ୍ଟାଚକଟା ଚାଲିଛି । ସେବାୟତ ବେଶ ସହ ବେକରେ ପରିଚୟ ପତ୍ର ପକାଇ ରଥ ଉପରେ ଜଣେ ଅଣସେବାୟତଙ୍କୁ ଦେଖିବାକୁ ମିଳିଛି ।

ଘୋଷଯାତ୍ରାରେ ଅଣସେବାୟତ ସାମିଲ ନେଇ ତେଜୁଛି ଅସନ୍ତୋଷ
ଘୋଷଯାତ୍ରାରେ ଅଣସେବାୟତ ସାମିଲ ନେଇ ତେଜୁଛି ଅସନ୍ତୋଷ

ଅଣସେବାୟତ ଜଣକ ନିଜର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ସୋସିଆଲ ମିଡିଆରେ ଏହି ପୋଷ୍ଟ ଭାଇରାଲ ହେବା ପରେ ତଦନ୍ତ ଦାବି କରିଛନ୍ତି ସେବାୟତ ।

ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସେବକ ଗୋଷ୍ଠୀ । କୋଭିଡ୍ ଟେଷ୍ଟ ନହୋଇ ରଥ ଉପରେ ଚଢ଼ିବା ବାରଣ ଥିବାବେଳେ ଅଣସେବାୟତ ଜଣକ ରଥ ଉପରକୁ କିପରି ଗଲେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ମାତ୍ର ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ନେଇ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.