ETV Bharat / state

ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି ଅନୁଷ୍ଠିତ - puri champak dwadasi niti in puri

ଆଜି ଚମ୍ପକ ଦ୍ୱାଦଶୀ ନୀତି ଥିବାରୁ ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ପରମ୍ପରା ରହିଛି । ଏହି ନୀତିରେ ସ୍ନ।ନପୂର୍ଣ୍ଣିମା ନୀତି ପାଇଁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ।

puri champak dwadasi
ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି
author img

By

Published : Jun 3, 2020, 4:36 PM IST

ପୁରୀ: ରଥଯାତ୍ରା ପାଇଁ ଏବେଠୁ ଚଳଚଞ୍ଚଳ ହୋଇଉଠିଛି ପୁରୀ ବଡଦାଣ୍ଡ । ଆସନ୍ତା ଜୁନ୍‌ ୨୩ ରେ ରଥଯାତ୍ରା ଥିବାରୁ ବଡ଼ ଦାଣ୍ଡରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ମାତ୍ର ଆଜି ଚମ୍ପକ ଦ୍ୱାଦଶୀ ନୀତି ଥିବାରୁ ଶ୍ରୀମନ୍ଦିରରେ ଦଇତାପତିଙ୍କ ପ୍ରବେଶ ପରମ୍ପରା ରହିଛି । ଏହି ନୀତିରେ ସ୍ନ।ନପୂର୍ଣ୍ଣିମା ନୀତି ପାଇଁ ଦଇତାପତିମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ।

ଶ୍ରୀମନ୍ଦିରରେ ଚମ୍ପକ ଦ୍ୱାଦଶୀ ନୀତି

ଶ୍ରୀମନ୍ଦିରରେ ସଂଧ୍ୟା ଧୂପ ପରେ ଦଇତାପତିମାନେ ମହାପ୍ରଭୁଙ୍କୁ ବାହୁଟ କଣ୍ଟ ଲାଗି କରିବା ପରେ ଚାରମାଳ ବାନ୍ଧିବେ । ଏନେଇ ସାକ୍ଷୀଗୋପାଳ ସିଦ୍ଧବକୁଳରୁ ବଉଳ କାଠ ଆସି ପହଞ୍ଚି ସାରିଛି । ବଉଳ କାଠକୁ ଦୋଳାବେଦୀ କୋଣରେ ରଖାଯାଇଛି । ସେପଟେ ଆଜି (ବୁଧବାର) ଚମ୍ପକ ଦ୍ଵାଦଶୀ ନୀତିରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଅନୁଷ୍ଠିତ ହେବ ବିଶେଷ ନୀତିକାନ୍ତି । ହେଲେ ଚଳିତବର୍ଷ ବାହାର ନୁହେଁ ବରଂ ମନ୍ଦିର ଭିତରେ ଅନୁଷ୍ଠିତ ହେବ ନୀତିକାନ୍ତି ।

ଅନ୍ୟପଟେ ଚଳିତବର୍ଷ ବିନା ଭକ୍ତରେ ହେବ ସ୍ନ।ନଯାତ୍ରା । ସ୍ନ।ନ ପୂର୍ଣ୍ଣିମା ଶୃଙ୍ଖଳିତ ଭାବେ ସାରିବାକୁ ଶ୍ରୀମନ୍ଦିର ପ୍ରଶାସନ ଓ ବିଭିନ୍ନ ନିଯୋଗ ସହ ହୋଇଥିବା ବୈଠକରେ ବିଧି ରକ୍ଷା ପାଇଁ ସର୍ତ୍ତମୂଳକ ନୀତିକାନ୍ତି ପାଳିବାକୁ ନିଷ୍ପତ୍ତି ହୋଇଛି । ଭକ୍ତଙ୍କୁ ବଡ ଦାଣ୍ଡକୁ ଆସିବା ଉପରେ ରୋକ୍‌ ଲଗାଇବାକୁ ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯିବ ।

ତେବେ ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର 144 ଧାରା ଜାରିକୁ ନାପସନ୍ଦ କରିଛନ୍ତି। ଯେତେବେଳେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମ ପାଇଁ ପୁରୀ ବଡ଼ ଦାଣ୍ଡରେ ହଜାର ହଜାର ଲୋକ ଏକାଠି ହୋଇ ପାରୁଛନ୍ତି ତେବେ, ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ଭକ୍ତଙ୍କୁ କଟକଣା ଠିକ ନୁହେଁ ବୋଲି ସେ ମତ ଦେଇ ଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.