ETV Bharat / state

ସାଧାରଣ ଥଣ୍ଡା କାଶ ପାଇଁ ହସ୍ପିଟାଲ ନଆସିବାକୁ ପୁରୀ CDMOଙ୍କ ଅନୁରୋଧ

author img

By

Published : Mar 31, 2020, 10:38 PM IST

ଲୋକଙ୍କ ସୁରକ୍ଷା ଓ କୋରୋନା ମୁକାବିଲା ପାଇଁ ସାଧାରଣ ଥଣ୍ଡା କାଶ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନଆସିବା ପାଇଁ ଅନୁରୋଧ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Puri cdmo
Puri cdmo

ପୁରୀ: ସାଧାରଣ ଥଣ୍ଡା ଓ କାଶ ପାଇଁ କୌଣସି ରୋଗୀ ପୁରୀ ମୁଖ୍ୟ ମେଡିକାଲକୁ ନଆସିବା ପାଇଁ ଅନୁରୋଧ କରିଛନ୍ତି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନୀଳକଣ୍ଠ ମିଶ୍ର । ଡାକ୍ତର ମିଶ୍ର କହିଛନ୍ତି କଲେରା ୱାର୍ଡ କିମ୍ବା ଫ୍ଲୁ ୱାର୍ଡକୁ ଯାଇ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।

ସାଧାରଣ ଥଣ୍ଡା କାଶ ପାଇଁ ହସ୍ପିଟାଲ ନଆସିବାକୁ ପୁରୀ CDMO ଙ୍କ ଅନୁରୋଧ

ହସ୍ପିଟାଲ ଆସିବା ନିହାତି ଆବଶ୍ୟକ ଥିଲେ ମାସ୍କ ପିନ୍ଧି ଯଥା ସମ୍ଭବ ସୁରକ୍ଷିତ ହୋଇ ଆସିବାକୁ ପରାମର୍ଶ ଦିଆଯାଇଛି । ଏହାସହ ଫୋନ କରି ମଧ୍ୟ ଡାକ୍ତରଙ୍କ ପରାମର୍ଶ ନେବାକୁ ସେ ଅନୁରୋଧ କରିଛନ୍ତି । ଆବଶ୍ୟକ ସ୍ଥଳେ ଡାକ୍ତର ରୋଗୀଙ୍କ ଘରକୁ ଯାଇ ଚିକିତ୍ସା କରିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟଯେ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏବେ କୋଭିଡ-19 ପାଇଁ ସ୍ବତନ୍ତ୍ର ୱାର୍ଡ କରାଯାଇଛି । ତେଣୁ ସାଧାରଣ ଲୋକଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତି ଗ୍ରହଣ କରାଯାଇଛି । ଫଳରେ ଜ୍ବର, ଥଣ୍ଡା, କାଶ ଥିବା ରୋଗୀ ମାନେ ପୁରୀ ମେଡିକାଲର ହେଲ୍ପ ଲାଇନ ନମ୍ବରକୁ ଫୋନ କରି ଚିକିତ୍ସା ସହାୟତା ନେବାକୁ ପୁରୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅନୁରୋଧ କରିଛନ୍ତି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ପ ଲାଇନ ନମ୍ବର ହେଉଛି 222175, 232074 ସେହିପରି ମୋବାଇଲ ହେଲ୍ପ ଲାଇନ ନମ୍ବର ହେଉଛି 8480156847 ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.