ETV Bharat / state

ବେଆଇନ ପଥର ଓ ବାଲି ଚାଲାଣ ଉପରେ ପୁରୀ ପ୍ରଶାସନର କାର୍ଯ୍ୟାନୁଷ୍ଠାନ - ପୁରୀ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ

ବେଆଇନ ପଥର ଓ ବାଲି ଚାଲାଣ ଉପରେ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ପୁରୀ ପ୍ରଶାସନ । ତେବେ ଏ ନେଇ ବିଭିନ୍ନ ମହଲରେ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ଉପରେ ଚଢ଼ାଉ କରାଯାଇ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅଧିକ ପଢନ୍ତୁ...

puri administrator strict on smuggling sand and stone
ବେଆଇନ ପଥର ଓ ବାଲି ଚାଲାଣ ଉପରେ ପୁରୀ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ
author img

By

Published : Oct 31, 2020, 2:12 PM IST

ପୁରୀ: ବେଆଇନ ପଥର ଓ ବାଲି ଚାଲାଣ ଉପରେ ଆହୁରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ପୁରୀ ପ୍ରଶାସନ । ଗତ 4 ଦିନ ହେବ 30ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏହି ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇ ଥିବା ବେଳେ 20ରୁ ଅଧିକ ଟ୍ରକ, ଟ୍ରାକ୍ଟର ଜବତ ହୋଇଛି । ସେହିପରି ବିଭିନ୍ନ ଅଞ୍ଚଳରୁ ବେଆଇନ ବାଲି ଚୋରା ଚାଲାଣ ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି ପ୍ରଶାସନ । ଏପରିକି ବଡ଼ ଆକାରର ଜୋରିମାନା କରାଯାଉଥିବା ବେଳେ ବାଲି ଓ ପଥର ମାଫିଆଙ୍କ ବିରୋଧରେ ଏଣିକି କୋର୍ଟରେ ମାମଲା ରୁଜୁ କରାଯାଉଛି । ଯଦ୍ବାରା ମାଫିଆଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିହେବ ।

ବେଆଇନ ପଥର ଓ ବାଲି ଚାଲାଣ ଉପରେ ପୁରୀ ପ୍ରଶାସନର ଦୃଢ଼ କାର୍ଯ୍ୟାନୁଷ୍ଠାନ

ତେବେ ଏ ନେଇ ବିଭିନ୍ନ ମହଲରେ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଆଇନ ପଥର ଓ ବାଲି ଚୋରା ଚାଲାଣ ଉପରେ ଚଢ଼ାଉ କରାଯାଇ ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଅଗାମୀ ଦିନରେ ଏହି ଚଢଉ ଆହୁରି ଜୋରଦାର ହେବ ବୋଲି ପୁରୀ ଉପଜିଲ୍ଲାପାଳ କହିଛନ୍ତି । ସେପଟେ ପଥରଖଣି ଓ ବାଲି ଘାଟର ନିଲାମ ପାଇଁ ଖୁବ ଶିଘ୍ର ପ୍ରଶାସନ ଵ୍ୟଵସ୍ଥା କରୁଥିବା କୁହାଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.