ETV Bharat / state

ଇସ୍କନର ଅଦିନିଆ ରଥଯାତ୍ରା ଟେନସନ, ବସିଲା ଶ୍ରୀମନ୍ଦିର ପ୍ରଶାସନର ବୈଠକ

ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଇସ୍କନର ଅଦିନିଆ ରଥଯାତ୍ରା ଅୟୋଜନକୁ କିଭଳି ରୋକାଯାଇପାରିବ ଏବଂ ପରମ୍ପରା ଉଲ୍ଲଙ୍ଘନ କଲେ କ’ଣ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।

author img

By

Published : Feb 15, 2020, 10:59 PM IST

OD_PURI_PURI ADMINISTRATION MEETING
ଇସ୍କନର ଅଦିନିଆ ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନର ବୈଠକ

ପୁରୀ: ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ଆୟୋଜନକୁ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ଏହି ବୈଠକରେ ଅଦିନିଆ ରଥଯାତ୍ରା ଅୟୋଜନକୁ କିଭଳି ରୋକାଯାଇପାରିବ ଏବଂ ପରମ୍ପରା ଉଲ୍ଲଙ୍ଘନ କଲେ କ’ଣ ଆଇନ ଗତ କାର୍ଯ୍ୟନୁଷ୍ଠାନ ନିଆଯାଇପାରିବ ସେ ନେଇ ଆଲୋଚନା ହୋଇଥିଲା ।

ଆୟୋଜିତ ବୈଠକରେ ଶ୍ରୀମନ୍ଦିର ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ସମେତ ଶ୍ରୀମନ୍ଦିର ପରିଚଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ, ବୁଦ୍ଧିଜୀବୀ, ଜଗନ୍ନାଥ ସଂସ୍କୃତି ଗବେଷକମାନେ ଯୋଗ ଦେଇଥିଲେ । ବୈଠକର ନିଷ୍ପତ୍ତି ଅନୁଯାୟୀ, ଅଦିନିଆ ରଥଯାତ୍ରା ଅୟୋଜନକୁ ବନ୍ଦ ନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ । ସରକାର ଏ ନେଇ ଆଇନଗତ ପଦକ୍ଷେପ ନେବେ ।

ସେହିପରି ଇସ୍କନକୁ ମଧ୍ୟ ଅଦିନିଆ ରଥଯାତ୍ରା ଅୟୋଜନ ବନ୍ଦ ନେଇ ଅବଗତ କରାଯିବ । ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ଆଷାଢ଼ ଶୁକ୍ଳ ଦ୍ଵିତୀୟାରେ ରଥଯାତ୍ରା ଆୟୋଜନ ନେଇ ସଚେତନତା ଅଭିଯାନ ସବୁଆଡେ କରାଯିବ । ଯଦି କେହି ନିୟମ ଉଲ୍ଲଙ୍ଘନ କରେ ବୈଠକରେ ଆଇନଗତ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି ।

ପୁରୀ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.