ETV Bharat / state

ପୁରୀର 11 ନମ୍ୱର ଜୋନରେ ଜିଲ୍ଲା ପରିଷଦ ଉପନିର୍ବାଚନ, ବିଜେଡ଼ି ଓ ବିଜେପିର ନାମାଙ୍କନ ଦାଖଲ

author img

By

Published : Apr 6, 2023, 8:25 AM IST

ପୁରୀ ଜିଲ୍ଲା 11 ନମ୍ୱର ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବିଜେଡ଼ି ଓ ବିଜେପି ପକ୍ଷରୁ ଦାଖଲ ହେଲା ନାମାଙ୍କନ ପତ୍ର । ଅଧିକ ପଢ଼ନ୍ତୁ

nomination process start
nomination process start
ମେ 2ରେ ଜିଲ୍ଲା 11 ନମ୍ୱର ଜୋନ ଜିଲ୍ଲା ପରିଷଦ ଉପ ନିର୍ବାଚନ

ପୁରୀ: ଆସନ୍ତା ମେ’ ମାସ 2 ତାରିଖ ରେ ପୁରୀ ଜିଲ୍ଲାର 11 ନମ୍ୱର ଜିଲ୍ଲା ପରିଷଦ ଜୋନରେ ଅନୁଷ୍ଠିତ ହେବ ଉପ ନିର୍ବାଚନ । ଏନେଇ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଜେଡ଼ି ପକ୍ଷରୁ ଭାଗିରଥି ସେନାପତି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଜେଡ଼ିର ନେତା ଓ କର୍ମୀଙ୍କ ଗହଣରେ ଏକ ବିରାଟ ରାଲି କରି ଭାଗିରଥି ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ ସେ ନିଶ୍ଚିତ ବିଜୟୀ ହେବେ ବୋଲି ଦୃଢ ନିଶ୍ଚିତ ଥିବା ବିଜେଡ଼ିର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାଗିରଥି ସେନାପତି କହିଛନ୍ତି । ବିଧାୟକ ସମୀର ରଂଜନ ଦାଶ ତାଙ୍କ ଅଞ୍ଚଳରେ ଅନେକ ବିକାଶ କାର୍ଯ୍ୟ କରିଛନ୍ତି । ଆଉ ଯାହା କିଛି ସମସ୍ୟା ରହିଛି ସେ ନିର୍ବାଚିତ ହେଲେ ବିଧାୟକଙ୍କ ସହ ମିଶି ସେ ସବୁ କାର୍ଯ୍ୟ ଶେଷ କରିବେ ବୋଲି କହିଛନ୍ତି । ବିଜେଡିର ସୁଶାସନକୁ ଲୋକମାନେ ଗ୍ରହଣ କରିଛନ୍ତି । ଏଣୁ ବିଜେଡ଼ିର କେହି ପ୍ରତିଦ୍ବନ୍ଦୀ ନଥିବା ଭାଗିରଥି କହିଛନ୍ତି ।

ସେପଟେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଜିଲା ପରିଷଦ ପ୍ରାର୍ଥୀ ଭାବେ ପ୍ରମୋଦ ରାୟ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗୁଣ୍ଡିଚା ମନ୍ଦିରରୁ ଏକ ବଡ଼ ରାଲି ଯୋଗେ ସେ ପୁରୀ ଉପ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଥିଲେ । ନାମାଙ୍କନ ପତ୍ର ଦାଖଲ ପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି କି,‘‘ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି । ଏଣୁ ଚଳିତ ଉପ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିବ । ବିଜେପି ସ୍ଥାନୀୟ ଅଞ୍ଚଳର ସମସ୍ୟା, ସରକାରୀ କଳ ଓ ନେତାଙ୍କ ଦୁର୍ନୀତି, ଭ୍ରଷ୍ଟାଚାରକୁ ମୁଦ୍ଦା କରି ବିଜେପି ଲୋକଙ୍କ ନିକଟକୁ ଯିବ । ଲୋକ ମାନେ ବିଜେପିକୁ ବିପୁଳ ଭୋଟରେ ଜିତାଇବେ ବୋଲି ସେ ଆଶା ରଖିଛନ୍ତି ।’’

ଗତ 2022 ସେପ୍ଟେମ୍ବର 24 ତାରିଖରେ ପୁରୀ ଜିଲ୍ଲା ଗୋପ ବ୍ଳକର 11 ନମ୍ୱର ଜୋନର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ଧର୍ମେନ୍ଦ୍ର ସାହୁଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିଲା । ଭୁବନେଶ୍ଵର ସ୍ଥିତ ବାସ ଭବନରୁ ଧର୍ମେନ୍ଦ୍ରଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ମୃତ୍ୟୁ ପଛର କାରଣ ଜଣା ପଡିନଥିବା ବେଳେ ଏହାକୁ ନେଇ ବିରୋଧୀ ପ୍ରବଳ ହୋହଲ୍ଲା କରିଥିଲେ । ତେଣୁ ଖାଲି ପଡିଥିବା ଆସନ ପାଇଁ ଆସନ୍ତା ମେ ମାସ 2 ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.